ସକାଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (Gangadhar Meher University) ରୁ ଛାତ୍ରଛାତ୍ରୀମାନେ ଏକ ରାଲିରେ ବାହାରି ସମ୍ବଲପୁର (Sambalpur) ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।
Trending Photos
ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ବ୍ୟାପିଲା VSSUT ନିଆଁ। Offline Examକୁ ଛାତ୍ରଛାତ୍ରୀଙ୍କ ବିରୋଧ ଆରମ୍ଭ ହୋଇଯାଇଛି। ଆଜି ଶତାଧିକ ଛାତ୍ରଛାତ୍ରୀ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଓ କରିଛନ୍ତି।
ସକାଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (Gangadhar Meher University) ରୁ ଛାତ୍ରଛାତ୍ରୀମାନେ ଏକ ରାଲିରେ ବାହାରି ସମ୍ବଲପୁର (Sambalpur) ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସେମାନେ Offline Examକୁ ବାତିଲ କରି ତାକୁ Online ମାଧ୍ୟମରେ କରାଯାଉ ବୋଲି ଦାବି ଜଣାଇଛନ୍ତି। ଜିଲ୍ଲାପାଳ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
Also Read: VSSUT ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ
ପ୍ରତ୍ୟେକ ଦିନ ସମ୍ବଲପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ କିଛି ଛାତ୍ର ସଂକ୍ରମଣର ଶିକାର ହୋଇଛନ୍ତି। Offline Exam ହେଲେ ଆକ୍ରାନ୍ତ ଛାତ୍ରଛାତ୍ରୀ ପରୀକ୍ଷାରୁ ବାଦ ପଡିବେ ଓ ଯଦି ସେମାନେ ଆସନ୍ତି ତେବେ ଅନ୍ୟ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବର ସମ୍ଭାବନା ଅଛି। ତେଣୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆଜି Online Exam କରାଇବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।