ମହିଳାଙ୍କୁ ଜଙ୍ଗଲ ବାରଣ କରି ଫରେଷ୍ଟ ଗାର୍ଡ ଅଟକ, ଭିଡିଓରେ ଦେଲେ ଆତ୍ମହତ୍ୟା ଧମକ
Advertisement
Article Detail0/zeeodisha/odisha887115

ମହିଳାଙ୍କୁ ଜଙ୍ଗଲ ବାରଣ କରି ଫରେଷ୍ଟ ଗାର୍ଡ ଅଟକ, ଭିଡିଓରେ ଦେଲେ ଆତ୍ମହତ୍ୟା ଧମକ

ସୋମବାର ସକାଳ ୧୦ଟା ସମୟରୁ ସୁନିଆ ଦନୁଆର ନାମକ ଜଣେ ମହିଳା ଫରେଷ୍ଟ ଗାର୍ଡକୁ ଗ୍ରାମବାସୀ ଅଟକ ରଖିଥିଲେ। ଗ୍ରାମବାସୀଙ୍କୁ କେନ୍ଦୁପତ୍ର ତୋଳିବାକୁ ବାରଣ କରିବାରୁ ମହିଳାମାନେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

ମହିଳାଙ୍କୁ ଜଙ୍ଗଲ ବାରଣ କରି ଫରେଷ୍ଟ ଗାର୍ଡ ଅଟକ, ଭିଡିଓରେ ଦେଲେ ଆତ୍ମହତ୍ୟା ଧମକ

ସମ୍ବଲପୁର: ବୁର୍ଲା ଥାନା ମିର୍ଧାପଡ଼ାରେ ଜଣେ ମହିଳା ଫରେଷ୍ଟ ଗାର୍ଡ ଅଟକ। ସୋମବାର ସକାଳ ୧୦ଟା ସମୟରୁ ସୁନିଆ ଦନୁଆର ନାମକ ଜଣେ ମହିଳା ଫରେଷ୍ଟ ଗାର୍ଡକୁ ଗ୍ରାମବାସୀ ଅଟକ ରଖିଥିଲେ। ଗ୍ରାମବାସୀଙ୍କୁ କେନ୍ଦୁପତ୍ର ତୋଳିବାକୁ ବାରଣ କରିବାରୁ ମହିଳାମାନେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

ମିଳିଥିବା ସୂଚନାନୁସାରେ, ଫରେଷ୍ଟ ଗାର୍ଡ (forest guard) ସୁନିଆ ଦନୁଆର ସୋମବାର ସକାଳ ପ୍ରାୟ ୧୦ଟାରେ ମିର୍ଧାପଡାର ମହିଳାଙ୍କୁ ଜଙ୍ଗଲରୁ କେନ୍ଦୁପତ୍ର (Kendu leaf) ନ ତୋଳିବାକୁ କହିବା ସହିତ ଜଙ୍ଗଲରୁ ଚାଲିଯିବାକୁ କହିଥିଲେ। ଏଥିଲେ ମହିଳାମାନେ ମହିଳା ଉତ୍ୟକ୍ତ ହୋଇ ଫରେଷ୍ଟ ଗାର୍ଡକୁ ଅଟକ ରଖିଥିଲେ। ବିନା ଖିଆପିଆରେ ଦିନ ତମାମ ଗ୍ରାମରେ ହିଁ ସୁନିଆଙ୍କୁ ରଖାଯାଇଥିଲା। 

Also Read: ନକଲି ଆୟକର ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

ଏନେଇ ଫରେଷ୍ଟ ଗାର୍ଡ ଜଣକ ବୁର୍ଲା ରେଞ୍ଜର (Burla Ranger) ଓ DFOଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଆସି ନ ଥିବାର କହିଛନ୍ତି। ଫଳରେ ଫରେଷ୍ଟ ଗାର୍ଡ ଜଣଙ୍କ ଏକ ଭିଡ଼ିଓ ସୁଟ କରି ସାହାଯ୍ୟ ମାଗିଥିଲେ। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନକଲେ ମହିଳା ଫରେଷ୍ଟ ଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି।