କୋରୋନା ପ୍ରଭାବକୁ ନଜରରେ ରଖି ବିଭିନ୍ନ ହୋଟଲରେ ହେବାକୁ ଥିବା ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଚାଲିଛି ପିକିନିକ ସିଜିନ୍ (Picnic Season)। ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ ରେ (Puri) ଏବେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ। ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ (Tourist Place) ପୂର୍ବରୁ ଖୋଲିଥିବା ବେଳେ ଆସନ୍ତା ଡିସେମ୍ବର ୨୩ରେ ଖୋଲିବ ଶ୍ରୀମନ୍ଦିର (Srimandir) ସହ ଜିଲ୍ଲାର ଅନ୍ୟ ସବୁ ମନ୍ଦିର। ହେଲେ ଜିରୋ ନାଇଟ (Zero Night) ମଜା ନେବାପାଇଁ ପ୍ରତ୍ୟେକ ବର୍ଷ ଚଳଚଞ୍ଚଳ ହୋଇଉଠେ ପୁରୀ।
ହେଲେ ଚଳିତ ବର୍ଷ କୋଭିଡ୍-୧୯ (Covid19) ପ୍ରକୋପକୁ ନଜରରେ ରଖି ଏହା ଉପରେ କଟକଣା ଲଗାଇଛି ପ୍ରଶାସନ। ଯାହା ଫଳରେ ପର୍ଯ୍ଯଟକ ନିରାଶ ହେବା ସହ ନିରାଶ ହୋଇଛନ୍ତି ହୋଟେଲିୟର୍ସ (Hoteliers)। ଏଥର ଫିକା ପଡିବ ଜିରୋ ନାଇଟ ସେଲିବ୍ରେସନ (Zero Night Celebration)। ଖାସକରି ପୁରୀରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଅଙ୍କୁସ ଲଗାଇଛି ପ୍ରଶାସନ।
ହୋଟେଲରେ ନୂଆ ବର୍ଷ ପାଳନକୁ ନେଇ ହେବ ନାହିଁ କୌଣସି କାର୍ଯ୍ୟକ୍ରମ। କୋଭିଡ୍ କଟକଣାକୁ ନଜରରେ ରଖି ପୁରୀ ପ୍ରଶାସନ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏପରି ନିର୍ଦ୍ଦେଶନାମା। ଏହା ସହିତ ନୂଆ ବର୍ଷ ଜାନୁଆରୀ ୧-୨ ତାରିଖରେ ମଧ୍ୟ ଗହଳି ହେବା ଆଶଙ୍କାରେ ବନ୍ଦ କରାଯାଇଛି କାଳିଆ ଦର୍ଶନ। ଏଭଳି କଟକଣା ଜଗନ୍ନାଥପ୍ରେମୀଙ୍କ ସହ ପର୍ଯ୍ଯଟକଙ୍କୁ ନିରାଶ କରିଛି। ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ପୁରୀର ବିଭିନ୍ନ ହୋଟେଲରେ ଲାଗିଥାଏ ପର୍ଯ୍ୟଟକଙ୍କ ଗହଳିଚହଳି।
Also Read:କେବଳ କୋଭିଡ ନେଗେଟିଭଙ୍କୁ ଶ୍ରୀମନ୍ଦିର ଏଣ୍ଟ୍ରି, ଏମିତି ହେଇପାରେ ଟେଷ୍ଟିଂ
ଯାହା ଫଳରେ ହୋଟେଲ ବ୍ଯାବସାୟୀ ଭଲ ବ୍ଯବସାୟ କରିଥାନ୍ତି। ହେଲେ ପ୍ରଥମେ ଫନି ଆଉ ଏହା ପରେ କୋରୋନା ସଂକଟ କାରଣରୁ ଦୀର୍ଘ ୯ ମାସ ହେବ ହୋଟେଲ ଶିଳ୍ପ କ୍ଷତି ସହିଥିବା ବେଳେ ପୁଣି ନୂଆବର୍ଷର କଟକଣା ହୋଟେଲିୟର୍ସଙ୍କ ନିଦ ହଜାଇ ଦେଇଛି। କୋଭିଡ କଟକଣା ରହିଥିବାରୁ ପୂର୍ବରୁ ହୋଇଥିବା ଅନେକ ବୁକିଂ ଏବେ ବାତିଲ ହେବା ସହ ପୁରୀରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ।
Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର
ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏଥର ଜିରୋ ନାଇଟ ସେଲିବ୍ରେସନ ଉପରେ ଲାଗିଛି କଟକଣା। ଏହାକୁ କିଭଳି ଭାବେ କାର୍ଯ୍ୟକାରୀ କରାଯିପାରିବ ସେନେଇ ରଣନୀତି ପ୍ରସ୍ତୁତ କରିଛି ପୁରୀ ପୋଲିସ। ସେପଟେ ଶ୍ରୀମନ୍ଦିରରେ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଡିସେମ୍ବର ୩୧ ତାରିଖ ଅପରାହ୍ନ ୫ଟାରୁ ସାଧାରଣ ଦର୍ଶନ ବନ୍ଦ ରଖାଯିବା ସହ ଜାନୁଆରୀ ୧-୨ ତାରିଖରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ନୂଆବର୍ଷରେ ଛୁଟି କଟାଇବା ପାଇଁ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଠିରେ ରଖି ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି। ଜିଲ୍ଲାର କୋଣାର୍କ, ସାତପଡା ଅଞ୍ଚଳରେ ଥିବା ମେରାଇନ ଥାନାକୁ (Marine Police Station) ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି।
Also Read: ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ
ଦୀର୍ଘ ୯ମାସ ପରେ ଆରମ୍ଭ ହୋଇଥିଲା ହୋଟେଲ ବ୍ଯବସାୟ। କେହି ଭାବିନଥିଲେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଲାଗିବ ପ୍ରଶାସନିକ କଟକଣା। ବିଭିନ୍ନ ହୋଟେଲ ଏନେଇ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି। ହେଲେ ଶେଷରେ ସବୁକିଛି ବାତିଲ ହୋଇଯାଇଛି।