ଅଭିଯୁକ୍ତ କହିଲେ ମନୀଷ ମୃତ୍ୟୁର ସତ କଥା...
Advertisement
Article Detail0/zeeodisha/odisha1015449

ଅଭିଯୁକ୍ତ କହିଲେ ମନୀଷ ମୃତ୍ୟୁର ସତ କଥା...

ଏବେ ପ୍ରଶ୍ନ ଉଠୁଛି ଗିରଫ ପରେ ରିମାଣ୍ଡ ଆଉ ରିମାଣ୍ଡ ପରେ ପଲିଗ୍ରାଫ ଟେଷ୍ଟ କରିବାକୁ କମିଶନରେଟ ପୋଲିସକୁ କି ଆବଶ୍ୟକତା ପଡିଲା । ତଦନ୍ତ ବେଳେ ପୋଲିସ କୌଣସି ତଥ୍ୟ ପାଇନଥିଲା କି ।

ଅଭିଯୁକ୍ତ କହିଲେ ମନୀଷ ମୃତ୍ୟୁର ସତ କଥା...

ସରୋଜ ବେହେରା, ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ କରିଛି କମିଶନରେଟ ପୋଲିସ । ଦୀର୍ଘ ୭ ଘଣ୍ଟା ଧରି ମନୀଷ ମୃତ୍ୟୁ ନେଇ ମିଛ ଧରା ମେସିନ ଲଗାଇ ସୁରାକ ଖୋଜିବାକୁ ଚେଷ୍ଟା ଚଲାଇଥିଲା ପୋଲିସ । ବଛାବଛା ଜଣକ ପିଛା ୫୦ଟି ପ୍ରଶ୍ନ ତିଆରି କରି ସମସ୍ତ ଅଭିଯୁକ୍ତଙ୍କୁ ମନୀଷ ମୃତ୍ୟୁ ଦିନର ଘଟଣା ବାବଦରେ ଜାଣିବାକୁ ଚେଷ୍ଟା କରାଯାଇଛି । ଅଭିଯୁକ୍ତମାନେ କେତେ ସତ କେତେ ମିଛ କହୁଛନ୍ତି ସେ ନେଇ ଜୋରଦାର ଉଦ୍ୟମ ଆରମ୍ଭ କରିଛି ପୋଲିସ । ଏତେ ପରେ ଏବେ ପ୍ରଶ୍ନ ଉଠୁଛି ଗିରଫ ପରେ ରିମାଣ୍ଡ ଆଉ ରିମାଣ୍ଡ ପରେ ପଲିଗ୍ରାଫ ଟେଷ୍ଟ କରିବାକୁ କମିଶନରେଟ ପୋଲିସକୁ କି ଆବଶ୍ୟକତା ପଡିଲା । ତଦନ୍ତ ବେଳେ ପୋଲିସ କୌଣସି ତଥ୍ୟ ପାଇନଥିଲା କି । ଯଦି ତଥ୍ୟ ପ୍ରମାଣ ନାହିଁ ତେବେ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କଲା କିଭଳି ।  

କିଏ କହୁଛି ସତ, କିଏ କହୁଛି ମିଛ । ଏବେ ବି ରହସ୍ୟ ଘେରରେ ରହିଛି ମନୀଷ ହତ୍ୟା ମାମଲା । ହତ୍ୟା ଘଟଣାର ସପ୍ତାହେ ନ ପୁରୁଣୁ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ହେଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କମିଶନରେଟ ପୋଲିସ ହାତରେ ନାହିଁ କୌଣସି ତଥ୍ୟ ପ୍ରମାଣ । ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ ଯୋଜନାରେ ଥିବା କମିଶନରେଟ ପୋଲିସ ବିଫଳ ହେବା ପରେ ନେଇଛି ଲାଏ ଡିଟେକସନ ଟେଷ୍ଟର ସାହାରା । ଭୁବନେଶ୍ବର ଷ୍ଟେଟ ଫରେନସିକ ସାଇନ୍ସ ଲ୍ୟାବରେ ଦୀର୍ଘ ୭ ଘଣ୍ଟା ଧରି ଗୋଡାଇ ତୋଡାଇ ପ୍ରଶ୍ନ କରିଛନ୍ତି ଏକ୍ସପର୍ଟ । ଉଦ୍ଦେଶ୍ୟ ଗୋଟାଏ ମନୀଷ ମୃତ୍ୟୁ ସ୍ବାଭାବିକ ନା ହତ୍ୟା । ଯଦି ହତ୍ୟା ତା ହେଲେ ଅଭିଯୁକ୍ତଙ୍କ ଭୁମିକା କଣ । ମନୀଷ ମୃତ୍ୟୁ ଭଳି ଏକ ହାଇ ପ୍ରୋଫଇଲ ମାମଲାରେ ଚାପ ବଢିବା ପରେ ଅଭିଯୁକ୍ତଙ୍କୁ ସମୟ ଅବିଳମ୍ବେ କୋର୍ଟଚାଲାଣ କରିଥିଲା ଇନଫୋସିଟି ଥାନା ପୋଲିସ ।

Also Read: Chhattisgarh Congress ରାଲିରେ ହାତାହାତି; ଦଳୀୟ ନେତାଙ୍କୁ ସଭାରେ ଧକ୍କା ମାରିଲେ ସମର୍ଥକ

ହେଲେ ସେମାନଙ୍କ ବିରୋଧରେ ସେଭଳି କୌଣସି ଠୋସ ପ୍ରମାଣ ଦେଖାଇ ପାରିନଥିଲା ପୋଲିସ । ଏଥିପାଇଁ ପ୍ରଥମେ ୪ ଦିନିଆ ରିମାଣ୍ଡ ଓ ପରେ ଲାଏ ଡିଟେକସନ(Lie Detection) କରିବାକୁ ଯୋଜନା କରିଥିଲା । ପଲିଗ୍ରାଫ ଟେଷ୍ଟ କରି ମନୀଷଙ୍କ ମୃତ୍ୟୁର ଘଟଣାଚକ୍ର ଖୋଜିବାହାର କରିବ ବୋଲି ଆଶା ରଖିଛି ପୋଲିସ । ମନୀଷ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ବେଳେ ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ଥିବା କହିଥିଲେ ଭୁବନେଶ୍ବର ଡିସିପି (Bhubaneswar DCP) । ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡ ନେବା ହେଉ ବା ପଲିଗ୍ରାଫ ଟେଷ୍ଟ ପଛର କାରଣ ନେଇ କୌଣସି ପ୍ରକାର ସ୍ପଷ୍ଟ ଉତ୍ତର ନାହିଁ କମିଶନରେଟ ପୋଲିସ ପାଖରେ । ଯାହାକୁ ନେଇ କମିଶନରେଟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । 

Also Read: ରାଜ୍ୟରେ ସଂକ୍ରମଣ କମୁଛି ହେଲେ ଡ଼ର ଯାଇନି

ମନୀଷଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ହୋଇ ହୋଇଥିବା ବେଳେ ହତ୍ୟା ଓ ପ୍ରମାଣ  ନଷ୍ଟ ଭଳି ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ପଛର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ବିଶେଷଜ୍ଞ।  ମନୀଷ ମୃତ୍ୟୁ(Manish Murder Case) ପରେ ପୋଲିସ ଉପରେ ବୃଦ୍ଧି ପାଉଥିବା ଚାପକୁ ଏଡାଇବା ପାଇଁ ତରବରିଆ ଭାବେ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛନ୍ତି ବୋଲି ଅଭିଯୋଗ ଉଠିବାରେ ଲାଗିଛି।  ଘଟଣା ଦିନ ଅଭିଯୁକ୍ତ ଦୀନେଶ, ମୃତ୍ୟୁଂଜୟଙ୍କ ସିସିଟିଭି ଫୁଟେଜରେ ପୋଲିସ ସ୍ପଷ୍ଟ ଦେଖିଥିବା ବେଳେ ଅମ୍ରିତଙ୍କ ସମ୍ପୃକ୍ତି ନେଇ ମଧ୍ୟ ବର୍ତମାନ ଯାଏ କୌଣସି ତଥ୍ୟ ଦେଇପାରୁନି ପୋଲିସ ।  ଏଭଳି ପରିସ୍ଥିତିରେ ପୋଲିସ ତଦନ୍ତ ସନ୍ଦେହଜନକ ବୋଲି କହିଛନ୍ତି ଅମ୍ରିତଙ୍କ ଓକିଲ । 

Also Read: ପାକିସ୍ତାନ ଜିତିବା ପରେ ଏମିତି କହିଲେ ମେହବୁବା, ମନ୍ତ୍ରୀ କହିଲେ DNA ହିଁ ଖରାପ

ପଲିଗ୍ରାଫ ଟେଷ୍ଟ ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରିଥିଲା ପୋଲିସ ।  ଏହା ପରେ ବଡ ପ୍ରଶ୍ନ ରହିଛି ରିମାଣ୍ଡ ନେଇ ଜେରା ପରେ ବି ପଲିଗ୍ରାଫ ଟେଷ୍ଟ ପାଇଁ କମିଶନରେଟ ପୋଲିସକୁ କି ଆବଶ୍ୟକତା ପଡିଲା ।  ଏବେ ଯାଏ ମନୀଷ ମୃତ୍ୟୁ ରହସ୍ୟ ଖୋଜି ବାହାର କରିପାରି ନ ଥିବା କମିଶନରେଟ ପୋଲିସକୁ ପଲିଗ୍ରାଫ ଟେଷ୍ଟ ସତରେ କଣ ସହାୟକ ହେବ?