ଅବସର ପରେ ଅଭୟଙ୍କୁ ମିଳିବ କେଉଁ ପଦବୀ?
Advertisement
Article Detail0/zeeodisha/odisha1059570

ଅବସର ପରେ ଅଭୟଙ୍କୁ ମିଳିବ କେଉଁ ପଦବୀ?

ଦୁର୍ନୀତିଖୋରଙ୍କ ପ୍ରତି ନବୀନ ସରକାରଙ୍କ ଶୂନ୍ୟ ଅସହିଷ୍ଣ୍ୁତା ମନୋଭାବ ରହିଛି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଅନେକ ଥର ନିଜର ଭାଷଣରେ କହିଛନ୍ତି। ଯାହାର କାର୍ଯ୍ୟକାରିତା ମଧ୍ୟ ନିକଟ ଅତୀତରେ ଦେଖିବାକୁ ମିଳିଛି। ୧୨୦ରୁ ଊର୍ଦ୍ଧ୍ୱ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବିଦା କରି ସରକାର ନିଜର କଥା ବି ରଖିଛନ୍ତି।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ୨୦୨୧ ମସିହା ବର୍ଷ ଶେଷରେ ଆଇଏସ୍ ଅଭୟ ରାଜ୍ୟ ପୋଲିସ ମୁଖିଆ ଅର୍ଥାତ ଡିଜିପି ପଦବୀରୁ ଅବସର ନେଉଛନ୍ତି। ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ସୁନୀଲ ବଂଶଲଙ୍କୁ ନିଯୁକ୍ତି ଦିଆଯାଇଛି। ଡିସେମ୍ବର ୩୧ ଶୁକ୍ରବାର ଓଡିଶାର ନୂଆ ଡିଜିପି ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ। ତେବେ ଅବସର ପରେ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଦୁର୍ନୀତିଖୋରଙ୍କ ପ୍ରତି ନବୀନ ସରକାରଙ୍କ ଶୂନ୍ୟ ଅସହିଷ୍ଣ୍ୁତା ମନୋଭାବ ରହିଛି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଅନେକ ଥର ନିଜର ଭାଷଣରେ କହିଛନ୍ତି। ଯାହାର କାର୍ଯ୍ୟକାରିତା ମଧ୍ୟ ନିକଟ ଅତୀତରେ ଦେଖିବାକୁ ମିଳିଛି। ୧୨୦ରୁ ଊର୍ଦ୍ଧ୍ୱ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବିଦା କରି ସରକାର ନିଜର କଥା ବି ରଖିଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କୋଠର ମନୋଭାବ ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ଓ ସଚ୍ଚୋଟ ପ୍ରଶାସନୀକ ଅଧିକାରୀଙ୍କୁ ପୁରସ୍କୃତ କରିବାରେ ନବୀନ ସରକାର ଧୁରନ୍ଦର।

Also Read: ଫିକା ପଡ଼ିବ ନୂଆବର୍ଷ; ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ

କ୍ଲିନ୍ କ୍ୟାରିୟର ଓ ଅଣବିବାଦୀୟ ପ୍ରଶାସନୀକ ଅଧିକାରୀମାନେ ନବୀନ ସରକାରଙ୍କ ପ୍ରିୟଭାଜନ। ଆଉ ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ଡିଜିପି ଅଭୟ। ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ଅଭୟ କୌଣସି ବିବାଦରେ ଛନ୍ଦି ହୋଇ ନାହାନ୍ତି କି ତାଙ୍କ ବର୍ଦ୍ଦିରେ କୌଣସି ପ୍ରକାରର ଦାଗ ଲାଗିନାହିଁ। ଅଭୟଙ୍କ କାର୍ଯ୍ୟକାଳ ସମୟରେ ଆଇନ ଶୃଙ୍ଖଳ ପରିସ୍ଥିତି ବିପର୍ଯ୍ୟୟ ହୋଇଛି। କେତେକାଂଶରେ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ତାଙ୍କର ନେତୃତ୍ୱରେ ହୋଇଥିବା ମାଓ ଦମନ ଅଭିଯାନ ବେଶ ପ୍ରଶଂସନୀୟ। ଅନେକ ବିବାଦୀୟ ମାମଲାକୁ ଦମନ କରିବାରେ ସେ ସୂତ୍ରଧର ହୋଇଥିବା ବେଳେ କୋରୋନା କାଳରେ ରଥଯାତ୍ରା କରାଇବାରେ ତାଙ୍କର ମୁଖ୍ୟଭୂମିକା ରହିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ, ପୋଲିସ ମୁଖିଆ ଅଭୟଙ୍କୁ ଭେଟିଥିବା କୁହାଯାଉଛି।

fallback

ଡିଜିପି ଅଭୟ, ରାଜ୍ୟ ସରକାରଙ୍କ ବିଶ୍ୱାସନୀୟ ଓ ପ୍ରିୟ ହୋଥିବାରୁ ତାଙ୍କୁ ଅବସର ପରେ କୌଣସି ଏକ ବଡ଼ ଦାୟିତ୍ୱ ମିଳିପାରେ। ତେବେ ଅଭୟ ପ୍ରଥମ ନୁହଁନ୍ତି, ତାଙ୍କ ପୂର୍ବରୁ ମଧ୍ୟ ଅନେକ ପ୍ରଶାସନୀକ ଅଧିକାରୀଙ୍କୁ ଅବସର ପରେ ରାଜ୍ୟ ସରକାର ପାରମ୍ପାରୀକ ଭାବେ କୌଣସି ନା କୌଣସି ପଦବୀରେ ଅବସ୍ଥାପିତ କରିଛନ୍ତି। ୨୦୧୯ ଅଗଷ୍ଟରେ ଅବସର ନେଇଥିବା ଆର ବାଲକ୍ରିଷ୍ଣାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ବ୍ୟତୀତ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ପୂର୍ବ ଡିଜିପି ଆପି ଶର୍ମାଙ୍କୁ ରାଜ୍ୟ ଶାସନ ନିର୍ବାଚନ କମିଶନର ଓ ଲୋକାୟୁକ୍ତ କରାଯାଇଛି।

Also Read: ନୂଆବର୍ଷରେ ନୂଆ ପୋଲିସ ମୁଖିଆ, ୨୭ ବର୍ଷ ପରେ ଓଡ଼ିଶା ଫେରି ଛଅ ମାସ ରହିବେ ସୁନୀଲ ବଂଶଲ!

ଗତବର୍ଷ ଡିସେମ୍ବରରେ ଅବସର ନେଇଥିବା ମୁଖ୍ୟ ଶାସନ ସଚିବ, ଅସିତ ତ୍ରିପାଠୀଙ୍କୁ ପଶ୍ଚମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଛି। ଏହା ବ୍ୟତୀତ ଅସିତଙ୍କୁ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ, କୃଷି ବାଣିଜ୍ୟ ଓ ଉଦ୍ୟୋଗ ବିଭାଗର ପ୍ରମୁଖ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟମାନଙ୍କ ପରି ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ଚଳିତବର୍ଷ ଫେବୃଆରୀରେ ନବୀନ ସରକାର ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ତେବେ ବିଗତ ଦିନର ରେକର୍ଡ ଗୁଡିକୁ ଦେଖିଲେ ଡିଜିପି ଅଭୟଙ୍କୁ ଅବସର ପରେ ସୁରକ୍ଷା ସମ୍ପର୍କିତ ପଦବୀରେ ନିଯୁକ୍ତ ମିଳିପାରେ।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୯ ତାରିଖରେ ୧୯୮୬ ବ୍ୟାଚର ଆଇପିଏସ ଅଭୟ, ଓଡିଶାର ପୋଲିସ ମହାନିର୍ଦ୍ଦେଶର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଗତ ଜୁନରେ ଅବସର ନେଇଥାନ୍ତେ। କିନ୍ତୁ ରଜ୍ୟସରକାର ତାଙ୍କ କାର୍ଯ୍ୟକାଳକୁ ଆହୁରି ଛଅ ମାସ ବୃଦ୍ଧି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡିଶାର ପ୍ରଥମ ଡିଜିପି ଭାବେ ଅଭୟ ୨ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ଏପରି କି ଅଭୟ ତାଙ୍କର କାର୍ଯ୍ୟକାଳ ବାଦ ୨୧ ଦିନ ଅଧିକ ଡ୍ୟୁଟି କରିଛନ୍ତି। ଏବେ ଆପିଏସ୍ ସୁନିଲ ବଂଶଲ ତାଙ୍କ ସ୍ଥାନ ନେବେ। ସୁନୀଲଙ୍କ କାର୍ଯ୍ୟକାଳ ମଧ୍ୟ ୬ ମାସ ଥିବା ବେଳେ ସରକାର ତାକୁ ଆହୁରି ଦେଢ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି।