ପୂର୍ବରୁ ଯେଉଁଭଳି ଟିକାକରଣ ହେଉଥିଲା ସେହିଭଳି ଭାବେ ଆସନ୍ତା ସୋମବାର ଠାରୁ ମଧ୍ୟ ଜାରି ରହିବ।
Trending Photos
ଭୁବନେଶ୍ବର: ଏଥର ସାବାଳକଙ୍କ ପାଳି। ସାରା ଦେଶରେ ଚଳିତ ବର୍ଷ ମେ ପହିଲାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ। ଶନିବାର ଠାରୁ ୧୮ ବର୍ଷରୁ ୪୪ ବର୍ଷର ଲୋକ ଟିକା ନେବା ପାଇଁ ହୋଇଛି ବ୍ୟବସ୍ଥା। ଏଥିପାଇଁ ଗତ ମାସ ୨୮ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରାଜ୍ୟ ପରିପ୍ରେକ୍ଷୀରେ ସପ୍ତାହନ୍ତ ସଟ୍ ଡାଉନ ହେତୁ ଏହା ବନ୍ଦ ରହିଛି।
ଆସନ୍ତା ୩ ତାରିଖ ସୋମବାର ଠାରୁ ପୁଣି ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ (Third Phase Vaccination)। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ବର୍ଷର ଲୋକଙ୍କ ପାଇଁ କେବଳ କୋଭାକ୍ସିନ ଟିକା (Covaxin Vaccine) ଆସି ପଞ୍ଚଞ୍ଚିଛି। ଯାହା ଫଳରେ ଏହି ଟିକା ଭୁବନେଶ୍ବରରେ ଦିଆଯାଉଥିବାରୁ ଶନିବାର ଏହାର ଡ୍ରାଏ ରନ୍ ହୋଇଛି। ଭିଡ ଏଡାଇବା ପାଇଁ ସ୍ଲଟ୍ ମାଧ୍ୟମରେ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି।
ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ବିନା ପଞ୍ଜୀକରଣରେ ଟିକା ନେବାକୁ ବାରଣ କରାଯାଇଛି। ରାଜ୍ୟ ତଥା ରାଜଧାନୀରେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସପ୍ତାହନ୍ତ ସଟଡାଉନ (Weekend Shutdown) ସମୟରେ ଟୀକାକରଣ କେନ୍ଦ୍ରକୁ ବିଶୋଧନ (Vaccination Centre Sanitization) କରାଯିବା ସହ ଡ୍ରାଏ ରନ୍ (Dry Run) ହୋଇଛି।
Also Read: ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ
ପ୍ରଥମ ଦଫାରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ କେବଳ ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ ଟିକା ଆସିଥିବା ବେଳେ ଏହାକୁ ନେଇ ଏକ ପ୍ରତୀକାତ୍ମକ ଟିକାକରଣ (Symbolic Vaccination) କରାଯାଇଛି। ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡ୍ରାଏ ରନ୍ ହୋଇଛି। କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ତଥା ଅଧିକ ଚାପ ସମ୍ଭାଳିବା ଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରାଯାଇଛି।
ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି କମିଶନର (BMC Commssioner) ପ୍ରେମ ଚନ୍ଦ୍ର ଚୌଧରୀ (Prem Chandra Chaudhary) ଟିକାକରଣ କେନ୍ଦ୍ରରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି। ବିନା ପଞ୍ଜୀକରଣରେ ଏହି ବର୍ଗର ଲୋକଙ୍କୁ ଟିକା ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ପୂର୍ବରୁ ଯେଉଁଭଳି ଟିକାକରଣ ହେଉଥିଲା ସେହିଭଳି ଭାବେ ଆସନ୍ତା ସୋମବାର ଠାରୁ ମଧ୍ୟ ଜାରି ରହିବ। ରାଜଧାନୀରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବଳକା ରହିଥିବା ୭୦-୮୦ ହଜାର ବ୍ୟକ୍ତିଙ୍କ ସମେତ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ। ୧୮ରୁ ଉର୍ଦ୍ଧ୍ବ ପଞ୍ଜୀକୃତ ହିତାଧିକାରୀଙ୍କୁ ସଧ୍ୟା ପରେ ସ୍ଲଟ୍ ମିଳିବ। ଏହାସହ ଉଭୟ ବର୍ଗଙ୍କ ପାଇଁ ଟିକାକରଣ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଧିକ କାଉଣ୍ଟର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ
ଟିକାକରଣ କେନ୍ଦ୍ରରେ ଅଯଥା ଗହଳି ନକରି କେବଳ ସ୍ଲଟ୍ ମିଳିଥିବା ବ୍ୟକ୍ତି ନିର୍ଦ୍ଧାରିତ ସ୍ଥାନ ସମୟରେ ଆସିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଡ୍ରାଏ ରନରେ ଟିକା ନେଇଥିବା ବ୍ୟକ୍ତି ଏହାକୁ ସ୍ବାଗତ କରିଛନ୍ତି। ହିତାଧିକାରୀ କୋୱିନ ପୋର୍ଟାଲ (CoWIN Portal), ଆରୋଗ୍ୟ ସେତୁ (Arogya Setu) କିମ୍ବା ଉମଙ୍ଗ ଆପ୍ (Umang App) ମାଧ୍ୟମରେ ଟୀକା ନେବା ପାଇଁ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି। ଏହାସହ ଅଧିକ ହିତାଧିକାରୀ ଥିବା ଅଞ୍ଚଳରେ ମଧ୍ୟ କର୍ମକ୍ଷେତ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉଥିବା କମିଶନର କହିଛନ୍ତି।