ଭୀମସାର ସୁରକ୍ଷାକର୍ମୀ ବିବାଦ: ମୁହଁ ଖୋଲିଲେ ୟୁନିଟ୍ ହେଡ୍
Advertisement
Article Detail0/zeeodisha/odisha880314

ଭୀମସାର ସୁରକ୍ଷାକର୍ମୀ ବିବାଦ: ମୁହଁ ଖୋଲିଲେ ୟୁନିଟ୍ ହେଡ୍

ଚାକିରି କରାଇଦେବା ପାଇଁ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ଏବେ ଏ ନେଇ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ଠିକା ସଂସ୍ଥାର ବୁର୍ଲା ୟୁନିଟ ହେଡ୍ ମହେଶ୍ୱର ନାୟକ।

ଭୀମସାର ସୁରକ୍ଷାକର୍ମୀ ବିବାଦ: ମୁହଁ ଖୋଲିଲେ ୟୁନିଟ୍ ହେଡ୍

ସମ୍ବଲପୁର: ବୁର୍ଲା ଭିମସାରରେ ସୁରକ୍ଷାକର୍ମୀ ନିୟୋଜିତରେ ଅନେକ ପ୍ରକାର ଅନିୟମିତତା ହୋଇଥିବା ଏବଂ ଜାତିଆଣ ଭେଦଭାବ ଅଭିଯୋଗ ହୋଇଥିଲା। ଏପରିକି ଚାକିରି କରାଇଦେବା ପାଇଁ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ଏବେ ଏ ନେଇ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ଠିକା ସଂସ୍ଥାର ବୁର୍ଲା ୟୁନିଟ ହେଡ୍ ମହେଶ୍ୱର ନାୟକ।

ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର (State  Govt) ଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି। ଭିମସାର (VIMSAR) ରେ ମଧ୍ୟ ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକ ବେସରକାରୀ ସଂସ୍ଥାକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ହେଲେ ଏହି ସଂସ୍ଥାରେ ଚାକିରି କରାଇଦେବାକୁ କହି ଅର୍ଥ ଆଦାୟ କରାଯାଉଥିବା ଏବଂ ଜାତିଆଣ (Caste Discrimination) ଅଭିଯୋଗ ହୋଇଥିଲା। 

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ

 

ବୁର୍ଲା ( Burla) ର ଜଣେ ଯୁବକ ଏନେଇ ବୁର୍ଲା ଥାନା (Burla Police) ରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସୁରକ୍ଷା ସଂସ୍ଥାର (Security Agency) ବୁର୍ଲା ୟୁନିଟ ହେଡ ମହେଶ୍ୱର ନାୟକ। ତାଙ୍କୁ ବଦନାମ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି। ଯାହା ଫଳରେ ତାଙ୍କ ମାନସିକ ଅବସ୍ଥା ଠିକ ରହୁନାହିଁ। ଏହି ବାବଦରେ ସେ ମଧ୍ୟ ଏତଲା ଦେଇଥିବା କହିଛନ୍ତି।

ଏ ବାବଦରେ ସମ୍ପୃକ୍ତ ସଂସ୍ଥାରେ କାର୍ଯ୍ୟରତ କିଛି ପୂରାତନ ଓ ନୂତନ ଭାବରେ ନିୟୋଜିତ ହୋଇଥିବା କର୍ମୀଙ୍କୁ ଏ ବାବଦରେ ପଚାରିବାରୁ ସେମାନେ ଘଟଣା ଉପରେ କୌଣସି ସତ୍ୟତା ନଥିବା ପ୍ରକାଶ କରିଛନ୍ତି। ଦୀର୍ଘ ସମୟ ହେବ ୟୁନିଟ ହେଡ୍ ଆମ ସହିତ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଆଗରୁ କେବେହେଲେ ହୋଇନଥିବା ସୁରକ୍ଷା କର୍ମୀ ନରେନ୍ଦ୍ର ପାଇକ ଓ ସୁପରଭାଇଜର, ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି। ତେବେ ଅଭିଯୋଗର ନିରପେକ୍ଷ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ।