PF ସହ ଜଡିତ କୌଣସି ଅଭିଯୋଗ ଥିଲେ ଚୁଟକିରେ କରନ୍ତୁ ସମାଧାନ, ଏହା ହେଉଛି ଉପାୟ
Advertisement

PF ସହ ଜଡିତ କୌଣସି ଅଭିଯୋଗ ଥିଲେ ଚୁଟକିରେ କରନ୍ତୁ ସମାଧାନ, ଏହା ହେଉଛି ଉପାୟ

EPFO: ଯଦି କୌଣସି ଆକାଉଣ୍ଟଧାରୀଙ୍କର ଇପିଏଫ୍ ପ୍ରତ୍ୟାହାର, ଇପିଏଫ୍ ଆକାଉଣ୍ଟ୍ ସ୍ଥାନାନ୍ତର, KYC ଇତ୍ୟାଦି ସମ୍ବନ୍ଧୀୟ କୌଣସି ଅଭିଯୋଗ ଅଛି, ତେବେ ସେ ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାର ସୁବିଧା ନେଇପାରିବେ ।

 (ଫାଇଲ ଫଟୋ)

ନୂଆଦିଲ୍ଲୀ: ଯଦି ଆପଣଙ୍କର EPFO ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ହୋଇପାରେ । ଯଦି ଆପଣଙ୍କର PF ଆକାଉଣ୍ଟ ସହିତ ଜଡିତ କୌଣସି ଅଭିଯୋଗ ଅଛି, ତେବେ ଆପଣଙ୍କୁ କୌଣସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ । ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ଆପଣ ନିଜ ଅଭିଯୋଗର ସମାଧାନ ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ, ଆପଣ ଅନଲାଇନରେ ଆପଣଙ୍କର ଅଭିଯୋଗର ସ୍ଥିତି ମଧ୍ୟ ଯାଞ୍ଚ କରିପାରିବେ ।

ଯଦି ଏକ EPF ଆକାଉଣ୍ଟଧାରୀଙ୍କର EPF ପ୍ରତ୍ୟାହାର, EPF ଆକାଉଣ୍ଟ ସ୍ଥାନାନ୍ତର, KYC ଇତ୍ୟାଦି ସମ୍ବନ୍ଧୀୟ କୌଣସି ଅଭିଯୋଗ ଅଛି, ତେବେ ସେ ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାର ସୁବିଧା ନେଇପାରିବେ । ଇପିଏଫ୍ଓ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି EPFO ​​ପୋର୍ଟାଲ୍ epfigms.gov.in ରେ ଅନଲାଇନରେ ସେମାନଙ୍କର ସମସ୍ୟା ବିଷୟରେ ସୂଚନା ଦେବାକୁ EPFO ​​ଆକାଉଣ୍ଟଧାରୀଙ୍କୁ ନିବେଦନ କରିଛି ।

ଏହା ବ୍ୟତୀତ ସଂସ୍ଥା ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛି, ଯେଉଁଥିରେ ଆପଣ କଲ୍ କରି ଆପଣଙ୍କ ଅଭିଯୋଗକୁ ସହଜରେ ପଞ୍ଜୀକୃତ କରିପାରିବେ । ସୂଚନାଯୋଗ୍ୟ ଯେ EPFO ​​ର ଅଧିକାଂଶ ସର୍ଭିସ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ । EPFO ର ୱେବସାଇଟ୍ ଏବଂ UMANG ଆପରେ ମଧ୍ୟ EPFO ​​ର ଅନଲାଇନ୍ ସେବା ଉପଲବ୍ଧ ।

ଏହିପରି ଅନଲାଇନରେ ଦାଖଲ କରନ୍ତୁ ଅଭିଯୋଗ:

> ସର୍ବପ୍ରଥମେ epfigms.gov.in ପୋର୍ଟାଲକୁ ଯାଆନ୍ତୁ ।
> ଅଭିଯୋଗ ପଞ୍ଜିକରଣ କରିବାକୁ 'ରେଜିଷ୍ଟର ଗ୍ରୀବାଂଶ' ଉପରେ କ୍ଲିକ୍ କରନ୍ତୁ ।
> ଆପଣଙ୍କ ସାମ୍ନାରେ ଏକ ନୂତନ ୱେବପେଜ୍ ଖୋଲିବ । ଏଥିରେ, ଅଭିଯୋଗ ପଞ୍ଜିକୃତ ହେଉଥିବା ଷ୍ଟେଟସକୁ ବାଛନ୍ତୁ ।
> ଷ୍ଟେଟସର ଅର୍ଥ ହେଉଛି PF ମେମ୍ବର, EPS ପେନସନର, ଇମ୍ପୋଲୟର କିମ୍ବା ଅନ୍ୟାନ୍ୟ ।
> ଯଦି ଆପଣଙ୍କର UAN / ପେନସନ୍ ପେମେଣ୍ଟ ଅର୍ଡର (PPO) ନାହିଁ ତେବେ କେବଳ 'ଅଦର' ବିକଳ୍ପକୁ ଚୟନ କରନ୍ତୁ ।
> PF ଆକାଉଣ୍ଟ ସମ୍ବନ୍ଧୀୟ ଅଭିଯୋଗ ପାଇଁ 'PF ମେମ୍ବର' ଷ୍ଟେଟସ୍ ଚୟନ କରନ୍ତୁ ।
> ବର୍ତ୍ତମାନ UAN ଏବଂ ସିକ୍ୟୁରିଟି କୋଡ୍ ପ୍ରଏଣ୍ଟ୍ରି କରନ୍ତୁ ଏବଂ 'ଗେଟ ଡିଟେଲ୍ସ' ଉପରେ କ୍ଲିକ୍ କରନ୍ତୁ ।
> UAN ସହିତ ସଂଯୁକ୍ତ ମାସ୍କେଡ୍ (ଲୁକ୍କାୟିତ) ବ୍ୟକ୍ତିଗତ ବିବରଣୀ କମ୍ପ୍ୟୁଟର ସ୍କ୍ରିନରେ ପ୍ରଦର୍ଶିତ ହେବ ।
> ଏବେ 'Get OTP' ଉପରେ କ୍ଲିକ୍ କରନ୍ତୁ ।
> EPFO ଡାଟାବେସରେ OTP ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡିକୁ ପଠାଯିବ ।
> OTP ଏଣ୍ଟ୍ରି କରିବା ପରେ, ଯାଞ୍ଚ ହେବ ଏବଂ ତାପରେ ଆପଣଙ୍କୁ ବ୍ୟକ୍ତିଗତ ବିବରଣୀ ପାଇଁ ପଚରାଯିବ ।
> ବ୍ୟକ୍ତିଗତ ବିବରଣୀ ଏଣ୍ଟ୍ରି କରିବା ପରେ, ଅଭିଯୋଗ ଦାଖଲ କରିବାକୁ ଥିବା PF ନମ୍ବର ଉପରେ କ୍ଲିକ୍ କରନ୍ତୁ ।
> ବର୍ତ୍ତମାନ ସ୍କ୍ରିନରେ ଏକ ପପ୍-ଅପ୍ ଦେଖାଯିବ । ଏଥିରେ, ରେଡିଓ ବଟନ୍ ଚୟନ କରନ୍ତୁ ଯେଉଁଥିରେ ଆପଣଙ୍କର ଅଭିଯୋଗ ଜଡ଼ିତ ରହିଛି ।
> ଅଭିଯୋଗ କ୍ୟାଟେଗୋରି ଚୟନ କରନ୍ତୁ ଏବଂ ଆପଣଙ୍କର ଅଭିଯୋଗର ବିବରଣୀ ଦିଅନ୍ତୁ ।
> ଯଦି ଆପଣଙ୍କର କୌଣସି ପ୍ରମାଣ ଅଛି ତେବେ ସେଗୁଡିକ ଅପଲୋଡ୍ ହୋଇପାରିବ ।
> ଅଭିଯୋଗ ପଞ୍ଜୀକୃତ ହେବା ପରେ, 'ଆଡ଼' ଉପରେ କ୍ଲିକ୍ କରନ୍ତୁ ଏବଂ ସବମିଟ ଉପରେ କ୍ଲିକ୍ କରନ୍ତୁ ।
> ଆପଣଙ୍କର ଅଭିଯୋଗ ପଞ୍ଜିକୃତ ହେବ ।
> ଅଭିଯୋଗ ପଞ୍ଜୀକରଣ ନମ୍ବର ଆପଣଙ୍କ ପଞ୍ଜୀକୃତ ଇମେଲ ଏବଂ ମୋବାଇଲ୍ ନମ୍ବରକୁ ପଠାଯିବ ।

ଏହା ବି ପଢ଼ନ୍ତୁ: ଗରମରୁ ଶୀଘ୍ର ମିଳିବ ମୁକ୍ତି, ଜାଣନ୍ତୁ କେବେ ପହଞ୍ଚିବ ମୌସୁମୀ?

ଏହା ବି ପଢ଼ନ୍ତୁ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ସଞ୍ଜୟ ରାଉତ; କହିଲେ-'ପାକିସ୍ତାନକୁ ଆଡକୁ...'