Bhubaneswar Drug Trafficking: ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ବରରେ ବେପାର କରୁଥିଲେ । ତେବେ ଦିଲ୍ଲୀର ତୁର୍କମାନଗେଟରେ ହେଉଥିସଲା ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ । ସେହିଠାରୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା ଭୁବନେଶ୍ୱରକୁ । ରବି ଓ ସନ୍ନି ଅଧିକାସଂ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି ଓ ଏହିଠାରେ ବଡ଼ ବଡ଼ ହୋଟେଲ ଏବଂ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଆସନ୍ତା ୨୦୨୩ ହକି ବିଶ୍ୱକପ ପାଇଁ ବିଭିନ୍ନ ବଡ଼ ବଡ଼ ହୋଟେଲ ଓ ଦୋକାନିମାନଙ୍କ ସହ ଚାଲିଥିଲା ଡିଲ୍ ।
Trending Photos
ଭୁବନେଶ୍ୱର: Bhubaneswar Drug Trafficking: ରାଜଧାନୀରେ ଡ୍ରଗ୍ସ ମାଫିଆ । ହକି ବିଶ୍ୱକପକୁ ଫୋକସରେ ରଖି କରୁଥିଲେ ବେପାର । ବିଶେଷ ଭାବରେ ୨୦୨୩ରେ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପକୁ ଫୋକସ କରିଥିଲେ ଏହି ଡ୍ରଗ୍ସ ମାଫିଆ । ଆସନ୍ତା ୨୦୨୩ ଜାନୁଆରି ହକି ବିଶ୍ୱକପରେ ସାମିଲ ହେବାକୁ ଥିବା ବିଦେଶୀ ଖେଳାଳି ଓ ବିଦେଶୀ ଦର୍ଶକ ମାନଙ୍କୁ ଟାର୍ଗେଟ କରିଥିଲେ । ଏନେଇ ଭୁବନେଶ୍ୱରର ବଡ଼ ବଜ ହୋଟେଲ ଓ ଦୋକାନୀମାନଙ୍କୁ ସହ ଚାଲିଥିଲା ଆଲୋଚନା । ତେବେ ଗତ କିଛି ଦିନ ତଳେ ଭୁବନେଶ୍ବର ସ୍ଥିତ XAVIERS SQUARE ରେ ଦୁଇ ଜଣ ଲୋକ ଡ୍ରଗ୍ସ ବେପାର କରୁଥିବା ଖବର ପାଇଥିଲା ରାଜ୍ୟ STF ।
ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୨ ଗ୍ରାମର ଡ୍ରଗ୍ସ ଜବତ କରିଥିଲା, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ଅଭିଯୁକ୍ତ ହେଉଛନ୍ତି ରବି ଓ ସନ୍ନି, ଦୁଇ ଜଣ ରାଜସ୍ଥାନର ବାସିନ୍ଧା ବୋଲି ଜଣା ପଡିଛି । ରବି ଓ ସନ୍ନିଙ୍କୁ ପଚରାଉଚରା କରିବା ବେଳେ ଅନେକ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କିଭଳି ଭୁବନେଶ୍ୱକୁ ଟାର୍ଗେଟ କରିଥିଲେ ଓ କିଭଳି ଚାଲିଥିଲା ଡ୍ରଗ୍ସ ବାପାରର ମାଷ୍ଟର ପ୍ଲାନ ଏହିଭଳି ଅନେକ ତଥ୍ୟର ଖୁଲାସା କରିଛି ଏସଟିଏଫ ।
ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ
ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ
ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ବରରେ ବେପାର କରୁଥିଲେ । ତେବେ ଦିଲ୍ଲୀର ତୁର୍କମାନଗେଟରେ ହେଉଥିସଲା ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ । ସେହିଠାରୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା ଭୁବନେଶ୍ୱରକୁ । ରବି ଓ ସନ୍ନି ଅଧିକାସଂ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି ଓ ଏହିଠାରେ ବଡ଼ ବଡ଼ ହୋଟେଲ ଏବଂ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଆସନ୍ତା ୨୦୨୩ ହକି ବିଶ୍ୱକପ ପାଇଁ ବିଭିନ୍ନ ବଡ଼ ବଡ଼ ହୋଟେଲ ଓ ଦୋକାନିମାନଙ୍କ ସହ ଚାଲିଥିଲା ଡିଲ୍ । କେବଳ ୨୦୨୩ ବିଶ୍ୱକପ ନୁହେଁ ପୂର୍ବରୁ ୨୦୧୦ କମନୱେଲ୍ଥ ଗେମ୍ ସମୟରେ ମଧ୍ୟ ଏହି ବେପାର କରୁଥିବା STFକୁ କହିଛି ରବି । ଦିର୍ଘ ୧୨ଧରି ରବି ଓ ସନ୍ନି ଭୁବନେଶ୍ୱରରେ ସକ୍ରିଆ ଭାବରେ ଡ୍ରଗ୍ସ ବେପାର କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତଙ୍କ ପାଖରୁ ଅନେକ ଜିନିଷ ଜବତ କରିଛି STF । ରବି ସିଂ ପାଖରୁ ଏକ ସାଉଥ ଆଫ୍ରିକା ନୋଟ ଜବତ କରିବା ସହ ଦୁଇ ଅଭିଯୁକ୍ତ କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି । କେବଳ ବଡ଼ ହୋଟେଲ ନୁହେଁ ଭବନେଶ୍ୱର ସାଲିଆ ସାହି ଭଳି ଅନେକ ବସ୍ତି ଓ କଲେଜ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ ।
ରବି ସିଂ ରାଜସ୍ଥାନର ଚୁରୁ ଜିଲ୍ଲାର ବସିନ୍ଧା । ସେଠାରେ ସେ ହୋଟେଲ ବ୍ୟବସାୟ କରୁଥିବା ବେଳେ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିବା ଏସଟିଏଫର ଡେପୁଟି ଇନ୍ସପେକ୍ଟର ଜେ ଏନ ପଙ୍କଜ କହିଛନ୍ତି । ତେବେ ୨୦୨୦ରୁ ଏଯାବତ ୫୦ କେଜି ଉର୍ଦ୍ଧ୍ୱ ବ୍ରାଉମ ସୁଗାର ଜବତ କରିବା ସହ ୧୩୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ଏସଟିଏଫ ।