Coronavirus Updates : ସାଙ୍ଘାତିକ ହେଲାଣି ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାର ସ୍ଥିତି କ'ଣ?
Advertisement
Article Detail0/zeeodisha/odisha1072022

Coronavirus Updates : ସାଙ୍ଘାତିକ ହେଲାଣି ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାର ସ୍ଥିତି କ'ଣ?

ଓଡ଼ିଶାରେ ଗତ ୩ ଦିନ ହେବ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ରବିବାର ୧୧ ଟପିଛି। ଜାନୁଆରୀ ୧୩ରେ ୧୦୦୫୯, ୧୪ରେ ୧୦୨୭୩, ୧୫ରେ ୧୦୮୫୬ ଓ ୧୬ରେ ୧୧୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ତିନି ତାରିଖରୁ ଲଗାତାର ଦୈନିକ ମାମଲା ବୃଦ୍ଧି ପାଉଛି। କ୍ରମାଗତ ୪ ଦିନ ହେଲା ରାଜ୍ୟରେ ୧୦ ହଜାରରୁ ଅଧିକ କୋରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ଏହା ୧୧ ହଜାର ଟପିଛି। ସେପଟେ ଦେଶରେ ଦୈନିକ ସଂକ୍ରମଣ ତିନି ଲକ୍ଷମୁହାଁ ହେଲାଣି। 

ଓଡ଼ିଶାରେ ଗତ ୩ ଦିନ ହେବ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ରବିବାର ୧୧ ଟପିଛି। ଜାନୁଆରୀ ୧୩ରେ ୧୦୦୫୯, ୧୪ରେ ୧୦୨୭୩, ୧୫ରେ ୧୦୮୫୬ ଓ ୧୬ରେ ୧୧୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୬,୪୭୯, ଲୋକାଲ୍ କେସ୍ ୪,୬୯୮ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧୬ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗଞ୍ଜାମ, ସନ୍ଦରଗଡ ଓ ନୟାଗଡରେ କୋରୋନା ଆକ୍ରାନ୍ତ ହୋଇ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Also Read: ପ୍ରେସ ଛକ ହତ୍ୟାକାଣ୍ଡ: ଛୁରା ମାରିଥିବା ଅଭିଯୁକ୍ତ ମିଲୁ ଓ ସତ୍ଯ ଗିରଫ

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୨, ବାଲେଶ୍ୱର ଜିଲ୍ଲାରୁ ୩୪୨ଜଣ, ବରଗଡ଼ ଜିଲ୍ଲାରୁ ୧୨୩ଜଣ, ଭଦ୍ରକ ଜିଲ୍ଲାରୁ ୯୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୨ଜଣ, ବୌଦ୍ଧ ଜିଲ୍ଲାରୁ ୭୧ଜଣ, କଟକ ଜିଲ୍ଲାରୁ ୮୨୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୫ଜଣ, ଗଜପତି ଜିଲ୍ଲାରୁ ୭୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୦୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୪ଜଣ, ଯାଜପୁର ଜିଲ୍ଲାରୁ ୧୭୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୩ଜଣ, କନ୍ଧମାଳ ଜିଲ୍ଲାରୁ ୪୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୧ଜଣ, କେନ୍ଦୁଝର ଜିଲ୍ଲାରୁ ୬୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪୨୪ଜଣ, କୋରାପୁଟ ଜିଲ୍ଲାରୁ ୧୫୨ଜଣ, ମାଲକାନଗିରି ଜିଲ୍ଲାରୁ ୪୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୫ଜଣ, ନୟାଗଡ଼ ଜିଲ୍ଲାରୁ ୧୫୯ଜଣ, ନୂଆପଡ଼ା ଜିଲ୍ଲାରୁ ୭୯ଜଣ, ପୁରୀ ଜିଲ୍ଲାରୁ ୧୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୭୯ଜଣ, ସୋନପୁର ଜିଲ୍ଲାରୁ ୨୩୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୧୩୬ଜଣ, ଷ୍ଟେଟ ପୁଲ୍‌ରୁ ୭୩୭ଜଣ ରହିଛନ୍ତି।

ଆକ୍ଟିଭ କେସରେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ରେଡ ଜୋନ୍‌ରେ ଅଛନ୍ତି। ଅନ୍ୟପଟେ ହଜାରେ ଆକ୍ଟିଭ୍ କେସ ପାର କରିଥିବା ପୁରୀ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗୀର, ଝାରସୁଗୁଡା ଓ କୋରାପୁଟ ଜିଲ୍ଲା ୟେଲୋ ଜୋନ୍ ରହିଛି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୬୯,୭୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦,୫୫,୬୧୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଶନିବାର ସୁଦ୍ଧା କୋରୋନାରେ ୮୪୮୧ ଜଣ ପ୍ରାଣ ହରାଇଛନ୍ତି। 

Also Read: #1YearofVaccineDrive : କେମିତି ଥିଲା ବିଶ୍ୱର ସର୍ବବୃହତ ଟିକା ଅଭିଯାନର ଯାତ୍ରା?

ସେହିପରି ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ୨୦୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୧୬.୨୮ ପ୍ରତିଶତ ରହିଛି । ଶନିବାରଠାରୁ ଦେଶରେ ୨ ହଜାର ୩୬୯ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ଦେଶରେ ୩୧୪ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି। ୩ କୋଟି ୫୦ ଲକ୍ଷ ୮୫ ହଜାର ୭୨୧ ଆକ୍ରାନ୍ତ ସୁସ୍ଥ ହେଲେଣି। ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୫ ଲକ୍ଷ ୫୦ ହଜାର ୩୭୭ ରହିଛି।

ସେପଟେ ଆଇଏଲଏସକୁ ଜିନମ ସ୍ୱିକେନ୍ସ ପାଇଁ ଯାଉଥିବା ନମୂନା ମଧ୍ୟରୁ ୭୫ ପ୍ରତିଶତ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହେଉଛନ୍ତି। ଆଇଏଲଏସକୁ ଜିନମ ସ୍ୱିକେନ୍ସ ପାଇଁ ଯାଇଥିବା ୪୨ଟି ନମୂନା ମଧ୍ୟରୁ ୩୨ଟି ପଜିଟିଭ୍ ବାହାରିଛି। ଭିମସାରର ୧୮ ନମୂନା ମଧ୍ୟରୁ ୧୫ଟି ଓ ନାଇଜରରୁ ଆସିଥିବା ୯ଟି ନମୂନା ମଧ୍ୟରୁ ୬ଟିରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩କୁ ବୃଦ୍ଧି ପାଇଛି।