Live Now

Odisha Daily News Live: ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ନବୀନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ନବୀନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
08 June 2024 07:13 PM (IST)

Supreme Court: ଲୋକସଭା ୨୦୨୪ ନିର୍ବାଚନ ପାଇଁ ଭୋଟ୍ ଗଣତି ଦିନ ଜୁନ୍ ୪ ରେ ଷ୍ଟକ୍ ମାର୍କେଟରେ ହଠାତ୍ ହ୍ରାସ ଘଟିଥିଲା। ଏହା ନିବେଶକମାନଙ୍କ ପାଇଁ ବିପୁଳ କ୍ଷତି ଘଟାଇଲା। ବର୍ତ୍ତମାନ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଓ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

08 June 2024 07:12 PM (IST)

Congress Parliamentary Chief: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ନୂଆ ଉତ୍ସାହ ଦେଖାଯାଉଛି। କଂଗ୍ରେସ ଦ୍ୱାରା ନିରନ୍ତର ବୈଠକ ଅନୁଷ୍ଠିତ ହେଉଛି। ସେପଟେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର (ସିପିପି) ଚ୍ୟାୟରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି। ଶନିବାର (୦୮ ଜୁନ୍) ସନ୍ଧ୍ୟାରେ ସେ ଉଭୟ ଲୋକସଭା ଓ ରାଜ୍ୟସଭା ଦଳର ସାଂସଦଙ୍କ ବୈଠକରେ ପୁନର୍ବାର ନିର୍ବାଚିତ ହୋଇଥିଲେ।

08 June 2024 04:33 PM (IST)

CWC Meeting: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡିସି) ଏକ ପ୍ରସ୍ତାବ ପାରିତ କରି ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ କହିଛି। ସଂଗଠନର ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭୂମିକା ଗ୍ରହଣ କରିବାକୁ ନିବେଦନ କରିଛି। ସଂସଦ ଭିତରେ ଏହି ଅଭିଯାନର ନେତୃତ୍ୱ ନେବାକୁ ରାହୁଲ ଜୀ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି। ଭେନୁଗୋପାଳଙ୍କୁ ପଚରାଯାଇଥିଲା ଯେ ଏହି ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା କ’ଣ? ସେ କହିଛନ୍ତି, ଏହା ଉପରେ କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି ଯେ ସେ ବିଚାର କରିବେ।

08 June 2024 01:24 PM (IST)

Odisha Daily News Live: ଆଇପିଏସ୍ ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇ ଦେଲେ ଇସିଆଇ, ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନା, ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ

08 June 2024 01:15 PM (IST)

Odisha News: ଶ୍ରୀମନ୍ଦିର ଚାରି ପାଶ୍ୱର ଲାଇଟ ଖୋଲାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଶ୍ରୀମନ୍ଦିର ଚାରିପଟୁ କାହିଁକି ଲାଇଟ କଢାଯାଇଛି ଏହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଅଧିକ ପଢ଼ନ୍ତୁ

 

08 June 2024 12:45 PM (IST)

ଗ୍ୟାସ ଲିକ ଯୋଗୁ କାରଖାନାରେ ନିଆଁ, ୩ ମୃତ ଏବଂ ୬ ଗୁରୁତର

ଦିଲ୍ଲୀର ନରେଲି ଶିଳ୍ପାଞ୍ଚଳରେ ଥିବା କାରଖାନାରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । କାରଖାନାରେ ନିଆଁ ଲାଗିବା ପରେ କିଛି ଶ୍ରମିକ ଫସିଯାଇଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଥିଲା । ଅଧିକ ପଢ଼ନ୍ତୁ

08 June 2024 11:56 AM (IST)

Odisha News Live Updates: ଦିଲ୍ଲୀର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ୩ ମୃତ
ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ସେମାନେ ଆଜି ଭୋର୍‌ ପ୍ରାୟ ୩.୩୫ ସମୟରେ ଏହି ଘଟଣା ସମ୍ପର୍କରେ ଏକ କଲ ପାଇଥିଲେ। ଏହି ଅଗ୍ନିକାଣ୍ଡ ଘଟିବା ପରେ ଚଉଦଟି ଅଗ୍ନିଶମ ବାହିନୀକୁ ସେବାରେ ନିୟୋଜିତ କରାଯାଇଛି। ଅପରେସନ୍ ଏବେ ମଧ୍ୟ ଜାରି ରହିଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି।

08 June 2024 11:50 AM (IST)

Odisha News Live Updates: ଶିଶୁ ମୃତ୍ୟୁରୁ ଆର୍‌ଜିଏଚ୍‌ରେ ଉତ୍ତେଜନା
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତ ଶିଶୁର ବାପା-ମା ଓ ପରିବାର ଲୋକ ମାତୃଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌)ରେ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଏମ୍‌ସିଏଚ୍‌ରୁ ହଟିବେ ନାହିଁ ଜିଦ୍‌ ଧରିଥିଲେ। ଆର୍‌ଜିଏଚ୍‌ର ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ପହଞ୍ଚି ଉତ୍ତେଜିତ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

08 June 2024 11:50 AM (IST)

Odisha News Live Updates: ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ
ବଢିଲା ବିଜୁ ଜନତା ଦଳର ଦ୍ୱିତୀୟ ପାୱାରଫୁଲ ନେତା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ। ପାଣ୍ଡିଆନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିରେ ଅଭିଯୋଗ। ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଥିବାର ସୂଚନା ରହିଛି। ତେବେ ପାଣ୍ଡିଆନ ଯେତେବେଳେ କ୍ଷମତାଶାଳୀ ରହିଥିଲେ ସେତେବେଳେ ତାଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହସ କରୁନଥିଲେ। ତେବେ କ୍ଷମତାରୁ ହଟିବା ପରେ ପାଣ୍ଡିଆନଙ୍କ ବିରୋଧରେ ଚାରିଆଡେ ବିରୋଧାଭାଷ ବଢିବାରେ ଲାଗିଛି। ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ପାଣ୍ଡିଆନଙ୍କୁ ନେଇ ଦଳୀୟ ମହଲରେ ମଧ୍ୟ ବିରୋଧ ଜୋର ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଇଡ଼ିରେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରାଯାଇଛି  । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଲ୍ଲୀ ଇଡ଼ି କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି  । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

08 June 2024 09:15 AM (IST)

Odisha News Live Updates: କାଳବୈଶାଖୀରେ ଉଡ଼ିଗଲା ଛପର
 ଶୁକ୍ରବାର ଅପରାହ୍ନରେ ଘସିପୁରା ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଖୁବ ଜୋରରେ ପବନ ହେବାରୁ ଗଛ ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ‌ହୋଇଛି। ଘସିପୁରା ବ୍ଲକ୍‌ ନାରଙ୍ଗପୁର ବଜାରରେ ରହୁଥିବା ବାପୁଜୀ ସାଙ୍କ ଘରର ଛପର ଉଡ଼େଇ ନେଇ ନାରଙ୍ଗପୁର-ଘସିପୁରା ମୁଖ୍ୟରାସ୍ତାରେ ପକାଇଛି।

08 June 2024 09:14 AM (IST)

Odisha News Live updates: ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍
ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ହୋଇଥିବା ଜଣାଯାଇଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବସଟି ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିଲା। ଏହି ସମୟରେ କଡ଼େଇ ଛକ ନିକଟରେ ବସ୍‌ଟି ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

08 June 2024 09:13 AM (IST)

Odisha News Live Updates: ମିଡ଼ିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ
ରାମୋଜୀ ଗୃପର ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ। ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪.୫୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟିସ୍ଥିତ ବାସଭବନକୁ ଅଣାଯାଇଛି। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଫିଲ୍ମସିଟିରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାମୋଜୀ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀ ତାଙ୍କ ଶେଷ ଦର୍ଶନ କରିବେ। ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

08 June 2024 09:12 AM (IST)

Today Horoscope: ଆୟ ବଢିବା ସହ ବ୍ୟବସାୟରେ ହେବ ବୃଦ୍ଧି! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08 June 2024 09:11 AM (IST)

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Add Zee News as a Preferred Source

About the Author