କୋରୋନା ଯନ୍ତ୍ରଣା ଉପରେ ମହଙ୍ଗା ମଲମ ପେଟ୍ରୋଲ ଦର
Advertisement

କୋରୋନା ଯନ୍ତ୍ରଣା ଉପରେ ମହଙ୍ଗା ମଲମ ପେଟ୍ରୋଲ ଦର

କୋରୋନା ମିଟର (Corona Meter) ଉପରକୁ ଯାଇ ତଳକୁ ଖସିଲାଣି । କିନ୍ତୁ ଦେଶରେ ତୈଳ ଦରର ମହଙ୍ଗା ମିଟର୍ ଖସିବାର ନାଁ ଧରୁନି । ରାତି ଯେତେ ଗଡ଼ୁଛି ରାଜ୍ୟର ଗୋଟିଏ ଗୋଟିଏ ସହରରେ ପେଟ୍ରୋଲ-ଡିଜେଲ୍ ଦର ନୂଆ ରେକର୍ଡ ଲେଖୁଛି ।

କୋରୋନା ଯନ୍ତ୍ରଣା ଉପରେ ମହଙ୍ଗା ମଲମ ପେଟ୍ରୋଲ ଦର

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ଉପରେ ହାଇ ଟାକ୍ସ ଏବେ ନିର୍ଯାତନା ଦିଶିଲାଣି । କୋରୋନା କାଳରେ କେନ୍ଦ୍ର ଓ ରାଜ୍ୟର ମହଙ୍ଗା ଟିକସ ତୈଳ ଦରକୁ ଶତକ ପାର୍ କରାଇଦେଲାଣି । ଏ ଭିତରେ ରାଜ୍ୟର ଅନେକ ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ସେଞ୍ଚୁରୀ ମାରିସାରିଛି । ତେବେ ପ୍ରଥମ ଥର ପାଇଁ ପେଟ୍ରୋଲ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଶତକ ମାରିବାକୁ ଯାଉଛି । ଏଥିପାଇଁ ଗ୍ରାହକଙ୍କୁ ବେଶୀ ଦିନ ନୁହେଁ, ବରଂ ଗୋଟିଏ ରାତି ଓ ନୂଆ ସକାଳକୁ ଅପେକ୍ଷା କରିବାକୁ ପଡ଼ିବ। 

ସେପଟେ ଲଗାତାର ତୈଳ ଦର ବୃଦ୍ଧିରୁ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଏକ୍ସପର୍ଟଙ୍କ ମତ କ୍ରୁଡ୍ ଅଏଲ୍ (Crude Oil Price) ରେଟ୍ ବଢ଼ୁଥିବାରୁ ଆଗକୁ ଦର ଆହୁରି ଉଚ୍ଚ ହେବ । ଏଥିରେ ବାଲାନ୍ସ ଆଣିବାକୁ ହେଲେ ଟିକସ ହ୍ରାସ ଏକମାତ୍ର ବାଟ। ହେଲେ ଜନତାଙ୍କୁ ଏକଦମ ଘାଣ୍ଟି ସାରିଲାଣି ପେଟ୍ରୋଲ ଡିଜେଲ ଦର । ସ୍ଥିତି ଏମିତି ଯେ, ଜନତା ନା କହିପାରୁଛନ୍ତି, ନା ସହିପାରୁଛନ୍ତି । କୋରୋନା ମିଟର (Corona Meter) ଉପରକୁ ଯାଇ ତଳକୁ ଖସିଲାଣି । କିନ୍ତୁ ଦେଶରେ ତୈଳ ଦରର ମହଙ୍ଗା ମିଟର୍ ଖସିବାର ନାଁ ଧରୁନି । ରାତି ଯେତେ ଗଡ଼ୁଛି ରାଜ୍ୟର ଗୋଟିଏ ଗୋଟିଏ ସହରରେ ପେଟ୍ରୋଲ-ଡିଜେଲ୍ ଦର ନୂଆ ରେକର୍ଡ ଲେଖୁଛି ।

Also Read: ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ

ଏବେ ସେମିତି ଗୋଟିଏ ରାତିକୁ ଅପେକ୍ଷା, ଯାହା ଟ୍ୱିନସିଟି (Twin City)କଟକ ଓ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଥ୍ରୀ ଡିଜିଟ୍ ଛୁଇଁ ସେଞ୍ଚୁରୀ ମାରିବ । ବର୍ଦ୍ଧିତ ନୂଆ ଦର ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ ୯୯ ଟଙ୍କା ୬୫ ପଇସା ରହିଛି। ଏଠି ଶତକ ମାରିବାକୁ ପେଟ୍ରୋଲ୍ ଆଉ ୩୫ ପଇସା ଆବଶ୍ୟକ କରୁଛି । ସେମିତି ମାତ୍ର ୩ ପଇସା ବଢ଼ିଲେ କଟକରେ ୯୯ ଟଙ୍କା ୯୭ ପଇସା ଥିବା ପେଟ୍ରୋଲ୍ ବି ସେଞ୍ଚୁରୀ ମାରିବ। ତେବେ ଲଗାତାର ତୈଳ ଦର ବୃଦ୍ଧିକୁ ନେଉ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଗ୍ରାହକଙ୍କ କହିବା ହେଲା, ସେତିକି ଜରୁରୀ ନ ହେଲେ ଗାଡ଼ି ଗଡ଼ାଇବା ମୁସ୍କିଲ୍ ।  

Also Read: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

ବର୍ତ୍ତମାନ ମାଲକାନଗିରି (Malkangiri) ରେ ପେଟ୍ରୋଲ ଦର ରାଜ୍ୟରେ ସର୍ବାଧିକ ୧୦୪ ଟଙ୍କା ଥିବାବେଳେ ଡିଜେଲ୍ ଲିଟର ୧୦୧ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ପେଟ୍ରୋଲ ଲିଟର ୯୯ ଟଙ୍କା ୪୫ ପଇସା ଥିବାବେଳେ ଗଜପତିରେ ଦର ରକିଛି ୧୦୦ ଟଙ୍କା ୦୫ ପଇସା । ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ୁଛି । ତେବେ ଆଗକୁ କ୍ରୁଡ୍ ଅଏଲ୍ ଦର ବଢ଼ିବାର ସମ୍ଭାବନା ଥିବାରୁ ପେଟ୍ରୋଲ-ଡିଜେଲ୍ ଦର (Petrol-Diesel Rate) ଆହୁରି ବଢ଼ିବ । ଦର କମାଇବାକୁ ହେଲେ ଏକମାତ୍ର ରାସ୍ତା ଟିକସ ହ୍ରାସ ବୋଲି ଏକ୍ସପର୍ଟ କହିଛନ୍ତି ।  

Also Read: ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ଙ୍କ ସହ ପିଏମ ମୋଦିଙ୍କ ବଡ ବୈଠକ, ଜାଣନ୍ତୁ କ'ଣ ହେଲା ଚର୍ଚ୍ଚା

ମେ ଶେଷରେ ୯୧ଟଙ୍କା ଛୁଇଁଥିବା ପେଟ୍ରୋଲ ଦର (Petrol Rate) ଜୁନ୍ ଶେଷ ସୁଦ୍ଧା ୯ ଟଙ୍କା ବଢ଼ି ସେଞ୍ଚୁରୀ ମାରିଛି। ଲିଟର ପିଛା ପେଟ୍ରୋଲର ମୂଳ ଦର ହେଉଛି ୪୦ ଟଙ୍କା ଥିବାବେଳେ କେନ୍ଦ୍ରର ଟିକସ ହେଉଛି ୩୨ ଟଙ୍କା ୯୦ ପଇସା ଓ ରାଜ୍ୟର ଟିକସ (ଭାଟ) ରହିଛି ୨୩ ଟଙ୍କା । ସେମିତି ଡିଲର୍ ଭାଗ ରହିଛି ୩ ଟଙ୍କା ୩୦ ପଇସା । ମୋଟାମୋଟିରେ କହିବାକୁ ଗଲେ, ୪୦ ଟଙ୍କାର ପେଟ୍ରୋଲ କିଣି ଜନତା ଦେଉଛନ୍ତି ପ୍ରାୟ ୫୭ ଟଙ୍କାର ଟିକସ (Tax) ।