ମନ୍ତ୍ରୀ ପଦ ମିଳିବା ପରେ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା
Advertisement
Article Detail0/zeeodisha/odisha1211744

ମନ୍ତ୍ରୀ ପଦ ମିଳିବା ପରେ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଜିଲ୍ଲାର ଜଣେ ସଫଳ ତଥା ବରିଷ୍ଠ ରାଜନେତା ତଥା ଦକ୍ଷ ବିଧାୟକ ଭାବେ ତାଙ୍କର ଭାବମୂର୍ତ୍ତି ନିର୍ମଳ ରହିଛି।

ମନ୍ତ୍ରୀ ପଦ ମିଳିବା ପରେ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଜଳେଶ୍ୱର: ମନ୍ତ୍ରୀ ପଦ ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ଵିନୀ ପାତ୍ର। ଏହି ଅବସରରେ ମନ୍ତ୍ରୀଙ୍କୁ ବସ୍ତା ମଥାନୀ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ନେତା ମହାଦେବ ଦାସଙ୍କ ଦ୍ଵାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜନସାଧାରଣ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ବିଭାଗ ଦାୟିତ୍ଵର କାର୍ଯ୍ୟ ସୁଚାରୁରୂପେ ତୁଲାଇବାକୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ । 

ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ଜିଲ୍ଲାର ୧୪ ନମ୍ବର ଜିଲ୍ଳା ପରିଷଦ ସଦସ୍ୟା ବିଷ୍ଣୁ ପ୍ରିୟା ବୁଗୁଡି, ସମିତି ସଭ୍ୟା ରଞ୍ଜନା ଦାସଙ୍କ ବହୁ ସରପଞ୍ଚ, ସମିତି ସଦସ୍ୟ ବୁଦ୍ଧିଜୀବୀ, ସାମ୍ବାଦିକ ଉପସ୍ଥିତ ଥିଲେ। ୧୯୫୦ ମସିହା ଜୁଲାଇ ୯ ତାରିଖରେ ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଖୁଆଡ ଗ୍ରାମରେ ଆଦର୍ଶ ଶିକ୍ଷକ ଶଚୀନ୍ଧର ନାଥ ପାତ୍ର ଓ ମାତା ବାସନ୍ତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଜଳେଶ୍ୱର ବିଧାୟକ ଅଶ୍ଵିନୀ ପାତ୍ର। ୧୯୬୭ ମସିହାରେ ଗାଁ ହାଇସ୍କୁଲରୁ ମେଟ୍ରିକ ପାସ କରିବା ପରେ ଏମ୍ପିସି କଲେଜରେ ୧୯୭୮ ରେ  ବିଏ ଏଲ ଏଲବି ସହିତ ୧୯୭୯ ମସିହାରେ ରେଭେନ୍ସା କଲେଜରୁ ପବ୍ଲିକ ଆଡମିନଷ୍ଟ୍ରେସନରେ ଏମଏ ପାସ କରିଥିଲେ। 

ଜଳେଶ୍ଵରର ତତ୍କାଳୀନ ବିଧାୟକ ଜନ ନାୟକ ଗଦାଧର ଗିରି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୪ ମସିହାରେ ପ୍ରଥମେ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ମନ୍ତ୍ରୀ ଅଶ୍ଵିନୀ ପାତ୍ର। ପରେ ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ସମୟରେ ଜଳେଶ୍ଵର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ସେ। ଏହା ପରେ ୨୦୦୪, ୨୦୧୪, ୨୦୧୯ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜିଲ୍ଲାର ଜଣେ ସଫଳ ତଥା ବରିଷ୍ଠ ରାଜନେତା ତଥା ଦକ୍ଷ ବିଧାୟକ ଭାବେ ତାଙ୍କର ଭାବମୂର୍ତ୍ତି ନିର୍ମଳ ରହିଛି। ସେ ବିଧାନସଭାରେ ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ବିଧାନ ସଭା ସୀମା ସୁରକ୍ଷା କମିଟି ସଦସ୍ୟ ସହିତ ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ତୁଲାଇ ସାରିଛନ୍ତି। ଜଣେ ସରଳ, ଶାନ୍ତ, ନିଷ୍କପଟ, ଉଦାର, ବିଜ୍ଞ, ପରୋପକାରୀ, କର୍ମଠ ମଣିଷ ଭାବରେ ସୁବିଦିତ ସେ। ଗତ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫ ହଜାର ୪୦୦ ଭୋଟ ବ୍ୟବଧାନରେ ପରାସ୍ତ କରି ମୁଖ୍ୟମନ୍ତୀଙ୍କ ନବୀନ ପଟ୍ଟନାୟକ ଗୁଡ଼ ବୁକ ରେ ରହିଥିଲେ ଜଳେଶ୍ୱର ବିଧାୟକ ତଥା ମନ୍ତ୍ରୀ ଅଶ୍ଵିନୀ ପାତ୍ର।