ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ, ଲେଖିଲେ ଜୀବନର ଶେଷ ଯାତ୍ରାର କାହାଣୀ
Advertisement

ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ, ଲେଖିଲେ ଜୀବନର ଶେଷ ଯାତ୍ରାର କାହାଣୀ

ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ I ଯୁବକ ଅନ୍ ଲାଇନ୍ ରେ ଅର୍ଥ କାରବାର କରି କିପରି ଫସିଗଲେ ,କେମିତି ଆଉ ବଂଚିବାର କିଛି ଆଉ ଚାରା ମିଳିଲେନାହିଁ,ଏହା ସମ୍ପର୍କରେ ଏକ ଚିଠି ମାଧ୍ୟ୍ୟମରେ ଜୀବନର ଶେଷ ଯାତ୍ରାର କାହାଣୀ ଲେଖି ସବୁଦିନ ପାଇଁ ଦୁନିଆଁ ଛାଡି ଚାଲିଗଲେ l ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ଅଟେ lଖବର ପ୍ରସାରିତ ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି 

 

ଅନ ଲାଇନ ଟ୍ରେଡିଂରେ ଚାଲିଗଲା ଜୀବନ, ଲେଖିଲେ ଜୀବନର ଶେଷ ଯାତ୍ରାର କାହାଣୀ

(ଦିଲ୍ଲୀପ ଦାସ, ଜଳେଶ୍ଵର):-
ଅନ୍ ଲାଇନରେ ଅର୍ଥ କାରବାର ପଡ଼ିଲା ମହଙ୍ଗା,ଋଣ ଭାରତରେ ବୁଡ଼ିଯାଇ ସ୍ତ୍ରୀ ଙ୍କୁ ଶେଷ ଚିଠି ଲେଖି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ I ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗ୍ରାମରେ ଘଟିଥିବା ପ୍ରକାଶ l ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସ ରୁଣ  ଭାରରେ ବୁଡ଼ିଯାଇ ମାନସିକ ଭାରସାମ୍ୟ ହରାଇ କରିଛନ୍ତି I ଘଟଣାରୁ ଜଣାପଡିଛି ଯେ, ଅନ ଲାଇନ୍ ଅର୍ଥ କାରବାର ପାଇଁ ୧୫ ଲକ୍ଷ ରୁ ଅଧିକ ଟଙ୍କା ଋଣ କରିଥିଲେ I ଯାହାକୁ ନେଇ ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ, ଶେଷରେ ଆତ୍ମହତ୍ୟା ର ରାସ୍ତା ବାଛି ନେଲେl ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀ ଙ୍କ ଉଦେଶ୍ୟରେ ଲେଖିଛନ୍ତି ଶେଷ ଚିଠି,ସେ ଚିଠିରେ ଏମିତି କିଛି ଲେଖିଛନ୍ତି ଯାହାକୁ ପଢ଼ିଲେ ଆପଣଙ୍କ ଆଖିରୁ ଆପଣା ଛାଏଁ ଲୁହ ଝରିପଡିବ l

    ମୋ ମା କୁ ମରିବା ପର୍ଯ୍ୟନ୍ତ ଚାହିଁଥିବୁ, ଘର ଛାଡି କୁଆଡେ ଯିବୁ ନାହିଁ,ଘରେ ରହିବୁ, ସବୁ ବର୍ଷ ପରେ ଠିକ୍ ହୋଇଯିବ ,ଚିନ୍ତା କରିବୁ ନାହିଁ,ଭଗବାନ ତର ମଙ୍ଗଳ କରିବେ, ତୋର କେବେ ଅସୁବିଧାର ହେବ ନାହିଁ,ମୁଁ ଆଉ ସହି ପାରିଲି ନାହିଁ,ଶେଷ ବ୍ୟବସ୍ଥା କଲି, ତେଣୁ ଚିନ୍ତା କରିବୁନି,ଆଉ ଯିଏ ଆସି କହେ ମୁଁ ପଇସା ପାଇବି ,ତାକୁ ଲେଖିକି ରଖିବୁ,2 ବର୍ଷ ମଧ୍ଯରେ ଟଙ୍କା ଫେରାଇବି କିନ୍ତୁ ଚିନ୍ତା କରିବୁ ନାହିଁ,ଯାହା  ଆଗରୁ ଲେଖି ଦେଇଥିଲି ତାହା କରିବୁ,କେବେ କାହା ପାଖରୁ ଧାର କରିବୁନି,ଘରେ ଖାଇବାକୁ ନଥିଲେ  ଘରେ ବସିବୁ,ଧାର କରି ମୋ ଜୀବନ ଚାଲିଗଲା,ମାଆ ଓ ମୋ ପିଲାକୁ ଚାହିଁବୁ, ଚିନ୍ତା କରିବୁନି, ଭଗବାନ ସବୁ ଠିକ କରିଦେବେ, ।। okokok bybyby ।।  ସବୁ ମୋବାଇଲ ଅଛି। ,,।। jaalife style ବିଜ୍ଞାନପନ ପ୍ରତ୍ୟେକ ଦିନ ଦେଖିବୁ, id activet ରହିବ ବର୍ଷେ ପରେ ମାସକୁ 30,000,00 ପାଖା ପାଖି ଆସିବ, ନିରଞ୍ଜନ ମୁଖିକୁ ପଚାରିବୁ, ।।ମୋ ମୃତ୍ଯୁ ପାଇଁ ମୁଁ ନିଜେ ଦାୟୀ ।
ବାସ ସୁଇସାଇଡ ନୋଟରେ ଏମିତି ଲେଖି ଆତ୍ମହତ୍ୟା କରିଛି ପୂର୍ଣ୍ଣ ଚନ୍ଦ୍ର, ଯାହାକୁ ପଢି କାନ୍ଦୁଛି ମା, କାନ୍ଦୁଛି ସ୍ତ୍ରୀ, କାନ୍ଦୁଛନ୍ତି ସାରା ପରିବାର, ଗତକାଲି ରାତିରେ ଖାଇସାରି ନିଜ ରୁମରେ ସୋଇଥିଲେ,ସକାଳେ ଉଠିବାର ବିଳମ୍ବ ହେବାରୁ ପରିବାର ଲୋକେ ଡାକିଥିଲେ,ବହୁ ସମୟ ଧରି ଡାକିବା ପରେ ନଶୁଣିବାରୁକବାଟ ଭାଙ୍ଗି ଦେଖିବା ବେଳକୁ ଘରେ ଝୁଲୁଥିଲା ପୂର୍ଣ୍ଣ ଚନ୍ଦ୍ର ଙ୍କ ମୃତ ଦେହ l ବେଡ଼ରେ ପଡ଼ିଥିଲା ତାଙ୍କର ଏହି ହାତ ଲେଖା ଶେଷ ଚିଠି।