ଆଗ୍ରାସ୍ଥିତ ହରି ପର୍ବତ ଥାନା ଅନ୍ତର୍ଗତ ଲୋଟସ୍ ହସ୍ପିଟାଲ (Lotus Hospital) ରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ରୋଗୀର କ୍ରୋଧିତ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା ସହ ମହିଳା ନର୍ସଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ (nurse attacked) କରୁଥିବା ଦେଖିବାକୁ ମିଳିଛି।
Trending Photos
ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାସ୍ଥିତ ଘରୋଇ ଡାକ୍ତରଖାନା ଏକ ଅପ୍ରୀତିକର ଘଟଣା ଘଟିଛି। ଜଣେ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଷ୍ଟାଣ୍ଟ ଫ୍ୟାନ ଓ ହେଲମେଟରେ ପିଟିଛନ୍ତି। Septicemia ରୋଗରେ ପୀଡିତଙ୍କ ମୃତ୍ୟୁ ଗୁଜବ ପ୍ରସାର ହେବା ପରେ ମଙ୍ଗଳବାର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ପୋଲିସ ମାମଲାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଇରଫାନ୍ ନାମକ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାର ସମ୍ପତ୍ତି ନଷ୍ଟ କରିଛନ୍ତି। ସୋସିଆଲ ମିଡିଆ (Social Media) ରେ ଏହି ଘଟଣାର ଏକ ଭିଡିଓ ଭାଇରାଲ (viral video) ହୋଇଛି, ଯେଉଁଥିରେ ରୋଗୀଙ୍କ ପରିବାର ସଦସ୍ୟମାନେ ମେଡିକାଲ କର୍ମଚାରୀ ଏବଂ ନର୍ସମାନଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳୁଛି। ପରେ ସେମାନେ ଷ୍ଟାଣ୍ଡ୍ ଫ୍ୟାନ ଓ ହେଲମେଟରେ ପିଟୁଛନ୍ତି।
Also Read: ରେକର୍ଡ଼ ବ୍ରେକର୍ କୋରୋନା; ଦୈନିକ ସଂକ୍ରମଣ ୮୦୦୦ ପାର, ଆଖି ବୁଜିଲେ ୧୦
ଆଗ୍ରାସ୍ଥିତ ହରି ପର୍ବତ ଥାନା ଅନ୍ତର୍ଗତ ଲୋଟସ୍ ହସ୍ପିଟାଲ (Lotus Hospital) ରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ରୋଗୀର କ୍ରୋଧିତ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା ସହ ମହିଳା ନର୍ସଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ (nurse attacked) କରୁଥିବା ଦେଖିବାକୁ ମିଳିଛି। ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ମହିଳା କର୍ମଚାରୀଙ୍କୁ ଫ୍ୟାନ୍, ହେଲମେଟ ଏବଂ ବାଡ଼ିରେ ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ।
ଗୁରୁତର ଆହତ ହୋଇଥିବା ନର୍ସ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇ ଥିଲେ। ପରେ ତାଙ୍କୁ ଡାକ୍ତରଖାନା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। ଏ ବାବଦରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ୪ ଜଣ ଅଭିଯୁକ୍ତଙ୍କୁ ଆଗ୍ରା ପୋଲିସ (Agra Police) ଗିରଫ କରି ମାମଲାର ଅଧିକ ତଦନ୍ତ ଚଳାଇଛି। ରୋଗୀଙ୍କ ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଫଳରେ ଉତ୍ୟକ୍ତ ସମ୍ପର୍କୀୟମାନେ ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସିଟି ଏସପି କହିଛନ୍ତି।