ଜାରି ରହିଛି ଚୋରାଚାଲାଣ; ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha1001700

ଜାରି ରହିଛି ଚୋରାଚାଲାଣ; ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଓଡିଶାରୁ ପଶ୍ଚିମବଙ୍ଗ ନେପାଳ ଦେଇ ମିଆଁମାର, ଚୀନ ଏଭଳି ରାସ୍ତାରେ ହେଉଛି ବିଲୁପ୍ତପ୍ରାୟ ବନ୍ୟ ଜନ୍ତୁଙ୍କ ଶୀକାର ସହ ସେମାନଙ୍କର ଚୋରାଚାଲାଣ ସହ କିଣାବିକା କାରବାର।

ଜାରି ରହିଛି ଚୋରାଚାଲାଣ; ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡିଶାରୁ ମିଆଁମାର ଦେଇ ଚୀନ  ପର୍ଯ୍ୟନ୍ତ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣ ରାକେଟ। ଥରେ ଦୁଇ ଥର ନୁହଁ ଏହା ପୂର୍ବରୁ ଅନେକ ଥର ବଜ୍ରକାପ୍ତା ଏବଂ ତାହାର ଅଙ୍ଗପ୍ରତ୍ୟେଙ୍ଗ ଜବତ ହୋଇଛି। ହେଲେ ଏବେ ଯାଏ ଥରେ ମଧ୍ୟ ରାଜ୍ୟ ବାହାରେ ଥିବା ଏହାର କିଙ୍ଗପିନକୁ ଧରିବାରେ ବିଫଳ ହୋଇଛି କ୍ରାଇମବ୍ରାଞ୍ଚ ଓ ବନ ବିଭାଗ। ବନ୍ୟଜନ୍ତୁ ଚାଲାଣ କରୁଥିବା ଅଭିଯୁକ୍ତଙ୍କ ସାହାସ ଏତେ ହୋଇଗଲାଣି ଯେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ଡିଲ କରିବାକୁ ମଧ୍ୟ ପଛାଉନାହାଁନ୍ତି ଅଭିଯୁକ୍ତ। 

କିଛି ଦିନ ତଳେ ଭୁବନେଶ୍ବର ବରମୁଣ୍ଡାରୁ ବାଘ ଛାଲ ଡିଲ ବେଳେ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଏବେ ବଜ୍ରକାପ୍ତା କାତି ବିକ୍ରି କରିବାକୁ ଡିଲ କରୁଥିବା ବେଳେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ। ଏହା ପରେ ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁନଥିବାରୁ ଏହା ପଛରେ ଥିବା ରାକେଟକୁ ଧରିବାରେ ତଦନ୍ତକାରୀ ଦଳ ବିଫଳ ହୋଇଛି।  

Also Read: କେବେ ଫସିବେ 'ମଗର' ?

ପ୍ରଥମେ ଆସିଲା ନମୁନା। ଏହା ପରେ ଧରା ହେଲେ ୨ କେଜିରୁ ଅଧିକ ବଜ୍ରକାପ୍ତା କାତି। ନୟାଗଡ, ଆଠଗଡ କିମ୍ବା ଅନୁଗୁଳ କିମ୍ବା ବୌଦ୍ଧରୁ ଏହି ବଜ୍ରକାପ୍ତା କାତି ଆଣି ଭୁବନେଶ୍ବରରେ ଚାଲିଥିଲା ଡିଲ୍। ଖବର ପାଇ ମାଡିବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ୨ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨ କିଲୋରୁ ଅଧିକ କାତି ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଓଡିଶାରୁ ପଶ୍ଚିମବଙ୍ଗ ନେପାଳ ଦେଇ ମିଆଁମାର, ଚୀନ ଏଭଳି ରାସ୍ତାରେ ହେଉଛି ବିଲୁପ୍ତପ୍ରାୟ ବନ୍ୟ ଜନ୍ତୁଙ୍କ ଶୀକାର ସହ ସେମାନଙ୍କର ଚୋରାଚାଲାଣ ସହ କିଣାବିକା କାରବାର। ହେଲେ ଏଥିରେ ସମ୍ପୃକ୍ତ ମୁଖ୍ୟ କିଙ୍ଗପିନକୁ ଧରିବାରେ କେବେ ମଧ୍ୟ ସଫଳତା ପାଇପାରୁନାହାନ୍ତି ତଦନ୍ତକାରୀ ସଂସ୍ଥା। ଯାହାର ଫାଇଦା ଉଠାଉଛନ୍ତି ଅଭିଯୁକ୍ତ। ଏହି ସବୁ ଜବତ ହେବା ପରେ ନିଜକୁ ନିର୍ଦୋଷ କହିବାକୁ ପଛାଉନାହାଁନ୍ତି ଅଭିଯୁକ୍ତ।  

Also Read: ବାଘଛାଲ, ହାତୀ ଦାନ୍ତ ଡିଲ ଫେଲ, STF କବଜାରେ ମିଡିଲ ମ୍ୟାନ

ପୂର୍ବରୁ ମଧ୍ୟ ଏହାର ଯଥେଷ୍ଟ ପ୍ରମାଣ ପାଇ ମେଘାଳୟରେ ଥିବା ଦଲାଲ ଲାଲଟେନ୍ କୁଙ୍ଗାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ସହ ଦେଶ ବାହାରେ ଥିବା ସେମାନଙ୍କ ଗ୍ରାହକଙ୍କ ନାମ ପଦାକୁ ଆସିଥିଲା। କେବଳ ଓଡିଶା ନୁହଁ ମଧ୍ୟ ପ୍ରଦେଶ, ଛତିଶଗଡ, ରାଜସ୍ଥାନ ଭଳି ରାଜ୍ୟରୁ ମଧ୍ୟ ହେଉଥିଲା ବନ୍ୟ ଜନ୍ତୁଙ୍କ ଚୋରାଚାଲାଣ। ଏହାର ପ୍ରମାଣ ପାଇବା ପରେ ଗୃହ ବିଭାଗକୁ ଯୋଗାଯୋଗ କରି ଇଣ୍ଟରପୋଲର ସହାୟତା ଲୋଡିଥିଲା କ୍ରାଇମବ୍ରାଞ୍ଚ। ଦଶପଲ୍ଲାରୁ ଗିରଫ ହୋଇଥିବା ଶ୍ୟାନସୁଦ୍ଦିନ, ଆଲ୍ଲାରଖା ଖାନ ବିରୁଦ୍ଧରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚ। ଓଡିଶାରୁ ବାରମ୍ବାର ହେଉଥିବା ବଜ୍ରକାପ୍ତା ଚୋରାଚାଲାଣର ଯଥେଷ୍ଟ ପ୍ରମାଣ ଇଣ୍ଟରପୋଲକୁ ଦେବା ପରେ ମଧ୍ୟ ଦେଶ ବାହାରେ ଥିବା ବେପାରୀଙ୍କୁ ଧରିବାରେ ବିଫଳତା ଏଭଳି ବିଲୁପ୍ତ ପ୍ରାୟ ବନ୍ୟଜନ୍ତୁଙ୍କ ରକ୍ଷାଣବେକ୍ଷଣ ଉପରେ ପ୍ରମାଣ ଦେଉଛି। 

Also Read: E-marketରେ ବନ୍ୟଜନ୍ତୁ ଅଙ୍ଗ, ଆଖି ଥାଇ ବନ ବିଭାଗ ଅନ୍ଧ!

ଓଡିଶାରେ ପ୍ରାୟ ୩୩ ପ୍ରତିଶତରୁ ଅଧିକ ଜଙ୍ଗଲ ରହିଛି। ଏଠାରେ ଅନେକ ପ୍ରକାରର ବିଲୁପ୍ତପ୍ରାୟ ପଶୁ ପକ୍ଷୀ ରହିଛନ୍ତି। ଯାହାର ଆନ୍ତର୍ଜାତିକ ଦର କୋଟି କୋଟି ଟଙ୍କାରେ ରହିଛି। ଏଭଳି ପରିସ୍ଥିତିରେ ଦେଶ ଦେଶ ମଧ୍ୟରେ ସମନ୍ବୟ ରଖି କିଭଳି ଏହି ବନ୍ୟ ଜନ୍ତଙ୍କୁ ରକ୍ଷା କରାଯିବା ତାହା ଉପରେ ଗୁରୁତ୍ବ ଦେବା ଜରୁରୀ ହୋଇପଡି଼ଛି।