ମିଥ୍ୟା ସତ୍ୟପାଠରେ ୧୩ ହଜାର ହୀରାକୁଦ ବିସ୍ଥାପିତଙ୍କୁ ଠକିଦେଲେ ରାଜ୍ୟ ସରକାର!
Advertisement
Article Detail0/zeeodisha/odisha1023181

ମିଥ୍ୟା ସତ୍ୟପାଠରେ ୧୩ ହଜାର ହୀରାକୁଦ ବିସ୍ଥାପିତଙ୍କୁ ଠକିଦେଲେ ରାଜ୍ୟ ସରକାର!

ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପିତ ହୋଇଥିବା ପରିବାରଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଆଜି ମଧ୍ୟ ପୁରଣ କରିପାରିନାହାନ୍ତି। ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଭୁଲ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। 

ଡିଜାଇନ୍ ଫଟୋ

ସମ୍ବଲପୁର: ହୀରାକୁଦ ବିସ୍ଥାପିତଙ୍କୁ ମିଳୁନି ଅଧିକାର, ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର! ହୀରକୁଦ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୁରଣ ନ ଦେଇ ରାଜ୍ୟ ସରକାର ଜାତୀୟ ମାନବଧିକାର ଆୟୋଗକୁ ଭୁଲ ତଥ୍ୟ ଦେଲେ। ଏଭଳି ଅଭିଯୋଗ କରିଛନ୍ତି ହୀରାକୁଦ ବୁଡି ଅଂଚଳ ସଂଗ୍ରାମ ସମିତି ଓ ହୀରାକୁଦ ବିସ୍ଥାପିତ ଓ କଲ୍ୟାଣ ସମିତି। 

ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପିତ ହୋଇଥିବା ପରିବାରଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଆଜି ମଧ୍ୟ ପୁରଣ କରିପାରିନାହାନ୍ତି। ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଭୁଲ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନ, ପୁନର୍ବାସ ଦାବି ନେଇ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଏକ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଜାତୀୟ ମାନବାଧିକାର ଆୟୋଗ ଠାରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହାକୁ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ନିନ୍ଦା କରିଛି। 

Also Read: ଧାରଣା ବନାମ ଧାରଣା! ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

ଏକ ସାମ୍ବାଦିକ ସମ୍ମିଳନୀରେ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ସମ୍ପାଦକ ଗୋପୀନାଥ ମାଝୀ ପ୍ରତିକ୍ରିୟା ରଖିବା ସହ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ହୀରାକୁଦ ଡ୍ୟାମ ପ୍ରକଳ୍ପରେ ବିସ୍ଥାପିତ ସମସ୍ତ ପରିବାରଙ୍କ ଥଇଥାନ ଓ ପୁନର୍ବାସ ନେଇ କୌଣସି ସମସ୍ୟା ବର୍ତ୍ତମାନ ରାଜ୍ୟରେ ନାହିଁ। ଏହିଭଳି ଏକ ସତ୍ୟପାଠ ଓଡିଶା ସରକାରଙ୍କ ପ୍ରମୁଖ ସଚିବଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ ହୋଇଛି। ତେବେ ଏହି ସତ୍ୟପାଠରେ କୌଣସି ସତ୍ୟତା ନାହିଁ ବୋଲି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଅଭିଯୋଗ କରି ଏହାର ନିନ୍ଦା କରିଛି ।

fallback

୧୯୫୫-୫୬ ହୀରାକୁଦ ଜଳଭଣ୍ଡାର ନିର୍ମାଣ ସମୟରେ ୨୬ ହଜାର ୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୪୭୦ ପରିବାରଙ୍କୁ ଆଜି ସୁଦ୍ଧା କୌଣସି କ୍ଷତିପୂରଣ ମିଳିନାହିଁ କି ଥଇଥାନ ହୋଇନଥିବା ଅଭିଯୋଗ ହୋଇଛି। ଏହାସହ ୨୦୦୨ ମସିହାରେ ପ୍ରତ୍ୟେକ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘର ଡିହ ଜମି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇନାହିଁ। ଏଭଳି ସ୍ଥିତିରେ ଏହି ସତ୍ୟପାଠର କୌଣସି ସତ୍ୟତା ନାହିଁ ବୋଲି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି କିହିଛି। ଏନେଇ ସୁପ୍ରିମ କୋଟ ଓକିଲ ରାଧାନାଥ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗ ଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ଓଡିଶା ଓ ଛତିଶଗଡ ଉଭୟ ସରକାର ସତ୍ୟପାଠରେ ଭୁଲ ରିପୋର୍ଟ ଦଶାଇଥିଲେ।  

Also Read: ଏହି ମନ୍ଦିରରେ ରନ୍ଧା ମଦ ଓ କାନ୍ଦୁଲ ସିଝା ଖାଆନ୍ତି ମହାଦେବ

ବିସ୍ଥାପିତଙ୍କୁ କ୍ଷତିପୁରଣ ଓ ଥଇଥାନ ବ୍ୟବସ୍ଥା କରାଯାଇଛି ଓ କୌଣସି ସମସ୍ୟା ନଥିବା ସରକାର ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଉଭୟ ସରକାରଙ୍କ ଏଭଳି ଭୁଲ ସତ୍ୟପାଠ କିଭଲି ଦେଲେ? ସରକାର ଗ୍ରାଉଣ୍ତକୁ ନଯାଇ ଜାଣିଲେ କେମିତି? ବିସ୍ଥାପିତଙ୍କୁ କ୍ଷତିପୁରଣ ମିଲିଛି କି ନାହିଁ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପ୍ରଶ୍ନ କରିଛି। ସେପଟେ ହୀରାକୁଦ ବିସ୍ଥାପିତ ସଂଗ୍ରାମ ସମିତି ଏକ ଟିମ ଆରଡିସିଙ୍କୁ ଭେଟିଛନ୍ତି। ବିସ୍ଥାପିତଙ୍କୁ ୧୦ ଡିସିମିଲ ଜାଗା ଦେଵା ସହ କ୍ଷତିପୁରଣ ଦେବା ପାଇ ଦାବି କରିଛନ୍ତି । ଏଥିପାଇଁ ସରକାରଙ୍କୁ ମାସେ ସମୟ ଦିଆଯାଇଛି। ତେବେ ହୀରାକୁଦ ବିସ୍ଥାପିତ ୧୩ ହଜାର ୪୭୦ ପରିବାରଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ସାଧାରଣ ରେ ଅପେକ୍ଷା।