ବନ୍ଦ ଘରେ ୧୫ ଦିନ; ପୁଅ ଦେଲା ସୁଯୋଗ, ବାପା ନେଲା ନୂଆ ବୋହୂର ଇଜ୍ଜତ
Advertisement
Article Detail0/zeeodisha/odisha1359895

ବନ୍ଦ ଘରେ ୧୫ ଦିନ; ପୁଅ ଦେଲା ସୁଯୋଗ, ବାପା ନେଲା ନୂଆ ବୋହୂର ଇଜ୍ଜତ

ଶ୍ୱଶୁର ବୋହୂ ସମ୍ପର୍କକୁ ଆମ ସମାଜ, ବାପ ଝିଅ ସମ୍ପର୍କର ଆଖ୍ଯା ଦେଇଛି। ହେଲେ ବାପ ସମାନ ଶ୍ୱଶୁର ଦୀର୍ଘ ଦିନ ଧରି ନିଜ ବୋହୂକୁ ପ୍ରତ୍ୟେକ ଦିନ ବାରମ୍ବାର ଦୁଷ୍କର୍ମ କରିଥିଲା। ବୋହୂ ଯେତେ ଅନୁରୋଧ କଲା ପରେ ମଧ୍ୟ ରାକ୍ଷସ ଶ୍ୱଶୁର ତାର କାମ ଲାଳସା ମେଣ୍ଟାଇବା ପାଇଁ ଏଭଳି ଘୃଣ୍ୟ କାମ କରିବାକୁ ପଛାଇ ନାହିଁ। ଯାଜପୁର ଜିଲ୍ଲା

ବନ୍ଦ ଘରେ ୧୫ ଦିନ; ପୁଅ ଦେଲା ସୁଯୋଗ, ବାପା ନେଲା ନୂଆ ବୋହୂର ଇଜ୍ଜତ

Jajpur sexual exploits, ଯାଜପୁର: ଶ୍ୱଶୁର ବୋହୂ ସମ୍ପର୍କକୁ ଆମ ସମାଜ, ବାପ ଝିଅ ସମ୍ପର୍କର ଆଖ୍ଯା ଦେଇଛି। ହେଲେ ବାପ ସମାନ ଶ୍ୱଶୁର ଦୀର୍ଘ ଦିନ ଧରି ନିଜ ବୋହୂକୁ ପ୍ରତ୍ୟେକ ଦିନ ବାରମ୍ବାର ଦୁଷ୍କର୍ମ କରିଥିଲା। ବୋହୂ ଯେତେ ଅନୁରୋଧ କଲା ପରେ ମଧ୍ୟ ରାକ୍ଷସ ଶ୍ୱଶୁର ତାର କାମ ଲାଳସା ମେଣ୍ଟାଇବା ପାଇଁ ଏଭଳି ଘୃଣ୍ୟ କାମ କରିବାକୁ ପଛାଇ ନାହିଁ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରୁ ଏହି ଭଳି ଚାଞ୍ଚଲ୍ୟକର ମାମଲା ସାମନାକୁ ଆସିଛି। ଲଗାତାର ୧୫ ଦିନ ଧରି ଘରେ ବନ୍ଦୀ କରି ରଖିବା ସହ ପନିକି, ଛୁରୀ ଓ ଅନ୍ୟ ମାରଣାସ୍ତ୍ର ବେକରେ ଲଗାଇ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଗତ ଦୁଇମାସ ପୂର୍ବେ ଭଦ୍ରକ ଜିଲ୍ଲା ଦେହୁଡି ଆନନ୍ଦପୁର ପଞ୍ଚାୟତର ଝିଅ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ବୈଦିକ ରୀତିରେ ବିବାହ କରିଥିଲେ। ବର ଡ୍ରାଇଭର କାର୍ଯ୍ୟ କରୁଥିଲା ଓ ବିବାହ ପୂର୍ବରୁ ସେ ଅନ୍ୟ ଏକ ଝିଅକୁ ଭଲପାଉଥିଲା। ନିଜ ପେଶା ପାଇ ଘରେ ସ୍ତ୍ରୀକୁ ଛାଡି ବର ଅଧିକାଂଶ ସମୟ ବାହାରେ ରହୁଥିଲା। ତେବେ ସ୍ବାମୀର ଏଭଳି କାର୍ଯ୍ୟକୁ ସହଜରେ ଗ୍ରହଣ କରିପାରୁନଥିବା ସ୍ତ୍ରୀ ବାରମ୍ବାର ତାଙ୍କୁ ବୁଝେଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରିବର୍ତ୍ତୀ ସମୟରେ ସ୍ବାମୀ ଘରକୁ ଆସିବା ବନ୍ଦ କରିଦେଇଥିଲା। ତେବେ ପୁଅ ଘରକୁ ନଆସିବାର ସୁଯୋଗ ନେଇ ଶ୍ୱଶୁର ନିଜ ବହୂ ସହ ଜବରଦସ୍ତି କରିଥିଲେ। ଏମିତିକି ବୋହୂଠାରୁ ମୋବାଇଲ ମଧ୍ୟ ଛଡ଼ାଇ ନେଇ ରଖିଦେଇଥିଲ। 

Also Read: ୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା

ତେବେ ବିଶ୍ଵକର୍ମା ପୂଜା ଆଗଦିନ ଶ୍ଵଶୁର ଜଣକ ବୋହୂ ରୁମରେ ମୋବାଇଲ ଛାଡ଼ି ଚାଲିଯାଇଥିଲା। ସୁଯୋଗ ପାଇ ବୋହୂ ନିଜର ବଡ଼ ଭଉଣୀକୁ ଶ୍ୱଶୁରର କୁକର୍ମ ବିଷୟରେ ଜଣାଇବାରୁ ଘଟଣା ପ୍ରଘଟ ହୋଇଥିଲା। ସେପ୍ଟେମ୍ବର ୧୬ ତାରିଖ ରାତିରେ ପିଡୀତାଙ୍କ ବାପା ଓ ବଡ ଭୋଉଣୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଧାର କରି ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ମଙ୍ଗଳପୁର ପୋଲିସ ପିଡୀତାଙ୍କ ଡାକ୍ତର ମାଇନା କରି ଘଟଣାର ତଦନ୍ତ କରୁଛି। ସେପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶ୍ୱଶୁର ଓ ତାର ପୁଅ ଫେରାର ଥିବାବେଳେ ମଙ୍ଗଳପୁର ପୋଲିସ ଅଭିଯୋଗର ୩ ଦିନ ବିତିଯାଇଥିଲେ ମଧ୍ୟ ହାତ ଖାଲି କରି ବସିଛି। 

ତେବେ କିପରି ପିଡୀତାଙ୍କୁ ନ୍ୟାୟ ମିଳିବ ସେନେଇ ପରିବାର ଲୋକେ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସ୍ବାମୀ ଓ ଶ୍ୱଶୁର ପିଡୀତାଙ୍କ ଘରକୁ ବାରମ୍ବାର କଲ କରି ତୁରନ୍ତ ଥାନାରୁ ଏଫଆଇଆର ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତି। ମାମଲାର ଆପୋଷ ସମାଧାନ କରିବା ନହେଲେ ତୁମ ପରିବାରରେ କାହାକୁ ଛାଡିବୁନି ବୋଲି ଅଭିଯୁକ୍ତ ଧମକ ଦେଉଛି ବୋଲି ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ପିଡୀତାଙ୍କ ପରିବାର ଲୋକେ ଭୟଭୀତ ଥିବାବେଳେ ମଙ୍ଗଳପୁର ପୋଲିସ କଣ ପାଇଁ ନିରବ ବସିଛି ସେଥିନେଇ ଉଠିଛି ପ୍ରଶ୍ନ ।