ବଂଶଧାରା ଜଳ ବିବାଦ: ଉପକୂଳବାସୀଙ୍କ ଆଶାର ଆଲୋକ ନୂଆ ଜିଲ୍ଲାପାଳ
Advertisement
Article Detail0/zeeodisha/odisha936732

ବଂଶଧାରା ଜଳ ବିବାଦ: ଉପକୂଳବାସୀଙ୍କ ଆଶାର ଆଲୋକ ନୂଆ ଜିଲ୍ଲାପାଳ

ନେରେଡି ବ୍ୟାରେଜ (Neradi Barrage) ନିର୍ମାଣ ନେଇ ଟ୍ରିବୁନାଲ (Tribunal) ଆନ୍ଧ୍ରକୁ ଅନୁମତି ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ୧୦୬ ଏକର ଜମି ଏବଂ ବିସ୍ଥାପିତ ହେବାକୁ ଥିବା ୪ରୁ ଅଧିକ ଗ୍ରାମବାସୀ ଏବେ ଚିନ୍ତାରେ ଅଛନ୍ତି।

ବଂଶଧାରା ଜଳ ବିବାଦ: ଉପକୂଳବାସୀଙ୍କ ଆଶାର ଆଲୋକ ନୂଆ ଜିଲ୍ଲାପାଳ

ଗଜପତି: କାଶୀନଗର ବଂଶଧାରା ନଦୀର ଉପକୂଳ ଅଞ୍ଚଳକୁ ଗସ୍ତ କରିଛନ୍ତି ନୂତନ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ସ୍ଥାନୀୟ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଛନ୍ତି। 

ନେରେଡି ବ୍ୟାରେଜ (Neradi Barrage) ନିର୍ମାଣ ନେଇ ଟ୍ରିବୁନାଲ (Tribunal) ଆନ୍ଧ୍ରକୁ ଅନୁମତି ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ୧୦୬ ଏକର ଜମି ଏବଂ ବିସ୍ଥାପିତ ହେବାକୁ ଥିବା ୪ରୁ ଅଧିକ ଗ୍ରାମବାସୀ ଏବେ ଚିନ୍ତାରେ ଅଛନ୍ତି। ଏପରି ସ୍ଥଳେ ବିଳମ୍ବରେ ହେଲେବି ନୂତନର କାର୍ଯ୍ୟ ଭାର ଗ୍ରହଣ କରିଥିବା ଗଜପତି (Gajapati) ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ବଂଶଧାରା ନଦୀର ଉପକୂଳ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଞ୍ଚଳରେ ଟ୍ରିବୁନାଲର ରାୟ ଉପରେ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର (Supreme Court) ଆଶ୍ରୟ ନେବା ପାଇଁ ରାଜ୍ୟ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି। 

Also Read: ବଂଶଧାରା ଜଳ ବିବାଦ; ଆନ୍ଧ୍ର ଆଗରେ ନାଚାର ଓଡ଼ିଶା, ନ୍ୟାୟିକ ଲଢେଇ ବି ହାରିଲା

ଅପରପକ୍ଷରେ ଆନ୍ଧ୍ର ପ୍ରଶାସନ (Andra Pradesh Govt) ପକ୍ଷରୁ ବହୁ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କରି ଫେରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବା ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ନଥିବାରୁ , ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଅଞ୍ଚଳବାସୀ ଆଶା ଓ ଆଶଙ୍କାରେ ରହିଛନ୍ତି। ତେବେ ଜିଲ୍ଲାପାଳଙ୍କ ଗସ୍ତ ପରେ ସମସ୍ୟାର ସମାଧାନ ବାହାରିବା ନେଇ ଆଶା ରଖିଛନ୍ତି ଲୋକେ।

ବଂଶଧାରା ଜଳ ବିବାଦ (Bashadhara Water Dispute) ମାମଲାର ସମାଧାନ ପାଇଁ ଗଠିତ ଟ୍ରୁବିନାଲର ଚୂଡାନ୍ତ ରାୟ ପ୍ରକାଶ ପାଇବାର ୧୫ ଦିନ ବିତିଲାଣି ରାଜ୍ୟ ସରକାର (Odisha Govt)ଙ୍କର ଆଗାମୀ ପଦକ୍ଷେପ କଣ ରହିବ ତାହା  ସ୍ୱଷ୍ଟ ହୋଇନାହିଁ ।