କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ
Advertisement
Article Detail0/zeeodisha/odisha815873

କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ

ଗତ ୨୩ ତାରିଖରେ ସେବାୟତଙ୍କ ପରିବାର ପାଇଁ ଶ୍ରୀମନ୍ଦିର ଖୋଲିଥିବା ବେଳେ ଏହି ନାଗା ସାଧୁ ଆଇନ ଉଲଂଘନ କରି ପୁଲିସ ଆଉ JTPଙ୍କ ଆଖିରେ ଧୁଳିଦେଇ ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିଥିଲା। ବାଇଶି ପାହାଞ୍ଚରେ ଦୌଡିବା ଦୃଶ୍ଯ ତାଙ୍କୁ ଆହୁରି ଚର୍ଚ୍ଚିତ କରିଥିଲା। କେବଳ ନାଗା ସାଧୁ ହିସାବରେ ତାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନିଆଗଲା ନାହିଁ।

 କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ

ସଞ୍ଜୟ ମହାପାତ୍ର, ପୁରୀ: ଏବେ ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଗତ ୨୩ ତାରିଖରେ ସେବାୟତଙ୍କ ପରିବାର ପାଇଁ ଶ୍ରୀମନ୍ଦିର ଖୋଲିଥିବା ବେଳେ ଏହି ନାଗା ସାଧୁ ଆଇନ ଉଲଂଘନ କରି ପୁଲିସ ଆଉ JTPଙ୍କ ଆଖିରେ ଧୁଳିଦେଇ ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିଥିଲା। ବାଇଶି ପାହାଞ୍ଚରେ ଦୌଡିବା ଦୃଶ୍ଯ ତାଙ୍କୁ ଆହୁରି ଚର୍ଚ୍ଚିତ କରିଥିଲା। କେବଳ ନାଗା ସାଧୁ ହିସାବରେ ତାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନିଆଗଲା ନାହିଁ। ହେଲେ ଏହି ନାଗା ସାଧୁ ବୈଷ୍ଣବ ପୁରୀଙ୍କ ବିଷୟରେ ଜାଣିଲେ ଉଡିଯିବ ସମସ୍ତଙ୍କ ହୋସ।

ନାଗା ସାଧୁ (Naga Sadhu) ବୈଷ୍ଣବ ପୁରୀ ବିଭିନ୍ନ ସମୟରେ ତାଙ୍କର ନାମ, ବେଶ ଆଉ ଠିକଣା ବଦଳାଉଛନ୍ତି। କେତେବେଳେ ବଡ ଆଖଡା ମଠ ଉଚ୍ଛେଦକୁ ବିରୋଧ କରି JCB ମେସିନ ଆଗରେ ବସି ତ, ଆଉ କେତେବେଳେ ଶ୍ରୀମନ୍ଦିର (Puri Jagannath Temple)  ଖୋଲିବାକୁ ନେଇ ଇଂରାଜୀରେ ଅନର୍ଗଳ କହି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସେ ସବୁବେଳେ ନାଗାବେଶରେ ଶ୍ରୀମନ୍ଦିର ଚାରିପଟେ ଘୁରି ବୁଲୁଥାନ୍ତି। କେତେବେଳେ ହରୀଣ ଛାଲ ଧରି ବୁଲନ୍ତି ତ ଆଉ କେତେବେଳେ ଡମ୍ବରୁ ବଜାଉଥାନ୍ତି। ନାଗା ସାଧୁ ବୈଷ୍ଣବ ପୁରୀଙ୍କ ଅସଲି ନାମ ଥିଲା ତୁମ୍ବନାଥ ସୁବୁଦ୍ଧି। ତାପରେ ସ୍ୱାମୀ ତେଜମୟ ଆଉ ଏବେ ନାମ ଓ ବେଶ ବଦଳାଇ ହୋଇଛନ୍ତି ନାଗାସାଧୁ ବୈଷ୍ଣବ ପୁରୀ।

Also Read: ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!

ନାଗା ସାଧୁ ବୈଷ୍ଣବ ପୁରୀ ହେଉଛନ୍ତି ବ୍ରହ୍ମପୁର (Berhampur) ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ନିବାସୀ ଟି. ତୁମ୍ବନାଥ ସୁବୁଦ୍ଧି। ପୁରୀସ୍ଥିତ ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ ପରେ ସାମାଜିକ ମୋହମାୟା ଛାଡ଼ି ସେ ଏବେ ପାଲଟିଛନ୍ତି ନାଗା ସାଧୁ ବାବା ବୈଷ୍ଣବ ପୁରୀ। ପ୍ରାୟ ୬/୭ ବର୍ଷ ହେଲା ସେ ଘର ଛାଡ଼ି ପୁରୀରେ ଲଙ୍ଗୁଳି ମଠରେ ରହୁଛନ୍ତି। ଗତ ୨୩ ତାରିଖରେ ପୁରୀ (Puri) ଶ୍ରୀମନ୍ଦିର ଖୋଲିଥିଲା। ଏହି ସମୟରେ ସେ ଶ୍ରୀମନ୍ଦିରକୁ ଧସେଇ ପଶି ପ୍ରଭୁ ଶ୍ରୀଜଗନ୍ନାଥ (Lord Jagannath)ଙ୍କ ଦର୍ଶନ କରିଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

fallback

ବ୍ରହ୍ମପୁରରେ ମଧ୍ୟ ନାଗା ସାଧୁ ବାବା ବୈଷ୍ଣବ ପୁରୀଙ୍କ ଏହି ଘଟଣାକୁ ନେଇ ବହୁ ଚର୍ଚ୍ଚା ଶୁଣିବାକୁ ମିଳୁଛି। ତୁମ୍ବନାଥ ବ୍ରହ୍ମପୁର ସହରର ଏକ ଚର୍ଚ୍ଚିତ ନାମ। କାରଣ ତୁମ୍ବନାଥ ବିଗତ ବର୍ଷରେ ବିଭିନ୍ନ ସମୟରେ ଆଇନ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା। ଏବେ ପୁରୀ ଘଟଣା ପାଇଁ ପୁଣିଥରେ ତୁମ୍ବନାଥ ଚର୍ଚ୍ଚାକୁ ଆସିଛନ୍ତି।

Also Read: ସରକାରୀ ନକ୍ସାରୁ ଶ୍ରୀମନ୍ଦିର ଗାଏବ

ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ ପରେ ତୁମ୍ବନାଥ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ିଥିଲେ। କଲେଜ ପାଠପଢ଼ା ସମୟରେ ସେ ଜଣେ ଜଣାଶୁଣା ଛାତ୍ର ନେତା ଭାବେ ପରିଚିତ ଥିଲେ। ୨୦୦୭-୦୮ରେ ତୁମ୍ବନାଥ  କଲେଜ ଶିକ୍ଷା ଅଧାରୁ ଛାଡ଼ିଥିଲେ। କଲେଜ ଶିକ୍ଷା ଛାଡ଼ିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୋ ସୁରକ୍ଷା ପ୍ରତି ଆଗେଇ ଆସିଥିଲେ। କିଛି ବର୍ଷ ପରେ ସେ ଜାଣତରେ ହେଉ କି ଅଜାଣତରେ ହେଉ ଅପରାଧ ସହିତ ଜଡ଼ିତ ହୋଇ ଯାଇଥିଲେ। 

fallback

ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସାହି ଛକରେ ଗତ ୨୦୧୦ ଜୁଲାଇ ୨୨ ତାରିଖରେ ଧୀର ସାମଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ତୁମ୍ବନାଥଙ୍କ ନାମ ଯୋଡ଼ିଥିଲା। କିନ୍ତୁ ପରେ ମାନ୍ୟବର ହାଇକୋର୍ଟ ଅଭିଯୁକ୍ତ ତାଲିକାରୁ ତୁମ୍ବନାଥଙ୍କ ନାମ ବାଦ୍‌ ଦେଇଥିଲେ। ପୁଣି କିଛି ମାସ ପରେ ଏକ ମାମଲାରେ ତୁମ୍ବନାଥ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୦୧୦ ନଭେମ୍ବର ୩ତାରିଖରେ ସେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ। 

Also Read: ପୁରୀରେ ଫିକା ପଡିବ ନୂଆବର୍ଷ

ସେହିପରି ୨୦୧୧ ମେ ୨୪ ତାରିଖରେ ବାରଖମା ଫାଣ୍ତି ଅଧିକାରୀ ମମତା ପତିଙ୍କୁ ତୁମ୍ବନାଥ ହାଣି ଦେଇଥିଲେ। ଏଥିରେ ମମତା ଆହତ ହୋଇଥିଲେ। ପୁଲିସ ତୁମ୍ବନାଥଙ୍କୁ ଗିରଫ କରିଥିଲା। ପରେ ସେ ଜାମିନ୍‌ରେ ବାହାରିଥିଲେ। ବାଲିଗୁଡ଼ା ସେସନ୍‌ସ କୋର୍ଟରେ ବିଚାରଣା ଆରମ୍ଭ ହୋଇଥିଲା। କୋର୍ଟରେ ହାଜର ପାଇଁ ତୁମ୍ବନାଥଙ୍କୁ ବାରମ୍ବାର ସମନ୍‌ ଯାଇଥିଲା। ହେଲେ ସେ କୋର୍ଟରେ ହାଜର ହୋଇ ନଥିଲେ। ଫଳରେ କୋର୍ଟ ତାଙ୍କ ନାମରେ ଗିରଫ ପରୱାନା ଜାରି କରିଥିଲେ। 

ତୁମ୍ବନାଥଙ୍କୁ ଗିରଫ କରିବା ପାଇଁ ବ୍ରହ୍ମପୁର ଟାଉନ୍‌ ଥାନା ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ତୁମ୍ବନାଥ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା। ରାଜଗାଙ୍ଗପୁରରେ ସେ ବାବା ତେଜେଶ୍ବରମୟୀଙ୍କ ନାମରେ ରହି ଗୋ ସୁରକ୍ଷା ପାଇଁ କାମ କରୁଥିଲେ। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ତାଙ୍କୁ ୨୦୧୫ ଜୁନ୍‌ ୮ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା। 

fallback

ଏହାପରଠୁ ତୁମ୍ବନାଥ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ। ଅପରାଧ ଠାରୁ ନିଜକୁ ଦୂରେଇ ରଖି ସେ ଏବେ କିଛି ବର୍ଷ ହେଲା ପୁରୀରେ ରହି ଆସୁଛନ୍ତି। ଲଙ୍ଗୁଳି ମଠରେ ରହି ସେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିବା କହିଛନ୍ତି। ବର୍ତ୍ତମାନ ସେ ଲଙ୍ଗୁଳି ମଠରେ ଶିକ୍ଷା ଗ୍ରହଣ କରୁଛନ୍ତି। ଭବିଷ୍ୟତରେ ଜଣେ ଦକ୍ଷ ନାଗା ସାଧୁ ହୋଇ ତପସ୍ବୀ ଉପାଧି ପାଇବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଦସ୍ଯୁ ରତ୍ନାକର ଭଳି ସେ ମଧ୍ୟ ହେବେ ବୋଲି ଆଶା ରଖିଥିବା କହିଛନ୍ତି।