ଜାରି ରହିଛି ଚିଟଫଣ୍ଡ ଠକେଇ; ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର
Advertisement
Article Detail0/zeeodisha/odisha998707

ଜାରି ରହିଛି ଚିଟଫଣ୍ଡ ଠକେଇ; ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର

ସାଇବର ଅପରାଧର କୌଣସି ସୀମା ରହିନଥିବାରୁ ଅପରାଧି ରାଜ୍ୟ ବାହାରେ ଟାର୍ଗେଟ କରି ଲୁଟି ଚାଲିଛନ୍ତି ଟଙ୍କା।

ଜାରି ରହିଛି ଚିଟଫଣ୍ଡ ଠକେଇ;  ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଉତ୍ସବକୁ ହର୍ସ ଉଲ୍ଲାସରେ ପାଳନ କରିବାକୁ ପାଳନ କରିବାକୁ ଲୋକେ ଯୋଜନା କରୁଥିବା ବେଳେ ଏହାର ଫାଇଦା ନେବା ପାଇଁ ଜଗି ବସିଛନ୍ତି ସାଇବର ହ୍ୟାକର। ଯଦିଓ ସଚେତନ ରହିବାକୁ କହି ନିଜ ଦାୟିତ୍ବ ସାରି ଦେଇଛନ୍ତି ପୋଲିସ କମିଶନର। ହେଲେ ଜଣେ ମଧ୍ୟ ସାଇବର ହ୍ୟାକରଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ ପୋଲିସ। ଏହି ହ୍ୟାକର ସୀମା ବିହୀନ ଅପରାଧ ଘଟାଉଥିବା ବେଳେ ସେମାନଙ୍କୁ ଧରିବା କାଠିକର ପାଠ ହୋଇପଡି଼ଛି। 

ଏନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ସେପଟେ ପୋଲିସର ସାଇବର ମୁକାବିଲା ନେଇ ନେଉଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ। ଗୋଟାଏ ପଟେ ସାଇବର ଠକ ସେମାନଙ୍କ କାୟା ବିସ୍ତାର କରିଚାବଲିଥିବା ବେଳେ ରାଜଧାନୀରେ ଏବେ ମଧ୍ୟ ଚାଲିଛି ଚିଟଫଣ୍ଡ ଠକେଇ। ୩ ଜଣଙ୍କ ଠାରୁ ୮୯ ଲଷ ଟଙ୍କା ଠକି ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଭୋପାଳରୁ ଗିରଫ କରିଛି କମିଶନରେଟ ପୋଲିସ। 

Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା

ଆସିଲା ପାର୍ବଣ ଋତୁ। ପାର୍ବଣ ଋତୁରେ ସମସ୍ତେ ଉତ୍ସବ ମୁଖର ଥିବା ବେଳେ ଏହାର ଫାଇଦା ଉଠାଇବାକୁ ଅନାଇ ବସିଛନ୍ତି ହ୍ୟାକର। ସୋସିଆଲ ମିଡିଆ, ମ୍ୟାସେଜ ଜରିଆରେ ଭିନ୍ନ ଭିନ୍ନ ଲୋଭନୀୟ ଅଫର ଦେଇ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ଟଙ୍କା। ଯଦିଓ କିଛି ମାତ୍ରାରେ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି ପୋଲିସ। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି କମିଶନରେଟ ପୋଲିସ। ସାଇବର ଅପରାଧର କୌଣସି ସୀମା ରହିନଥିବାରୁ ଅପରାଧି ରାଜ୍ୟ ବାହାରେ ଟାର୍ଗେଟ କରି ଲୁଟି ଚାଲିଛନ୍ତି ଟଙ୍କା।

ହେଲେ ଏଭଳି ଅପରାଧିଙ୍କୁ ଧରିବା କାଠିକର ପାଠ କହି ହାତ ଟେକି ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କେବଳ ସଚେତନ ରହି ଏଭଳି ଠକାମୀରୁ ବର୍ତ୍ତି ହେବ। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ପୋଲିସ ପକ୍ଷରୁ କରାଯାଉଥିବା କହିଛନ୍ତି ସେ। ଗୋଟାଏ ପଟେ ମାନବ ସମ୍ବଳର ଅଭାବ ଅନ୍ୟ ପଟେ ଇଚ୍ଛା ଶକ୍ତିର ଅଭାବ ଏଭଳି ପରିସ୍ଥିତିରେ ଟଙ୍କା କିଭଳି ଫେରିପାରିବ ସେ ନେଇ ପ୍ରଶ୍ନ କରିଛନ୍ତି ବିଶେଷଜ୍ଞ।  

Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ

ଗୋଟାଏ ପଟେ ସାଇବର ହ୍ୟାକର ଲୋକଙ୍କ ଟଙ୍କା ଉପରେ ନଜର ରଖିଥିବା ବେଳେ ରାଜଧାନିରେ ଏବେ ଚାଲିଛି ଚିଟଫଣ୍ଡ ଠକେଇ। କ୍ରିପ୍ଟୋ କରେନ୍ସି (Crypto Currency)ଜରିଆରେ ଟଙ୍କା ବିନିଯୋଗ କରି ବାର୍ଷିକ ୧୫ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କୁ ଠକି ଚାଲିଛନ୍ତି ଠକ। ଏଭଳି ଜଣେ ଅଭିଯୁକ୍ତଙ୍କୁ ଭୋପାଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଓମ ପ୍ରକାଶ ଭାଗବତ। ବରମୁଣ୍ଡା ଅଞ୍ଚଳରେ କିଛି ମାସ ତଳେ ଏକ ସଂସ୍ଥା ଖୋଲି ଲୋକଙ୍କୁ ଟଙ୍କା ବିନିଯୋଗ କରିବାକୁ କହିଥିଲେ। 

ଏହା ବଦଳରେ ବାର୍ଷିକ ୧୫ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଇଥିଲେ। ଲୋକେ ପ୍ରଲୋଭିତ ହୋଇ ଟଙ୍କା ବିନିଯୋଗ କରିଥିବା ବେଳେ ଓମ ପ୍ରକାଶ ଫେରାର ହୋଇଯାଇଥିଲେ। ଏଭଳି ୩ ଜଣ ଲୋକ ଠକାମୀର ଶୀକାର ହେବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ ମିଳିବା ପରେ ଓମ ପ୍ରକାଶକୁ ଗିରଫ କରିଛି ପୋଲିସ। ଲୋକଙ୍କୁ ଠକି ସେହି ଟଙ୍କାକୁ କ୍ରିପ୍ଟୋ କରେନ୍ସି କାରବାରରେ ବିନିଯୋଗ କରି ଅଧିକ ଟଙ୍କା ରୋଜଗାର କରିଥିବା କହିଛନ୍ତି ଅଭିଯୁକ୍ତ ଓମ୍।   

Also Read: ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା

ସମୟ ଗଡିବା ସହ ଠକାମୀ କରିବାର ତରିକା ମଧ୍ୟ ବଦଳିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ କରିବା ଦାୟୀତ୍ବ ପୋଲିସ ପ୍ରଶାସନର ରହିଥାଏ। ହେଲେ ସଚେତନ କିଭଳି କରିବା ଏହାର ତରିକା କିଭଳି ରହିବା ସେହି ସବୁ ବ୍ୟବସ୍ଥା ସରକାର କରିବା କଥା। ଏଭଳି କି ଆଖି ଦୃଶିଆ ଅଭିଯୁକ୍ତଙ୍କୁ ସୀମା ବାହାରେ ଥିଲେ ବି ଧରିବା ଲୋକଙ୍କ ଭିତରେ ଆସ୍ଥାଭାଜନ ହେବା ଦରକାର। ଏଭଳି କରାଯାଇ ନପାରିଲେ ଲୋକେ ଠକାମୀର ଶୀକାର ହେଉଥିବେ ଆଉ ପୋଲିସ ହାତ ଟେକି ଚୁପ ବସି ରହିଥିବ।