ବିଲେଇ ର ଭାଗ୍ୟ ବଦଳିଯିବ,କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ
Advertisement
Article Detail0/zeeodisha/odisha1191958

ବିଲେଇ ର ଭାଗ୍ୟ ବଦଳିଯିବ,କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

(ରିପୋର୍ଟ -ସନ୍ଧିପ୍ତ ରାୟ ,ଯାଜପୁର )

ବିରାଡି ଆତ୍ମାର ସଦଗତି ନିମନ୍ତେ ପରିବାର ଲୋକେ ଗୀତା ଜଜ୍ଞର ଆୟୋଜନ କରିଛନ୍ତି ।  ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଅଂଚଳରେ ।  ଜଣେ ମହିଳାଙ୍କ  ଘରେ ଥିବା ଏକ ପୋଷା ବିଲେଇ ଗତ ୬ ମାସ ହେଲା କେଉଁଆଡେ ପଳାଇଯିବା ପରେ ତାର ମୃତ୍ୟୁ ହୋଇଛି ଭାବି ତା ଆତ୍ମାର ସଦଗତି ପାଇଁ  ଏହି ଯଜ୍ଞ କରିଛନ୍ତି। ଯାହା ସ୍ଥାନୀୟ  ଅଂଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି।  

ବିଲେଇ ର ଭାଗ୍ୟ ବଦଳିଯିବ,କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

ଏକ ଵିଲୀଇ ପାଇଁ ଚାଲିଛି ହୋମ ଜଜ୍ଞ ଓ ଗୀତାପାଠ, ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି ଜଜ୍ଞ କୁଣ୍ଡରେ ଘିଅ ଢାଳି ପୂଜାର୍ଚ୍ଚନା କରୁଛନ୍ତି। ଘଟଣାଟି  ଜାରକା ଅଂଚଳର ଅଟେ । ଗୋପବନ୍ଧୁ ଛକ ରେ ରହୁଥିବା ନିର୍ମଳ ପଣ୍ଡାଙ୍କ ଘରେ ଏହି ଯଜ୍ଞ ଚାଲିଛି। ସୂଚନା ମୁତାବକ ନିର୍ମଳଙ୍କ  ଘରକୁ କିଛି ବର୍ଷ ପୂର୍ବେ ଅଚାନକ ଏକ ବିଲେଇ ଚାଲିଆସିଥିଲା । ତାଙ୍କ ପତ୍ନୀ ସରୋଜିନୀ ତାକୁ ଲାଳନ ପାଳନ କରିଥିଲେ। ଫଳରେ ସେ ବିଲେଇଟି ଆଉ ସରୋଜିନୀଙ୍କ ଘର ଛାଡି ଯାଇନଥିଲା । ସମୟ କ୍ରମେ ଧିରେ ଧିରେ ଏହି ବିଲେଇର ବଂଶ ବୃଦ୍ଧି ହେବା ସହ ସରୋଜିନୀ ସେମାନଙ୍କୁ ଲାଳନପାଳନ କରିଥିଲେ। ନିଜର ଘରକାମ ସହ ସରୋଜିନୀ ଏହି ବିଲେଇମାନଙ୍କୁ ଗାଧେଇଦେବା, ଖାଇବାକୁ ଦେବା ସହ ନିଜ ପିଲାଙ୍କ ପରି ତାଙ୍କୁ ଭଲ ଭାବେ ଲାଳନ ପାଳନ କରୁଥିଲେ।

 ମାତ୍ର ସରୋଜିନୀଙ୍କ ର ସବୁଠୁ ପ୍ରିୟ ବିଲେଇ ଗୌରାଙ୍ଗ ସୁନା କେଉଁଆଡେ ଛଅମାସ ହେବ ଚାଲିଯାଇ ଆଉ ଘରକୁ ଫେରିନଥିଲା । ଫଳରେ ସରୋଜିନୀ ଦୁଃଖରେ ଭାଙ୍ଗିପଡିଥିଲେ। ନିଖୋଜ ବିଲେଇଟି ପ୍ରାଣ ହରାଇଥିବା ଆଶଙ୍କା କରି ପଶୁ ଜନ୍ମରୁ ତାକୁ ମୁକ୍ତି ଦେବା ପାଇଁ  ନିଜଘରେ ଗୀତା ଜଜ୍ଞର ଆୟୋଜନ କରିଥିବା ଖବର ସାମ୍ନାକୁ ଆସିଛି। ଏହି ସମୟରେ ତାଙ୍କ ଘରେ  ବିଭିନ୍ନ ସମୟରେ ଉତ୍ତୋଳନ କରାଯାଇଥିବା  ବିଲେଇ ମାନଙ୍କ ଫଟୋଚିତ୍ରକୁ  ସେଠାରେ ସ୍ଥାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ସାମ୍ପ୍ରତିକ ସମୟରେ  ମଶିଷ ପଶୁ ପ୍ରତି ହିଂସ୍ର ଆଚରଣ କରୁଥିବା ବେଳେ ସରୋଜିନୀଙ୍କ  ବିଲେଇ ପ୍ରତି ମମତା, ସ୍ନେହ ,ଶ୍ରଦ୍ଧା ଆଗରେ ମଣିଷ ପଶୁ ସମସ୍ତେ ସମାନ  ବୋଲି ପ୍ରମାଣିତ କରୁଛି । ଏହି ଘଟଣା ସମଗ୍ର ଜିଲାରେ ଚର୍ଚ୍ଚା ର ବିଷୟ ପାଲଟିଛି।