ଯୁକ୍ତ ଦୁଇ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ, ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ
Advertisement
Article Detail0/zeeodisha/odisha966217

ଯୁକ୍ତ ଦୁଇ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ, ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ

ଯୁକ୍ତ ୨ ଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସୋମବାର ପୂର୍ବାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ଯୁକ୍ତ ଦୁଇରେ ଦେଖିବାକୁ ମିଳିଛି ମାଟ୍ରିକ ଭଳି ସ୍ଥିତି। ବୋର୍ଡ ଦ୍ୱାରା ଦିଆଯାଇଥିବା ମାର୍କକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ଜାହିର କରିଛନ୍ତି। ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସୋମବାରଠୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ କରାଯାଇଛି।

ଯୁକ୍ତ ୨ ଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସୋମବାର ପୂର୍ବାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ତେବେ କୌଣସି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ବୋର୍ଡ ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ଯୁକ୍ତ ଦୁଇର କୌଣସି ପରୀକ୍ଷା ଦେଇ ନଥିବା ପିଲାଙ୍କୁ ଦଶମ ଶ୍ରେଣୀ ଆଧାରରେ ମାର୍କ ଦେବାକୁ ସେମାନେ ଦାବି କରିଛନ୍ତି।

Also Read: ୯୦ ପ୍ରତିଶତ ତଳେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟସ୍, ପଛରେ ଅବିଭକ୍ତ କୋରାପୁଟ ଜିଲ୍ଲା

ସିଏଚଏସସି ମନ ଇଚ୍ଛା ମାର୍କ ଦେଇ କାହାକୁ ଫେଲ କରିଛି ତ କାହାର ମାର୍କ ସ୍ଥଗିତ ରଖିଛି। ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କ ସହ କଥା ହେଲା ପରେ ଦଶମ ଶ୍ରେଣୀ ଆଧାରରେ ସେମାନଙ୍କୁ ମାର୍କ ଦେଇ ହେବ ନାହିଁ ବୋଲି ସେମାନେ କହିଛନ୍ତି। ତେବେ ପୂର୍ବରୁ ବି ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନରେ ସନ୍ତୁଷ୍ଟ ନୁ଼ହନ୍ତି ସେମାନେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଅଫଲାଇନ ପରୀକ୍ଷା ଦେଇ ପାରିବେ। ଏଥିପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଶିକ୍ଷା ବିଭାଗ କହିଛି।  

ସେପଟେ ସୋମବାରଠୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିଛି। ସ୍କୁଲ ପରେ ଏଥର ଉଚ୍ଚ ଶିକ୍ଷାନୁଷ୍ଠାନର ପାଳି ପଡିଛି। ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପାଠପଢା ଆରମ୍ଭ ହୋଇଛି। କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

Also Read: ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଏହାସହ ହଷ୍ଟେଲ ମଧ୍ୟ ଖୋଲିଥିବାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ପିଜି ଓ ୟୁଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ। ସେମାନଙ୍କର କ୍ୟାମ୍ପସକୁ ଆସିବାର ଆବଶ୍ୟକତା ନାହିଁ। ହେଲେ ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଆଶ୍ବସ୍ତ ହୋଇଛନ୍ତି।