ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ବାତ୍ଯା ତାହାର ଗତି ବଦଳାଇଥିବା ସେବାୟତ ନିଜସ୍ୱ ମତ ରଖିଛନ୍ତି।
Trending Photos
ପୁରୀ: ବାତ୍ଯା ବିପଦ ଟଳିବା ପରେ କ୍ଷୟକ୍ଷତି ଆକଳନ ନେଇ ପୁରୀରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଶେଷକରି ବାତ୍ଯାର ପ୍ରଭାବରେ ଜିଲ୍ଲାରେ କିଛି ପାନ ଚାଷ ସହିତ ଅନ୍ଯାନ୍ଯ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିଥିବାରୁ ବୁଧବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ବାତ୍ଯା ଆଶ୍ରୟସ୍ଥଳରେ ଥିବା ପ୍ରାୟ ୧୮ ହଜାର ଲୋକ ନିଜ ନିଜ ଘରକୁ ଫେରିଛନ୍ତି।
ସେପଟେ ବାତ୍ଯାପାଇଁ ସ୍ଥଗିତ ରହିଥିବା ରଥ କାର୍ଯ୍ଯ (Chariot Construction) ପୁନର୍ବାର ଆରମ୍ଭ କରାଯାଇଛି। ପୂର୍ବଭଳି ରଥଖଳାକୁ ଧଳା କପଡାରେ ଆବଦ୍ଧ କରିବା ସହ ଜୈବିକ ବଳୟ (Bio Bubble) ମଧ୍ୟରେ ସୁରକ୍ଷା ଦିଆଯାଇଛି। ବାତ୍ଯା କାରଣରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକୁ ସଙ୍କୁଚିତ କରାଯାଇ ପ୍ରତୀକାତ୍ମକ ଭାବେ କରାଯାଉଥିବା ବେଳେ ଆଜିର ଚନ୍ଦନ ନୀତିକୁ ପୂର୍ଣ୍ଣରୂପେ ସମ୍ପାଦନ କରାଯାଇଛି।
Also Read: Cyclonem Yass: ଅଶାନ୍ତ ହୋଇଉଠୁଛି ସମୁଦ୍ର, ଲାଗି ରହିଛି ବର୍ଷା-ପବନ
ମହାପ୍ରଭୁ ନରେନ୍ଦ୍ରରେ ଶ୍ରୀଦେବୀ ଭୂଦେବୀଙ୍କ ସହ ଆନନ୍ଦରେ ଚାପ ଖେଳିଛନ୍ତି। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ବାତ୍ଯା "ୟାସ୍" (Cyclone Yaas) ତାହାର ଗତି ବଦଳାଇଥିବା ସେବାୟତ ନିଜସ୍ୱ ମତ ରଖିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା (Akshaya Tritiya) ଠାରୁ ପାରମ୍ପରିକ ରୀତି ନୀତି ଅନୁସାରେ ଚାଲିଥିଲା ମହାପ୍ରଭୁଙ୍କ ୩ ରଥର ନିର୍ମାଣ କାର୍ଯ୍ୟ ସହିତ ଚନ୍ଦନଯାତ୍ରା। ହେଲେ ବାତ୍ଯାକୁ ନେଇ ଗତକାଲି ଗୁଜ ଅନୁକୂଳ ହେବା ପରେ ରଥ ନିର୍ମାଣକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା।
ରଥଖଳାରୁ କପଡା ବାହାର କରିବା ସହ ଅସ୍ଥାୟୀ ଭାବେ ଜୈବିକ ବଳୟକୁ ହଟାଯାଥିଲା। ଏମିତିକି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକୁ ସଙ୍କୁଚିତ କରିବା ସହିତ ପ୍ରତିକାତ୍ମକ ଭାବେ କରିବାକୁ ହୋଇଥିଲା ନିଷ୍ପତ୍ତି। ନରେନ୍ଦ୍ରରେ ୨ ଚାପକୁ ସୁରକ୍ଷା ଦେବାପାଇଁ ମଧ୍ୟ ଥିଲା ନିର୍ଦ୍ଦେଶ। ହେଲେ ମହାପ୍ରଭୁଙ୍କ ଚମତ୍କାରିତା (Miracles of Lord Jagannath) ଆଗରେ ଏସବୁ ଫିକାପଡିଲା। ବୁଧବାର ନୀତିକ୍ରାନ୍ତି ପ୍ରଭାବିତ ହେଲାନାହିଁ। ବାତ୍ଯା ବଦଳାଇଲା ଗତିପଥ।
Also Read: Cyclone Yaas: ବାଲୁକାକୃତି ଜରିଆରେ ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ବାୟୁମଣ୍ଡଳ ନୀରବ ହେବା ସହ ଆକାଶ ହୋଇଗଲା ବାଦଲମୁକ୍ତ। ପୁନର୍ବାର ରଥ ଖଳାକୁ ଧଳାକପଡାରେ ଆବଦ୍ଧ କରାଗଲା। ଆଉ ପୂର୍ବଭଳି ଜୈବିକ ବଳୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଣି ରଥଖଳାରେ ବୁଧାବାର ଠାରୁ ଆରମ୍ଭହେଲା ରଥନିର୍ମାଣ କାର୍ଯ୍ୟ। ସେପଟେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା କେବେ ବନ୍ଦ ହୋଇନାହିଁ। ଗତକାଲି ଠାକୁର ଚନ୍ଦନ ଚକଡାକୁ ବିଜେ କରିବା ସହ ଚାପକୁ ଯାଇ ପ୍ରତୀକାତ୍ମକ ନୀତି ସାରି ବାହୁଡା ବିଜେ କରିଥିଲେ। ବୁଧବାର ମହାପ୍ରଭୁ ନରେନ୍ଦ୍ରରେ ଆନନ୍ଦରେ ଶ୍ରୀଦେବୀ ଭୂଦେବୀଙ୍କ ସହ ଚାପ ଖେଳିଥିବା କହିଛନ୍ତି ବରିଷ୍ଠ ସେବାୟତ।
Also Read: Cyclone Yass: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି Puri Admin
ସେପଟେ ପୁରୀକୁ ଆଉ ବାତ୍ଯା ବିପଦ ନଥିବାରୁ କ୍ଷୟକ୍ଷତିର ଆକଳନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଅସ୍ତରଙ୍ଗ, କାକଟପୁର, କୋଣାର୍କ, ଗୋପ, ପୁରୀ ଆଦି ବାତ୍ଯା ପ୍ରଭାବିତ ଅଞ୍ଚଳରେ ପାନ ସହିତ ଅନ୍ଯାନ୍ଯ କ୍ଷୟକ୍ଷତିର ଆକଳନ ପାଇଁ ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିଥିବାରୁ ଗତକାଲି ସ୍ଥାନାନ୍ତରିତ ହୋଇ ବାତ୍ଯା ଆଶ୍ରୟସ୍ଥଳରେ ଥିବା ପ୍ରାୟ ୧୮ହଜାର ଲୋକ ନିଜ ନିଜ ଘରକୁ ଫେରିଛନ୍ତି। ସେପଟେ ରଥନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ନେଇ ଜଣାଇଛନ୍ତି ଜିଲ୍ଲାପାଳ।