ବଜାରରେ ଖୁଲମଖୁଲା ମିଳୁଛି ନିଷିଦ୍ଧ କୀଟନାଶକ; ସବୁ ଜାଣି ପ୍ରଶାସନ ଚୁପ
Advertisement
Article Detail0/zeeodisha/odisha865224

ବଜାରରେ ଖୁଲମଖୁଲା ମିଳୁଛି ନିଷିଦ୍ଧ କୀଟନାଶକ; ସବୁ ଜାଣି ପ୍ରଶାସନ ଚୁପ

ଅନ୍ୟପଟେ ଶୀକାରୀ ଶୀକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ପ୍ରମାଣ ମିଳିବା ପରେ ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।

ବଜାରରେ ଖୁଲମଖୁଲା ମିଳୁଛି ନିଷିଦ୍ଧ କୀଟନାଶକ; ସବୁ ଜାଣି ପ୍ରଶାସନ ଚୁପ

ଭୁବନେଶ୍ବର: ଗୋଟାଏ ପଟେ ରାଜ୍ୟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ବନ୍ୟଜନ୍ତୁ ଡହଳ ବିକଳ ହେଉଥିବା ବେଳେ ଜଙ୍ଗଲ ପାଖରେ ଥିବା ପୋଖରୀରେ ବିଷ ପକାଇ ଶୀକାର କରିବାକୁ ପଛାଇ ନାହାଁନ୍ତି ଜଙ୍ଗଲୀ ଜୀବଙ୍କୁ ଶୀକାର କରିବାକୁ ପଛାଉନାହାଁନ୍ତି ଶୀକାରୀ। ଏଭଳି ଘଟଣା ଘଟିଥିଲା ବରଗଡ଼ ବନଖଣ୍ଡ ଭଟଲି ରେଞ୍ଜ ଅଧିନସ୍ଥ ଦେଉଛୁଆଁ ସଂରକ୍ଷିତ ଜଙ୍ଗଲରେ। 

ଏଠାରେ ଥିବା ଏକ ପୋଖରୀରେ ଗତ ୧୫ଦିନ ତଳେ ବହୁ ମାଛ ମରି ଭାସିଥିବା ଦେଖିବାକୁ ମିଳିଥିଲା। ଏ ଘଟଣାରେ ଯାଞ୍ଚ କରାଯିବା ପରେ ପୋଖରୀ ପାଣିରେ ନିଷିଦ୍ଧ କ୍ଲୋରପାଇରିଫିସ କୀଟନାଶକ (Chlorpyrifos Pesticide) ପକାଯାଇଥିବା ଜଣାପଡିଥିଲା। ବିଷକ୍ରିୟା କାରଣରୁ ଏଠାରେ ଥିବା ମାଛଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଏବେ ବନ ବିଭାଗ ଚିନ୍ତା ବଢିଯାଇଛି। ବିଷକ୍ରିୟା ହୋଇଥିବା ପୋଖରୀର ପାଣି ଏବେ ଆଉ ବ୍ୟବହାର ହୋଇପାରିବ ନାହିଁ ବୋଲି ଟକ୍ସିକୋଲୋଜି ବିଶେଷଜ୍ଞ (Toxicology Expert) କହିଛନ୍ତି।  

Also Read: ପ୍ରଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡିଶା, ଖସୁଛି ଦିଲ୍ଲୀ

ଜଙ୍ଗଲ ନିଆଁ ଲିଭିବାର ନାଁ ଧରୁନାହିଁ। ଅନ୍ୟପଟେ ଶୀକାରୀ ଶୀକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ପ୍ରମାଣ ମିଳିବା ପରେ ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଯେଉଁଠି ଶୀକାରୀ ନିଆଁ ଲଗାଇ ପାରୁନାହାଁନ୍ତି ସେଠାରେ ବିଷ ଦେଇ ଜୀବଜନ୍ତୁଙ୍କୁ ହତ୍ୟା କରିବାକୁ ପଛାଉନାହାଁନ୍ତି । ଏଭଳି ଏକ ଘଟଣାରେ ବରଗଡ ଜିଲ୍ଲା ଭଟଲୀ ଅନ୍ତର୍ଗତ ଦେଉଛୁଆଁ ସଂରକ୍ଷିତ ଜଙ୍ଗଲରେ ଶୀକାରୀ ନିଷିଦ୍ଧ କୀଟନାଶକ ଦେଇ ଜୀବଜନ୍ତୁଙ୍କ ଶୀକାର କରିବାକୁ ଚେଷ୍ଟା କରିଛନ୍ତି। 

ପୋଖରୀରେ କ୍ଲୋରାପାଇରିଫିସ ଭଳି ନିଷିଦ୍ଧ କୀଟନାଶକ ପକାଇବା ପରେ ସେହି ପୋଖରୀରେ ଥିବା ମାଛ ମରି ପଡିଥିବା ଦେଖିବାକୁ ମିଳିଛି। ପୋଖରୀ ଜଙ୍ଗଲ ଭିତରେ ଥିବାରୁ ଶିକାରୀ ବନ୍ୟପ୍ରାଣୀ ଶିକାର ପାଇଁ ଏଭଳି କାଣ୍ଡ ଭିଆଉଥିବା ସନ୍ଦେହ କରାଯାଉଛି। ସେପଟେ ପୋଖରୀ ପାଣି ପିଇ ବନ୍ୟପ୍ରାଣୀ ଅଥବା ଗୃହପାଳିତ ପଶୁ ମରିବା ଆଶଙ୍କା ଦେଖାଦେଇଛି। ଜଙ୍ଗଲ ପୋଖରୀରେ ମଲାମାଛ, ପାଣି ନମୁନା ଓୟୁଏଟିକୁ ପଠାଯିବା ପରେ ପାଣିର ନମୁନାରେ କ୍ଲୋରୋପାଇରିଫସ ଥିବା ଜଣାପଡିଛି। ଏହି ବିଷ ପାନ ପରେ ସେଠାକୁ ଆସୁଥିବା ଗାଇଗୋରୁ କିମ୍ବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।  

Also Read: ଓଡିଶାକୁ ମୁହଁମୋଡି ଦେଲେ ଅଲିଭ ରିଡଲେ, ଅଣ୍ଡାଦେବାକୁ ଚାଲିଯାଉଛନ୍ତି ଶ୍ରୀଲଙ୍କା-ମିଆଁମାର

 

କ୍ଲୋରପାଇରିଫସ ସଂସ୍ପର୍ଶରେ ଆସିଲେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଅଧିକ ବିଷକ୍ରିୟା ହେଲେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଥିବାବେଳେ କମ୍ ବିଷକ୍ରିୟାରେ ଅନେକ ପ୍ରକାର ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆମେରିକାରେ କ୍ଲୋରୋପାଇରିଫସ ଭଳି କୀଟନାଶକକୁ ୨୦୦୧ ମସିହାରୁ ନିଷିଦ୍ଧ ଘୋଷଣା କରାଯାଇଛି।  ଭାରତରେ ଗତ ବର୍ଷ ମେ ମାସରୁ ରୋକ ଲଗାଯାଇଛି। ଭିଲମ୍ବରେ ହେଉ ପଛେ ନମୁନାରୁ କୋରପାଇରିଫନ୍ସ ମିଳିବା ଅତ୍ୟନ୍ତ ବିପଦଜନକ ହୋଇ ପଡିଛି। 

ଏହାକୁ ନିଷିଦ୍ଧ ଘୋଷଣା କରିବାର ଏତେ ଦିନ ପରେ ରାଜ୍ୟରେ ଶିକାର ପାଇଁ କ୍ଲୋରପାଇରିଫସ ବ୍ୟବହାର କରାଯିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି କୀଟନାଶକ ଏବେ ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞ ଅତି ଗମ୍ଭୀରତାର ସହ ଦେଖୁଛନ୍ତି। ପାଣିରେ ବିଷ ମିଶାଇ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଉଥିଲା ହେଲେ ଏଭଳି ଘଟଣାକୁ ଚାପି ଦିଆଯାଉଥିଲା। ବରଗଡ଼ ଡିଏଫ୍ଓ ନମୁନା ପରୀକ୍ଷା ପାଇଁ ପଠେଇବା ପରେ କ୍ଲୋରପାଇରିଫସ ରାଜ୍ୟରେ ଏବେବି ବିକ୍ରି ହେଉଥିବାର ପ୍ରମାଣ ମିଳିଛି।

Also Read: ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

 

ଖୋଦ୍ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ଟ୍ରେଡ୍ ନାମରେ ବିଭିନ୍ନ କମ୍ପାନୀର କ୍ଲୋରୋପାଇରିଫସ ଖୋଲାଖୋଲି ବିକ୍ରି ହେଉଛି। କୃଷି ବିଭାଗ ଅଧିକାରୀ ପୋଲିସର ସହଯୋଗ ନେଇ ବିଭିନ୍ନ ଦୋକାନରେ ଚଢ଼ାଉ କରି ନିଷିଦ୍ଧ କୀଟନାଶକକୁ ତୁରନ୍ତ ଜବତ କରିବା ଆବଶ୍ୟକ ହୋଇ ପଡିଛି। ଦୋକାନୀଙ୍କୁ ସଚେତନ କରିବା ସହ ଚାଷୀଙ୍କୁ ନିଷିଦ୍ଧ କୀଟନାଶକର କୁପ୍ରଭାବ ବିଷୟରେ ଅବଗତ କରାଇବା ଜରୁରୀ ହୋଇପଡିଛି। ଅପରପକ୍ଷେ ଯେଉଁ କମ୍ପାନୀ କଟକଣା ଜାରି ହେବା ପରେ ମଧ୍ୟ ରାଜ୍ୟରେ ନିଜର ଉତ୍ପାଦ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇପଡିଛି।