VSSUT ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ
Advertisement
Article Detail0/zeeodisha/odisha882050

VSSUT ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ଭିସୁଟ (VSSUT) ର ପ୍ରଥମ ବର୍ଷ ଠାରୁ ଆରମ୍ଭ କରି ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିସୁଟରେ ଏକାଧିକ ଛାତ୍ରଛାତ୍ରୀ କୋରୋନା (coronavirus) ପୋଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଭିସୁଟ କତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

VSSUT ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ସମ୍ବଲପୁର: ଭିସୁଟରେ ଛାତ୍ରଛାତ୍ରୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଭିସୁଟ ବନ୍ଦ କରିବାକୁ ଦାବି କଲେ ଛାତ୍ରଛାତ୍ରୀ। ଆଜି ଅପରାହ୍ନରେ ହଠାତ ଶତାଧିକ ଛାତ୍ରଛାତ୍ରୀ ଭିସୁଟ କ୍ୟାମ୍ପସରେ ଏକଜୁଟ ହୋଇଥିଲେ। ପରେ ଧାରଣା ଦେବା ସହିତ ସେମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। 

ଭିସୁଟ (VSSUT) ର ପ୍ରଥମ ବର୍ଷ ଠାରୁ ଆରମ୍ଭ କରି ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିସୁଟରେ ଏକାଧିକ ଛାତ୍ରଛାତ୍ରୀ କୋରୋନା (coronavirus) ପୋଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଭିସୁଟ କତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ ଲକ୍ଷଣ ଦେଖାଦେଇଥିଲେ ସୁଦ୍ଧା କତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି।

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ 'ଛାତ୍ର ବନାମ ଛାତ୍ର' ଲଢେଇ

ଆସନ୍ତା ୧୨ ତାରିଖରୁ ଭିସୁଟରେ ଅଫଳାଇନ ପରୀକ୍ଷା (Offline Exam) ଆରମ୍ଭ ହେବାକୁ ଯାଉଛି। ପ୍ରଥମ ବର୍ଷ ଠାରୁ ଆରମ୍ଭ କରି ତୃତୀୟ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଅଫଲାଇନ ମାଧ୍ୟମରେ ହେବ ପରୀକ୍ଷା। ହେଲେ ହଷ୍ଟେଲରେ ରହୁଥିବା କିଛି ଛାତ୍ରଛାତ୍ରୀମାନେ କୋଭିଡ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରୁ ବଂଚିତ ହେବାକୁ ପଡିବ। ଆଉ ବର୍ଷେ ପରେ ଯାଇ ସମ୍ପୃକ୍ତ ବିଷୟର ପରୀକ୍ଷା ଦେବାକୁ ହେବ ବୋଲି କତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ହଷ୍ଟେଲ ବନ୍ଦ କରିବା ସହ ପରୀକ୍ଷା ମଧ୍ୟ ଅନଲାଇନରେ କରାଯାଉ ବୋଲି ଦାବି କରିଛନ୍ତି। 

fallback

ବର୍ତ୍ତମାନ ସ୍ଥିତିରେ ପାଖାପାଖି ୧୮ ଜଣ ଭିସୁଟ ଛତ୍ରଛାତ୍ରୀ କୋରୋନା ପଜିଟିଭ ହୋଇଥିବା ବେଳେ ସେମାନଙ୍କୁ ପରୀକ୍ଷା ପାଇଁ ବାରଣ କରାଯାଇଛି। ଆଉ କିଛି ଛତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି କିନ୍ତୁ ପରୀକ୍ଷା ପାଇଁ ସେମାନେ ସତ୍ୟତା ଲୁଚାଇଛନ୍ତି। ଯଦି ଅଫଲାଇନ ପରୀକ୍ଷା ହେବ ସେମାନେ ଆସି ଆହୁରି ସଂକ୍ରମଣ କରିବେ। ଯାହାଫଳରେ କି ସାମୁହିକ ସଂକ୍ରମଣ ଭୟ ରହିଛି। ତେଣୁ ଆଜି ଶତାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Also Read: Covid19 Guidelines: ଅମାନିଆଙ୍କ ପକେଟ୍ ଖାଲି, DL ବାତିଲ୍

ଅନ୍ୟପଟେ ଭିସୁଟ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରାଜ୍ୟ ସରକାର କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନେକ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରିଛନ୍ତି। ଏପରି କି ଉତ୍କଳ ବିଶ୍ୱାବିଦ୍ୟାଳୟର ହଷ୍ଟେଲ ବନ୍ଦ ହେବ ନାହିୱ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତ। ହେଲେ ଭିସୁଟ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଭିସୁଟର ସ୍ଥିତି ବିଗିଡିବାରେ ଲାଗିଛି।