Brutal Murder: ୧୦ ଲକ୍ଷର ସୁପାରୀ, ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ସଜାଇଲା ହତ୍ୟାକାରୀ
Advertisement
Article Detail0/zeeodisha/odisha1465978

Brutal Murder: ୧୦ ଲକ୍ଷର ସୁପାରୀ, ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ସଜାଇଲା ହତ୍ୟାକାରୀ

Brutal Murder In Jaipur: ପ୍ରଥମେ ବାହାଘର ପରେ ଯୌତୁକ ନିର୍ଯାତନା । ନିଜେ ଓ ନିଜ ଝିଅକୁ ଭଲରେ ରଖିବାକୁ କଥାଦେଇ ସ୍ୱାମୀଠାରୁ ଅଲଗା ହୋଇଥିଲା ସ୍ତ୍ରୀ । ହେଲେ ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ପାଇବାକୁ ଯାଇ ନାଟକ ରଚିଥିଲା ସ୍ୱାମୀ । ହତ୍ୟାକୁ ଦୁର୍ଘଟଣାର ରୂପ ଦେଇ ଖସିଯାଉଥିବା ବେଳେ ପୋଲିସର ପଚରା ଉଚରାରେ ଘାଇଲା ହୋଇଥିଲା ସ୍ୱାମୀ । ଆଉ ଅଭିଯୁକ୍ତଠାରୁ ହତ୍ୟା ଷଡ଼ଯନ୍ତ୍ର ଶୁଣି ଅବାକ୍ ହୋଇଥିଲା ପୋଲିସ।

Brutal Murder: ୧୦ ଲକ୍ଷର ସୁପାରୀ, ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ସଜାଇଲା ହତ୍ୟାକାରୀ

Brutal Murder: ରାଜସ୍ଥାନ ଜୟପୁରରୁ ଏମିତି ଏକ ଏବେ ସାମ୍ନାକୁ ଆସିଛି ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ହିଟ୍ ଆଣ୍ଡ ରନ କେସର ତଦନ୍ତ କରୁ କରୁ ପୋଲିସ କୁ କିଛି ଏମିତି ତଥ୍ୟ ମିଳିଥିଲା ଯାହା ଜାଣି ଆଶର୍ଯ୍ୟ ହୋଇଛି ପୋଲିସ । ସ୍ତ୍ରୀ ନାଁରେ ଥିବା ୨ କୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ପାଗଳ କରିଦେଇଥିଲା । ଯାହା ଫଳରେ ସ୍ତ୍ରୀକୁ ମାରିବାକୁ ଏକ ହତ୍ୟା ଷଡଯନ୍ତ୍ର ରଚିଥିଲା ଅଭିଯୁକ୍ତ ସ୍ୱାମୀ ମହେଶ ଚନ୍ଦ୍ରା । ୨୦୧୫ ମସିହାରେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ ମହେଶ ଚନ୍ଦ୍ରା ଓ ପତ୍ନୀ ସାଲୁ ଦେବୀ। 

ସୁଖେ ଦୁଃଖେ ସଂସାର ଚାଲିଥିବା ବେଳେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ଏହାପରେ ସାଲୁଙ୍କ ଉପରେ ଯୌତୁକ ନିର୍ଯାତନା (Dowry Harassment) ଅତ୍ୟାଚାର ଆରମ୍ଭ କରିଦେଇଥିଲେ ମହେଶ ଚନ୍ଦ୍ରା। ମାଡ଼ ଗାଳିଗୁଲଜ ସହିବା ପରେ ସାଲୁ ନିଷ୍ପତ୍ତି ନେଇଥିଲେ ମହେଶଙ୍କ ଠାରୁ ଅଲଗା ରହିବାକୁ । ତେବେ ବର୍ଷ ୨୦୧୭ ରେ ଉଭୟ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ୨୦୧୭ ମସିହାରେ ଚନ୍ଦ୍ରାଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ମଧ୍ୟ ଦାଏର କରିଥିଲେ ସାଲୁ ହେଲେ ପୋଲିସ କିଛିଟା ପଚରାଉଚରା କରି ମହେଶଙ୍କୁ ଯିବାକୁ ଦେଇଥିଲା । 

Also Read: Road Accident: ଛିଡା ହୋଇଥିବା ଟ୍ରକକୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ

କିଛିଦିନ ପରେ ମହେଶ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ସାଲୁଙ୍କ ନାଁରେ ରହିଛି ୨ କୋଟିର ଇନ୍ସୁରାନ୍ସ (2Crore Insurance) । ହେଲେ ଏହି ଇନ୍ସୁରାନ୍ସ କେବଳ ସାଲୁ ଦେବୀଙ୍କ ବଞ୍ଚିଥିବା ଅବସ୍ଥାରେ ହିଁ ମିଳିପାରିବ । ଏହାଜାଣି ଟଙ୍କା ଲୋଭରେ ଅନ୍ଧ ହୋଇଯାଇଥିଲା ମହେଶ। ଆରମ୍ଭ କରିଥିଲା ସାଲୁଙ୍କୁ ମାରିବାକୁ ଏକ ବଡ଼ ଷଡ଼ଯନ୍ତ୍ର । ପ୍ରଥମେ ସାଲୁଙ୍କ ଟଙ୍କା ସବୁ ହଡ଼ପ କରିବା ପରେ ସେ ଏକ ମାନସିକ ରଖିଥିବା କହିଥିଲେ। ସମୋଦରେ ଏକ ମନ୍ଦିର ଅଛି ସେଠାକୁ ୧୧ ଥର ଯାଇ ଦର୍ଶନ କଲେ ଏସବୁ ଖରାପ ଅବସ୍ଥା ଠିକ୍ ହେବ ବୋଲି ମହେଶ କହିଥିଲା। ତେବେ ସ୍ୱାମୀର କଥାରେ ବିଶ୍ୱାସ କରି ମନ୍ଦିର ବାହାରିଥିଲେ ସାଲୁ । 

Also Read: ISIS chief death: ଅନାଥ ହୋଇଗଲା ଇସ୍ଲାମିକ୍ ଷ୍ଟେଟ୍, ଜାଣନ୍ତୁ କିଏ ଥିଲା ଦୁର୍ଦାନ୍ତ ଅବୁ ହସନ

ନିଜ ପତ୍ନୀଙ୍କୁ ବାଇକରେ ଯିବାକୁ କହିଥିଲା ମହେଶ । ତେବେ ସାଲୁ ନିଜ ସମ୍ପର୍କୀୟଙ୍କ ଭାଇଙ୍କ ସହ ସେହି ମନ୍ଦିରକୁ ଯିବା ରାସ୍ତାରେ ଅକ୍ଟୋବର ୫ ତାରିଖରେ ଶିଖର ଜୟପୁର ରାସ୍ତାରେ ଏକ ଏସୟୁଭି ଭୟଙ୍କର ଭାବେ ଦୁର୍ଘଟଣା ଘଟାଇଥିଲା । ପୋଲିସ ସହ ସଭିଁଏ ଏହାକୁ ହିଟ୍ ଆଣ୍ଡ ରନ୍ କେସ ଆଧାରରେ ମାନି ନେଇଥିଲେ । ପରେ ଏହାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଏହା ଦୁର୍ଘଟଣା ନୁହେଁ ଏହା ଏକ କୋଲ୍ଡ ବ୍ଲଡଡେ ହତ୍ୟାକାଣ୍ଡ (Cold Blooded Murder) ଥିଲା। ତେବେ ୨୦ ଦିନର ପଚରା ଉଚରା ପରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସୁପାରୀ କିଲରକୁ ମହେଶ ୫ଲକ୍ଷ ୫୦ ହଜାର ଟଙ୍କା ପେମେଣ୍ଟ କରିଥିବା ବେଳେ ସ୍ତ୍ରୀକୁ ମାରିବାକୁ ୧୦ ଲକ୍ଷର ସୁପାରୀ ଡିଲ କରିଥିଲା ମହେଶ।