ଶାଶୁର ଭୟାନକ ଷଡ଼ଯନ୍ତ୍ର! ବୋହୂକୁ ୭୯ ଦିନ ଦୁଷ୍କର୍ମ କରି ଚମ୍ପଟ ମାରିଲା ଲମ୍ପଟ ଗୁଣିଆ
Advertisement

ଶାଶୁର ଭୟାନକ ଷଡ଼ଯନ୍ତ୍ର! ବୋହୂକୁ ୭୯ ଦିନ ଦୁଷ୍କର୍ମ କରି ଚମ୍ପଟ ମାରିଲା ଲମ୍ପଟ ଗୁଣିଆ

ଶାଶୁର ଚକ୍ରାନ୍ତକୁ ବୁଝି ପାରିଲାନି ସରଳ ବୋହୂ । ପାରିବାରିକ ସମସ୍ୟା ସମାଧାନ ପାଇଁ ଶାଶୁ ପ୍ରରୋଚନା ରେ ତାନ୍ତ୍ରିକର ସହାୟତା ନେବା ବୋହୂକୁ ପଡିଲା ମହଙ୍ଗା। ମାସ ମାସ ଧରି ବନ୍ଦ କୋଠରୀ ଭିତରେ ତାନ୍ତ୍ରିକ ଦ୍ଵାରା ଦୁଷ୍କର୍ମର ଶିକାର ହେଲା ବୋହୂ।

ଶାଶୁର ଭୟାନକ ଷଡ଼ଯନ୍ତ୍ର! ବୋହୂକୁ ୭୯ ଦିନ ଦୁଷ୍କର୍ମ କରି ଚମ୍ପଟ ମାରିଲା ଲମ୍ପଟ ଗୁଣିଆ

ବାଲେଶ୍ୱର: ମାସ ମାସ ଧରି ବନ୍ଦ କୋଠରୀ ଭିତରେ ତାନ୍ତ୍ରିକ ଦ୍ଵାରା ଦୁଷ୍କର୍ମର ଶିକାର ହେଲା ବୋହୂ। ଦୁଇ ବର୍ଷର ପୁଅକୁ ଢାଲ କରି ତାନ୍ତ୍ରିକ ବାରମ୍ବାର କରୁଥିଲା ଦୁଷ୍କର୍ମ। ରାଜି ନହେଲେ ପୁଅକୁ ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା। ଏପରିକି ନାବାଳକ ଶିଶୁକୁ କଚାଡି ଅଣ୍ଟା ଭାଙ୍ଗି ଦେଇଥିଲା ନ୍ରୂଶଂସ ତାନ୍ତ୍ରିକ। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ। ବୋହୂକୁ ପାରିବାରିକ ଅଶାନ୍ତି ଦୂର କରିବା ପାଇଁ ଜଣେ ତାନ୍ତ୍ରୀକ ମାସ ମାସ ଧରି ବନ୍ଦ କୋଠରୀ ଭିତରେ ଦୁଷ୍କର୍ମ କରିଥିବା ନେଇ ଜଳେଶ୍ବର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଜଳେଶ୍ବର ଅଞ୍ଚଳର ଜନୈକା ଯୁବତୀ ୨୦୧୭ ରାଇବଣିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତେବେ ବିବାହର କିଛି ମାସ ପରେ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା। ଶାଶୁ-ଶ୍ୱଶୁର ଏବଂ ତାଙ୍କ ପରିବାର ପକ୍ଷରୁ ଯୁବତୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ। ଏହି ପାରିବାରିକ ଅଶାନ୍ତି ଦୂର କରିବା ପାଇଁ ଯୁବତୀଙ୍କ ଶାଶୁ ତାଙ୍କ ବିଶ୍ୱାସ ଜନ୍ମାଇ ଭୋଗରାଇ ଥାନା ଅଞ୍ଚଳର କଖଡା ଗ୍ରାମର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ତାନ୍ତ୍ରିକ ପାଖକୁ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ ପୀଡିତାଙ୍କ ଅନିଚ୍ଛା ସତ୍ତ୍ୱେ ଶାଶୁଙ୍କ ଉପସ୍ଥିତିରେ ତାନ୍ତ୍ରୀକ ଜଣକ ଶାରୀରିକ ସଂପର୍କ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଏହି ଘଟଣା ଅନ୍ୟ କାହା ଆଗରେ ପ୍ରକାଶ କଲେ ଯୁବତୀଙ୍କ ଦୁଇ ବର୍ଷର ପୂତ୍ରକୁ ଜୀବନରୁ ମାରି ଦେବାକୁ ଉଭୟ ଶାଶୁ ଏବଂ ତାନ୍ତ୍ରୀକ ମିସି ଧମକ ଦେଇଥିଲେ। ଏହାର କିଛି ଦିନ ପରେ ଶାଶୁ ଉକ୍ତ ତାନ୍ତ୍ରୀକ ସହ ମିଶି ବୋହୂ ଓ ନାତିକୁ ଅପହରଣ କରି ମୟୁରଭଞ୍ଜ ଜିଲ୍ଳା ମୁରୁଡା ଥାନା ଅନ୍ତର୍ଗତ ବଇଚଡିହା ଗାଁର ଏକ ବନ୍ଦ କୋଠରୀ ଭିତରେ ରଖିଥିଲେ। ଯୁବତୀଙ୍କ ଅନିଚ୍ଛା ସତ୍ବେ ତାନ୍ତ୍ରୀକ ସେକ ତରାଫ ମାସ ମାସ ଧରି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ବୋହୂ ଜଳେଶ୍ଵର ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଗତ ଏପ୍ରିଲ ୨୮ ତାରିଖରେ ତାନ୍ତ୍ରୀକର ଅନୁପସ୍ଥିତିର ସୁଯୋଗ ନେଇ ତାନ୍ତ୍ରିକ ରଖି ଯାଇଥିବା ଫୋନରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଫୋନ କରି ତାଙ୍କୁ ଉଦ୍ଧାର ପାଇଁ କହିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ମୁରୁଡା ଥାନା ପୋଲିସ ସହାୟତାରେ ଝିଅକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏନେଇ ଜଳେଶ୍ବର ଥାନାରେ ଯୁବତୀଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ୭୯ ଦିନ ତଳେ ରାଇବଣିଆ ଥାନାରେ ଭଉଣୀ ଓ ଭଣଜା ନିଖୋଜ ଥିବା ଘଟଣା ଅଭିଯୋଗ ଦେଇଥିଲେ ମଧ୍ୟ ପୋଲିସ ନୀରବ ରହିଥିଲା। ଏବେ ଘର ଲୋକ ଦ୍ଵାରା ଉଦ୍ଧାର ହେବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ମଧ୍ୟ ଠୋସ ପଦକ୍ଷେପ ନେଉନି ପୋଲିସ। ଏବାବଦରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜଳେଶ୍ଵର ଏସ୍ଡିପିଓ ଅଙ୍କିତା କୁମ୍ଭାର ।
ତେବେ କେବେ ମିଳୁଛି ପୀଡ଼ିତାକୁ ନ୍ୟାୟ ତାହା ଏବେ ସମସ୍ତଙ୍କ ନଜର।