Advertisement
Article Detail0/zeeodisha/odisha870760
Zee OdishaBhubneshwarରାଜ୍ୟରେ ଲେଉଟିବ ଲକଡାଉନ? DMET ଦେଲା ଏମିତି ପ୍ରତିକ୍ରିୟା

ରାଜ୍ୟରେ ଲେଉଟିବ ଲକଡାଉନ? DMET ଦେଲା ଏମିତି ପ୍ରତିକ୍ରିୟା

ଶନିବାର ୯୮ ଜଣ ପଜିଟିଭ୍ ବାହରିଥିବା ବେଳେ ରବିବାର ଏହି ସଂଖ୍ୟା ୧୪୬କୁ ପହଞ୍ଚିଛି। ଏହା ସହିତ ରାଜ୍ୟର ମୋଟ କୋରୋନା ମାମଲା ୩ ଲକ୍ଷ ୩୯ ହଜାର ୯୬୩ ହେଲାଣି ଆଉ ମୃତ୍ୟୁ ସଂଖ୍ୟା ୧୯୧୯କୁ ପହଞ୍ଚିଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ୱର: ଗତ ସପ୍ତାହେ ହେଲା ରାଜ୍ୟରେ ଲଗାତାର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ୯୮ ଜଣ ପଜିଟିଭ୍ ବାହରିଥିବା ବେଳେ ରବିବାର ଏହି ସଂଖ୍ୟା ୧୪୬କୁ ପହଞ୍ଚିଛି। ଏହା ସହିତ ରାଜ୍ୟର ମୋଟ କୋରୋନା ମାମଲା ୩ ଲକ୍ଷ ୩୯ ହଜାର ୯୬୩ ହେଲାଣି ଆଉ ମୃତ୍ୟୁ ସଂଖ୍ୟା ୧୯୧୯କୁ ପହଞ୍ଚିଛି।

ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ମାମଲା (Odisha Covid19) ପ୍ରସଂଗରେ DMET ନିର୍ଦ୍ଦେଶକ ଡକ୍ଟର ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ। ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି। ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ। 

Also Read: ରାଜ୍ୟରେ ବଢୁଛି କୋରୋନା ମାମଲା: ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ଏହି ନିୟମ...

Add Zee News as a Preferred Source

ସେ ପୁଣି କହିଛନ୍ତି, 'ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛନ୍ତି। ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକଡାଉନ (Lockdown) କରାଯିବ। ହସ୍ପିଟାଲର ମୂଳ ଲକ୍ଷ୍ୟ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ ସଂଖ୍ୟା ବଢାଯିବ, ଏଥିରେ ଦ୍ବିମତ ନାହିଁ। ରାଜ୍ୟରେ ଲକଡାଉନ ଆଭୋଏଡ କରିବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।'

ଲୋକମାନେ କୋଭିଡ୍ ଗାଇଡଲାଇନ (Covid Guidelines) କୁ ମାନିବା ଉଚିତ୍। ଲୋକେ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ପାଳୁଛନ୍ତି। କୋଭିଡ (Coronavirus) ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକ୍ରିୟା, ଦରକାର ପଡିଲେ ଉଚ୍ଚସ୍ତରୀୟ ବୈଠକ ହେବ। ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ ବୋଲି DMET ନିର୍ଦ୍ଦେଶକ କହିଛନ୍ତି।

Also Read: ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣ ବଢିବା ପରେ ଛତିଶଗଡ (Chattisgarh) ରେ ଲକଡାଉନ ପରିସ୍ଥିତି ଦେଖାଦେଇଛି। ରାଜ୍ୟ ସରକାର ସେଠାକାର ସମସ୍ତ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋରୋନା ପାଇଁ ମହାରାଷ୍ଟ୍ରର ଅନେକ ଅଞ୍ଚଳ ସଟଡାଉନ ହୋଇଛି। କେନ୍ଦ୍ର ସରକାର ପୁଣି ଥରେ ଲକଡାଉନ ଲଗାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ସେପଟେ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କୋରୋନା ଗାଇଡଲାଇନର କିଭଳି ପାଳନ ହେଉଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଓ ଗୃହମନ୍ତ୍ରୀ ଅମିତ ଶାହା ଭଲ ଭାବେ ଅନୁଧ୍ୟାନ କରୁଛନ୍ତି।  

 

 

 

 

About the Author