ଅସୁରକ୍ଷିତ ଗଜ! 'ଅପଡେଟ୍ ହେଉନାହିଁ ବନ ବିଭାଗ, ହାତୀଙ୍କ ପ୍ରତି ଆତ୍ମୀୟତା ଅଭାବ'
Advertisement
Article Detail0/zeeodisha/odisha1057394

ଅସୁରକ୍ଷିତ ଗଜ! 'ଅପଡେଟ୍ ହେଉନାହିଁ ବନ ବିଭାଗ, ହାତୀଙ୍କ ପ୍ରତି ଆତ୍ମୀୟତା ଅଭାବ'

କେମିତି ହେଲା ଦୁର୍ଘଟଣା? କାହାର ଥିଲା ଭୁଲ, ବନ ବିଭାଗ ନା ରେଳବାଇ ବିଭାଗ? କୁଆଡେ ଗଲା ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ମାଳମାଳ ଯୋଜନା? ଏତେ ପଦକ୍ଷେପ ନେବା ପରେ ବି ଥମୁନି ହାତୀ ଦୁର୍ଘଟଣା? ଖୋର୍ଦ୍ଧା ଟାଙ୍ଗୀ ନିକଟରେ ଘଟିଥିବ ହାତୀ ଦୁର୍ଘଟଣାର କାରଣ ଖୋଜିବାକୁ ଉଦ୍ୟମ ବନ ବିଭାଗ ଜୋରଦାର କରିଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଟ୍ରେନ ଦୁର୍ଘଟଣାରେ ଘଟିଥିବା ହାତୀଙ୍କ ମୃତ୍ୟର କାରଣ ଖୋଜୁଛି ବନ ବିଭାଗ। କେଉଁ ପରିସ୍ଥିତିରେ ହାତୀଙ୍କୁ ଟ୍ରେନ ଧକ୍କା ଦେଲା ସେନେଇ ରେଳବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବୈଠକରେ ଖୋର୍ଦ୍ଧା ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବନ ବିଭାଗ ଅଧିକାରୀ, ରେଳବାଇ କଣ୍ଟ୍ରୋଲ ରୁମକୁ ପୂର୍ବରୁ ସୂଚନା ଦେଇଥିବାରୁ ବଡଧରଣ ଦୁର୍ଘଟଣା ରୋକାଯାଇପାରିଥିବା ପିସିସିଏଫ କହିଛନ୍ତି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୩୦ ତାରିଖରେ ତଦନ୍ତ କରୁଥିବା ସିସିଏଫ ଦେବେ ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି। 

କେମିତି ହେଲା ଦୁର୍ଘଟଣା? କାହାର ଥିଲା ଭୁଲ, ବନ ବିଭାଗ ନା ରେଳବାଇ ବିଭାଗ? କୁଆଡେ ଗଲା ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ମାଳମାଳ ଯୋଜନା? ଏତେ ପଦକ୍ଷେପ ନେବା ପରେ ବି ଥମୁନି ହାତୀ ଦୁର୍ଘଟଣା? ଖୋର୍ଦ୍ଧା ଟାଙ୍ଗୀ ନିକଟରେ ଘଟିଥିବ ହାତୀ ଦୁର୍ଘଟଣାର କାରଣ ଖୋଜିବାକୁ ଉଦ୍ୟମ ବନ ବିଭାଗ ଜୋରଦାର କରିଛି। ସେଥିପାଇଁ ରେଳବାଇ ସହ ବୈଠକ ମଧ୍ୟ କରିଛି। ବନ ଅଧିକାରୀ ସମୟ ଥାଉ ଥାଉ ରେଳବାଇ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିବା ବନ ବିଭାଗ ସଫେଇ ଦେଇଛି। ଯାହାଦ୍ବାରା ଡ୍ରାଇଭର ଟ୍ରେନର ବେଗ କମାଇବାରେ ସଫଳ ହୋଇଥିଲେ। ଏହା ସତ୍ତ୍ୱେ ବି ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନର ବେଗ ଅଧିକ ଥିଲେ ଆହୁରି ଅଧିକ ହାତୀଙ୍କ ମୃତ୍ୟୁ ଘଟିଥାନ୍ତା ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି।  ଘଟଣାର ତଦନ୍ତ କରୁଥିବା ସିସିଏଫ ଆସନ୍ତା ୩୦ରେ ରେଳବାଇ କଣ୍ଟ୍ରୋଲ ରୁମର ତଦାରଖ କରି ରିପୋର୍ଟ ଦେବା ପରେ ଅସଲ କଥା ପଦାକୁ ଆସିବ ବୋଲି ଆଶା କରାଯାଉଛି।

Also Read: 'ଲୌହ ଦାନବର ରକ୍ତ ଭୋଜି': ଆଗ-ପଛ ହୋଇ ଚାଲିଗଲେ ଅଣ୍ଡିରା ଓ ମାଈ ହାତୀ

ହାତୀ ମୃତ୍ୟୁକୁ ନେଇ ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ ସିଧାସଳଖ ବନ ବିଭାଗକୁ ଦୋଷ ଦେଇଛନ୍ତି। ବିନ ବିଭାଗ ଉପରେ ପ୍ରଶ୍ନ କରି ପଚାରିଛନ୍ତି, ରେଳବାଇକୁ ସୂଚନା ଦେଇ ଚୁପ ନ ବସି ହାତୀ ସୁରକ୍ଷିତ ନ ହେବାଯାଏ ସେହି ସ୍ଥାନ ଛାଡି ବନ ଅଧିକାରୀ କିଭଳି ଗଲେ? ବନ ଅଧିକାରୀ ହାତୀପଲଙ୍କ ଉପରେ ନଜର ରଖିଥିଲେ ହୁଏତ ଏ ଦୁର୍ଘଟଣାକୁ ଏଡାଇ ଯାଇହୋଇଥାନ୍ତା। ରାଜ୍ୟରେ ହାତୀ ସଂଖ୍ୟା ପ୍ରାୟ ୨ ହଜାର ରହିଛନ୍ତି। ସେମାନଙ୍କ ଉପରେ ନଜର ରଖିବାକୁ ରାଜ୍ୟରେ ୨ ଶହ ସ୍କ୍ୱାର୍ଡ ଅଛନ୍ତି। ହାତୀମାନଙ୍କ ପାଇଁ ଟ୍ରାକର ଲଗାଯିବା ପାଇଁ ଚେଷ୍ଟା କରାଯାଇନାହିଁ। ଗତ ୫ ବର୍ଷ ଭିତରେ କେବଳ ଓଡିଶାରେ ୪୦୬ ହାତୀ ମରିଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରେନ ଦୁର୍ଘଟଣାରେ ୧୪ଟି ହାତୀଙ୍କର ମୃତ୍ୟୁ ହୋଇଛି।

ବିଜୟ କେତନ ପୁଣି କହିଛନ୍ତି ଯେ, ହାତୀଙ୍କ ସୁରକ୍ଷା କରିବା ପାଇଁ ଅନେକ ଯୋଜନା କରାଯାଉଛି। ବନ ବିଭାଗ ଓ ରେଳବାଇ ମଧ୍ୟରେ ସମନ୍ବୟ ରଖିବା ସହ ରେଳ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟରେ ୩ଟି କଣ୍ଟ୍ରୋଲ ରୁମ ରହିଛି। ହାତୀଙ୍କ ସୁରକ୍ଷା ପାଇଁ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରାଯାଇଛି। କେତେ ବେଳେ ମହୁମାଛି ସାଉଣ୍ଡ ତ ଆଉ କେତେ ବେଳେ ରେଡିଓ କଲାର ଲଗାଇ ହାତୀଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି। ହେଲେ ସେ ସବୁ ଯୋଜନା ସେଭଳି ଫଳପ୍ରଦ ହୋଇପାରୁନାହିଁ। ଏଥିପାଇଁ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରାଯାଉଛି। ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ। ହେଲେ ବନ ଅଧିକାରୀଙ୍କ ମଧ୍ୟରେ ଆତ୍ମୀୟତା ନ ଆସିବା ଯାଏ ହାତୀଙ୍କ ମୃତ୍ୟ ଏଭଳି ଘଟୁଥିବ ବୋଲି ପୂର୍ବତନ ବନ ଅଧିକାରୀ ଆଶଙ୍କା କରିଛନ୍ତି। 

Also Read: ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ

ରାଜ୍ୟରେ ହାତୀଙ୍କୁ ସୁରକ୍ଷିତ ରଖିବା ପାଇଁ ଯେତେ ଚେଷ୍ଟା ହେଉଛି ସେହି ତୁଳନାରେ ହାତୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରୁନାହିଁ। କିଛି ଦିନ ତଳେ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବାକୁ ଚେଷ୍ଟା ମଧ୍ୟ ହୋଇଥିଲା। ହେଲେ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ବାଙ୍ଗାଲୁରୁ IIS ବିଶେଷଜ୍ଞ ଦଳର ଅଧିକାରୀ ଆହତ ହୋଇଥିଲେ। ରାଜ୍ୟରେ ହାତୀ ସୁରକ୍ଷା ପାଇଁ କୌଣସି ନୂଆ ଯୋଜନା ବର୍ତ୍ତମାନ ଯାଏ ବି ସଫଳ ହୋଇପାରିନାହିଁ। ପୁରୁଣା ଯୋଜନା ମୁତାବକ ଯେତେ ପଦକ୍ଷେପ ନେବା କଥା ନିଆଯାଉଛି। ହେଲେ ଏହା କେତେ ଦିନ ଯାଏ ସୁଫଳ ଦେବ ତାହା ଆଗାମୀ ସମୟ କହିବ।