Odisha ପାଲଟୁଛି ଧଳାଜହର ବେପାରୀଙ୍କ ଏନ୍ତୁଡିଶାଳ
Advertisement
Article Detail0/zeeodisha/odisha964382

Odisha ପାଲଟୁଛି ଧଳାଜହର ବେପାରୀଙ୍କ ଏନ୍ତୁଡିଶାଳ

ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବାଲେଶ୍ବର, ଜଳେଶ୍ବର, ଦୀଘା ଦେଇ ରାଜ୍ୟ ମଧ୍ୟକୁ ବ୍ରାଉନସୁଗର ଚାଲାଣ ହେଉଥିବା ବେଳେ ପଡୋଶୀ ଦେଶ ବାଂଲାଦେଶରୁ ସମୁଦ୍ରପଥରେ ଚାଲାଣ ହେଉଛି ଧଳ ଜହର। 

Odisha ପାଲଟୁଛି ଧଳାଜହର ବେପାରୀଙ୍କ ଏନ୍ତୁଡିଶାଳ

ଭୁବନେଶ୍ବର: ପୁଣି ରାଜ୍ୟରୁ ଧରା ହେଲା ବିପୁଳ ପରିମାଣର ଧଳ ଜହର। ଖୋର୍ଦ୍ଧାରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଜବତ କରିଛି ଏକ କିଲୋ ୩ ଶହ ଗ୍ରାମର ବ୍ରାଉନସୁଗର। ଏ ଘଟଣାରେ ଭଦ୍ରକ, କଟକ, ଖୋର୍ଦ୍ଧାରୁ ୩ ବେପାରୀ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଛି ପ୍ରାୟ ୨୫୦ ଗ୍ରାମର ବ୍ରାଉନସୁଗର।

ଦିନକୁ ଦିନ ଓଡିଶା ଏବେ ପାଲଟିବାରେ ଲାଗିଛି ନିଶା ବେପାରୀଙ୍କ ଅନ୍ତୁଡିଶାଳ। କେତେବେଳେ ବ୍ରାଉନସୁଗର ତ ଆଉ କେତେ ବେଳେ ଗଞ୍ଜେଇ ଆଉ କେତେ ବେଳେ ଚୋରା ମଦ ତ ଆଉ କେତେ ବେଳେ ଜବତ ହେଉଛି ଅଫିମ। ରାଜ୍ୟ ତଥା ରାଜ୍ୟ ବାହାର ବେପାରୀଙ୍କ ଏଥିରେ ସମ୍ପୃକ୍ତ ରହୁଥିବା ବେଳେ ଏସଟିଏଫ, ଅବକାରୀ ବିଭାଗ ସମେତ କମିଶନରେଟ ପୋଲିସ, ନାର୍କୋଟିକ, ଡିଆରଆଇ ଭଳି କେନ୍ଦ୍ରୀୟ ସଂସ୍ଥା କାମ କରି ମଧ୍ୟ ରାଜ୍ୟ ବାହାରର ଜଣେ କିଙ୍ଗପିନକୁ ଧରିବା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏ ଘଟଣାରେ ତଦନ୍ତକାରୀ ସଂସ୍ଥାଙ୍କ ପକ୍ଷରୁ କରାଯାଉଥିବା ତଦନ୍ତ କେବଳ ଏକ ଭେଳିକି ଭଳି ପ୍ରମାଣିତ ହେଉଛି।  

ଓଡିଶା ପାଲିଟିବ କି ନିଶା ବେପାରୀଙ୍କ ଆନ୍ତୁଡିଶାଳ? ଦିନ ଦୁଇ ଦିନରେ ଧରାପଡୁଛି ଧଳ ଜହର। ଗିରଫ ହେଉଛନ୍ତି ନିଶା କାରବାରର ବେପାରୀ। ହେଲେ ଧରାପଡୁଥିବା ଅଭିଯୁକ୍ତ ହେଉଛନ୍ତି ମିଡିଲ ମ୍ୟାନ। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ଧରାପଡି ନାହାଁନ୍ତି ନିଶା କାରବାରର ମାଷ୍ଟରମାଇଣ୍ଡ। ସଫଳତା ମିଳୁଛି କ୍ରାଇମବ୍ରାଞ୍ଚ ଏସଟିଏଫ ଭଳି ତଦନ୍ତକାରୀ ସଂସ୍ଥାକୁ। ଖୋର୍ଦ୍ଧା ପାଲଟିଛି ଏବେ ନିଶା ବେପାରର ପେଣ୍ଠସ୍ଥଳୀ। ଏସଟିଏଫ ଚଢାଉ କରି ଜବତ କରିଛି କେଜିଏରୁ ଅଧିକ ବ୍ରାଉନସୁଗର ଯାହାର ଆନ୍ତର୍ଜାତିକ ଆନୁମାନିକ ମୂଲ୍ୟ ହେଉଛି କୋଟିଏ ଟଙ୍କା। 

Also  Read: ନିଶା ଦିଆ ଲୁଟେରାଙ୍କୁ ମାଡିବସିଲା କମିଶନରେଟ ପୋଲିସ

ଗତ ଏକ ବର୍ଷ ମଧ୍ୟରେ କେବଳ ୩୬ କେଜି ବ୍ରାଉନ ସୁଗାରଜବତ କରିଛି କ୍ରାଇମବ୍ରାଞ୍ଚ। ପ୍ରାୟତଃ ସମସ୍ତ ବ୍ରାଉନ ସୁଗର ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ବିଭିନ୍ନ ଜିଲ୍ଲାକୁ ବିକ୍ରି ହେଉଥିବା ଜଣାପଡିଛି। କ୍ରାଇମବ୍ରାଞ୍ଚ ଏସଟିଏଫ ସଫଳତାକୁ ନେଇ ପୋଲିସ ଡିଜି ଛାତି କୁଣ୍ଢେଇମୋଟ କରିଥିବା ବେଳେ ଏନେଇ ଚଢାଉ ଜାରି ରଖିବ ବୋଲି କହିଛନ୍ତି  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏତେ ମାତ୍ରାରେ ଧଳାଜହର ବିକ୍ରି ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଛକ ଛକରେ ଡେରା ପକାଇଛନ୍ତି ବ୍ରାଉନସୁଗର ବେପାରୀ। ଏସଟିଏଫ ପାଇଥିବା ସଫଳତା ପରେ କମିଶନରେଟ ପୋଲିସ, ନାର୍କୋଟିକ କଣ୍ଡ୍ରୋଲ ବ୍ୟୁରୋ କିଭଳି ପଛରେ ରହିଥାନ୍ତେ। ଭୁବନେଶ୍ବରରେ ଧଳ ଜହର ସପ୍ଲାଏ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୫୦ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। 

ଏହା ପରେ ବସ୍ତି ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଏଠାରେ ଅଧିକ ନଜର ରଖିବାକୁ କମିଶନରେଟ ପୋଲିସ ଯୋଜନା କରିଛି। ସେପଟେ ପ୍ରଥମ ଥର ପାଇଁ ରାଜଧାନୀରୁ ଜବତ ହୋଇଛି ଅଫିମ। ସାମଗ୍ରୀ ନିଆଅଣା କରୁଥିବା ଟ୍ରଲରରେ ଅଫିମ ଚାଲାଣ କରିଥିବା ବେଳେ ଏହାକୁ ଜବତ କରିଥିଲା ନାର୍କୋଟିକ କଣ୍ଡ୍ରୋଲ ବ୍ୟୁରୋ। ଝାଡଖଣ୍ଡରୁ ୟୁପି ଚାଲାଣ ବେଳେ କଣ୍ଟେନର ଗାଡି଼ରେ ଏହାକୁ ଚାଲାଣ କରାଯାଉଥିଲା। 

Also Read: ନିଶା ବଳୟରେ ଯୁବପିଢି; ଦେହ କାଟି ମାଗିଲା

ଏନେଇ ଖବର ପାଇବା ପରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ। ଗତ କିଛି ବର୍ଷ ମଧ୍ୟରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବାଲେଶ୍ବର, ଜଳେଶ୍ବର, ଦୀଘା ଦେଇ ରାଜ୍ୟ ମଧ୍ୟକୁ ବ୍ରାଉନସୁଗର ଚାଲାଣ ହେଉଥିବା ବେଳେ ପଡୋଶୀ ଦେଶ ବାଂଲାଦେଶରୁ ସମୁଦ୍ରପଥରେ ଚାଲାଣ ହେଉଛି ଧଳ ଜହର। ରାଜ୍ୟ ଭିତରେ ମିଡଲ ମ୍ୟାନ ଧରା ପଡୁଥିବା ବେଳେ ରାଜ୍ୟ ତଥା ଦେଶ ବାହାରେ ରହିଥିବା କିଙ୍ଗପିନ ଧରିବାରେ କେବେ ସଫଳତା ମିଳିବ ତାହା ଉପରେ ରହିଛି ନଜର।