ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ! ISKCON ସଦସ୍ୟଙ୍କ ସହ ୫ଙ୍କୁ ହତ୍ୟା, ମନ୍ଦିର-ପୂଜା ପେଣ୍ଡାଲ ଭଙ୍ଗାରୁଜା
Advertisement

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ! ISKCON ସଦସ୍ୟଙ୍କ ସହ ୫ଙ୍କୁ ହତ୍ୟା, ମନ୍ଦିର-ପୂଜା ପେଣ୍ଡାଲ ଭଙ୍ଗାରୁଜା

ରିପୋର୍ଟ ଅନୁସାରେ ପ୍ରାୟ ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ୧୦ ପ୍ରତିଶତ ହିନ୍ଦୁ ଅଛନ୍ତି। ସେମାନେ ଏଠାରେ ସଂଖ୍ୟାଲଘୁ। ଗତ ଗରୁବାର ଦିନ ବାଂଲାଦେଶର ରାଜଧାନୀ ଢାକା ଠାରୁ ପ୍ରାୟ ୧୦୦ କିମି ଦୂରରେ କୁମିଲାସ୍ଥିତ ଏକ ଦୂର୍ଗା ପୂଜା ପେଣ୍ଡାଲରେ ହିଂସାକାଣ୍ଡ ଘଟିଥିଲା।

ସୌ: ସୋସିଆଲ ମି଼ଡିଆ

ଢାକା: ପାକିସ୍ତାନ ପରି ବାଂଲାଦେଶରେରେ ବି ହିନ୍ଦୁମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ରାଜଧାନୀ ଢାକା ଠାରୁ ଶହେ କିଲୋମିଟର ଦୂରରେ ଗୁରୁବାର ଏକ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ଜଣେ ISKCON ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାର ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନା ପ୍ରତିଶ୍ରୁତି ଦେଇଛନ୍ତି। 

ରିପୋର୍ଟ ଅନୁସାରେ ପ୍ରାୟ ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ୧୦ ପ୍ରତିଶତ ହିନ୍ଦୁ ଅଛନ୍ତି। ସେମାନେ ଏଠାରେ ସଂଖ୍ୟାଲଘୁ। ଗତ ଗରୁବାର ଦିନ ବାଂଲାଦେଶର ରାଜଧାନୀ ଢାକା ଠାରୁ ପ୍ରାୟ ୧୦୦ କିମି ଦୂରରେ କୁମିଲାସ୍ଥିତ ଏକ ଦୂର୍ଗା ପୂଜା ପେଣ୍ଡାଲରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ବି ଅଛନ୍ତି। ଘଟଣାରେ ଚିନ୍ତା ପ୍ରକଟ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନା କହିଛନ୍ତି। ସେପଟେ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀଙ୍କ ସହ ୪ ଜଣ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି।

Also Read: ଆଫଗାନରେ ଜୁଲୁମ କରୁଥିବା ତାଲିବାନ ନେଲା ଏମିତି ପଦକ୍ଷେପ, ଆପଣ ବି କରିବେ ପ୍ରଶଂସା

ଏହି ଘଟଣାକୁ ନେଇ ଶୁକ୍ରବାର ରାଜଧାନୀ ଢାକାରେ ହଜାର ହଜାର ସଂଖ୍ୟକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ପାର୍ଥନା ପରେ ଏମାନେ ଏକତ୍ରିତ ହୋଇଥିଲେ। ଭିଡକୁ ନିୟନ୍ତ୍ରୀତ କରିବା ପାଇଁ ପୋଲିସ ଟିୟର ଗ୍ୟାସ ସହ ମୃଦୁ ଲାଠିଚାର୍ଜ କରିଥିଲା। ପ୍ରଦର୍ଶନରେ ଭାରତ ବିରୋଧି ନାରା ଦିଆଯାଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ହସିନା, ନୂଆଦିଲ୍ଲୀର ନିକଟତର ହେଉଥିବା ଅଭିଯୋଗ କରି କିଛି କଟ୍ଟରପନ୍ଥୀ ସଙ୍ଗଠନ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। କୁମିଲା ହିଂସାକାଣ୍ଡରେ ଜମାତ-ଇ-ଇସ୍ଲାମିର ହାତ ଥିବା ବାଂଲାଦେଶ ପୋଲିସ ସନ୍ଦେହ କରୁଛି।

ସେପଟେ ଶୁକ୍ରବାର ବାଂଲାଦେଶର ନୋଆଖଲିରେ ଭିଡହିଂସା ଦେଖିବାକୁ ମିଳିଛି। ୨୦୦ରୁ ଊର୍ଦ୍ଧ୍ୱ ଲୋକ ଜଣେ ISKCON ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏପରି କି ସେମାନେ ଠାକୁରଙ୍କ ରଥ ପୋଡାଜଳା କରିବା ସହ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ମୃତକଙ୍କ ନାମ ପାର୍ଥ ଦାଶ। ତାଙ୍କର ମୃତଦେହ ମନ୍ଦିର ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ISKCON ପକ୍ଷରୁ ବାଂଲାଦେଶ ସରକାରଙ୍କୁ ଅପିଲ କରାଯାଇଛି।