ଧରା ପଡୁନାହାଁନ୍ତି ନକଲି ଶିକ୍ଷକ; ରାଜରାସ୍ତାରେ ଆଶାୟୀ
Advertisement
Article Detail0/zeeodisha/odisha976619

ଧରା ପଡୁନାହାଁନ୍ତି ନକଲି ଶିକ୍ଷକ; ରାଜରାସ୍ତାରେ ଆଶାୟୀ

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକଙ୍କୁ ଧରିବାରେ ବିଭାଗ ଏ ପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଅପରପକ୍ଷେ ପାଠପଢା ଶିକ୍ଷକତା କରିବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ତାଲିକା ବୃଦ୍ଧି ପାଇବାରେ ଲାଗୁଛି। 

ଧରା ପଡୁନାହାଁନ୍ତି ନକଲି ଶିକ୍ଷକ; ରାଜରାସ୍ତାରେ ଆଶାୟୀ

ଭୁବେନଶ୍ୱର: ପୁରିଲା କଣ୍ଟ। ଏଣିକି ଦରମା ବନ୍ଦ। ଥରେ କିମ୍ବା ଦୁଇ ଥର ନୁହେଁ ଚାରି ଚାରି ଥର ଚିଠି ଲେଖାଯିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେଉନାହିଁ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖିାଯିବା ପରେ ମଧ୍ୟ ଖାତିର ନକରି ଠିକ୍ ସମୟରେ ତଥ୍ୟ ନମିଳିବାରୁ ନିର୍ଦେଶାଳୟ କ୍ଷୋଭ ପ୍ରକାଶ କରିଛି। 

ଏନେଇ ଗତ ୨୮ ତାରିଖରେ ପୁଣିଥରେ ଏକ ଚିଠି ଲେଖି ଅଗଷ୍ଟ ୩୧ ତାରିଖ ସୁଦ୍ଧା ପଦକ୍ଷେପ ନନେଲେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମା ବନ୍ଦ କରି ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସେପଟେ ନକଲି ଶିକ୍ଷକ ଖସିଯାଉଥିବା ବେଳେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଆଶାୟୀ ଏବେ ରାଜ ରାସ୍ତାରେ ଅଛନ୍ତି।

ନକଲି ଶିକ୍ଷକ ଧର, ନହେଲେ ଦରମା ଛାଡ଼। ରାଜ୍ୟରେ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଡିଇଓ, ବିଇଓ, ଡିପିସିଙ୍କୁ କିଛି ଏପରି ଢଙ୍ଗରେ ଚେତାବନୀ ଦେଇଛି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ରାଜ୍ୟରେ ନକଲି ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ ହୋଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ କରି ଏଫଆଇଆର୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍, ମାର୍କ ସିଟ୍, ଟ୍ରେନିଂ ସାର୍ଟିଫିକେଟ୍, ମାଇଗ୍ରେସନ, ପରୀକ୍ଷା ଫଳ ପ୍ରକାଶନ ତାରିଖ, ଜାତି ପ୍ରମାଣ ପତ୍ର, ସର୍ଭିସ୍ ରେକର୍ଡ ଯାଞ୍ଚ କରିବାକୁ ପୂର୍ବରୁ ନିର୍ଦ୍ଦେଶାଳୟ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଇଛି।

Also Read: ରାଜ୍ୟରେ ପୂରଣ ହେବ ଖାଲି ପଡିଥିବା ହିନ୍ଦୀ ସଂସ୍କୃତ ତେଲୁଗୁ ଟିଜିଟି ପିଇଟି ଶିକ୍ଷକ ପଦବୀ

ଏହା ପରେ ମଧ୍ୟ ତଥ୍ୟ ଦାଖଲ କରାଯାଇ ନାହିଁ। ଯାହା ଫଳରେ ୨୪ ଜିଲ୍ଲାର ଡିଇଓ, ଡିପିସି, ବିଇଓଙ୍କୁ ଗତ ୨୮ ତାରିଖରେ ପୁଣିଥରେ ଚିଠି ଲେଖି ନକଲି ଶିକ୍ଷକ ତଥା କର୍ମଚାରୀଙ୍କ ବିରୁଦ୍ଧରେ ଅଗଷ୍ଟ ୩୧ ସୁଦ୍ଧା ତାରିଖ କାର୍ଯ୍ୟାନୁଷ୍ଠାନ ନନେଲେ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ଚିଠିରେ ଲେଖାଯାଇଥିଲା। 

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକଙ୍କୁ ଧରିବାରେ ବିଭାଗ ଏ ପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଅପରପକ୍ଷେ ପାଠପଢା ଶିକ୍ଷକତା କରିବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ତାଲିକା ବୃଦ୍ଧି ପାଇବାରେ ଲାଗୁଛି। ଏପରି ସ୍ଥିତି ଯେ ନିଯୁକ୍ତି ଅଭାବରୁ ରାଜଧାନୀର ଗାନ୍ଧୀମାର୍ଗସ୍ଥିତ ଧାରଣାସ୍ଥଳ ସେମାନଙ୍କର ଠିକଣା ପାଲଟିଛି। ଓଡି଼ଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ୧୨ ଦିନ ଧରି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। କନିଷ୍ଠ ଶିକ୍ଷକ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ଏବଂ ଏହାର ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିବାକୁ ସେମାନଙ୍କ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିରୋଧ କରିବାକୁ ସଂକଳ୍ପ ନେଇଛି ସଂଘ।

Also Read: ମିଳିବ ପଦୋନ୍ନତି; ଉପକୃତ ହେବ ୬୩ ହଜାର ୩୦୩ ଶିକ୍ଷକ

ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୯ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ସାରିଛି। ହେଲେ ନକଲି ଖସୁଥିବା ବେଳେ ନୂତନ ଶିକ୍ଷକ ପାଇଁ ବାଟ ଫିଟି ପାରୁନାହିଁ।