Odisha Education System: ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ମାରପିଟ! ଆଉ ଅବସ୍ଥାରେ ନାହିଁ ଓଡିଶାର ଶିକ୍ଷ ବ୍ୟବସ୍ଥା
Advertisement
Article Detail0/zeeodisha/odisha1321097

Odisha Education System: ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ମାରପିଟ! ଆଉ ଅବସ୍ଥାରେ ନାହିଁ ଓଡିଶାର ଶିକ୍ଷ ବ୍ୟବସ୍ଥା

Teachers Quarrel: ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ଦୁଇ ଶିକ୍ଷୟତ୍ରୀ ହାତାହାତି (Clash Between Two Teachers)। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ଭିତରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।

Odisha Education System: ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ମାରପିଟ! ଆଉ ଅବସ୍ଥାରେ ନାହିଁ ଓଡିଶାର ଶିକ୍ଷ ବ୍ୟବସ୍ଥା

Teachers Quarrel: ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା ଘଟଣାକୁ ନେଇ ଦୁଇ ଶିକ୍ଷୟତ୍ରୀ ହାତାହାତି (Clash Between Two Teachers)। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ଭିତରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। କାହିଁକି ଏମିତି ମାନସିକତା, ଟିକିଏ ବି ବାଟକୁ ଆସୁ ନାହାନ୍ତି ଆମ ଶିକ୍ଷକ ଶକ୍ଷୟିତ୍ରୀ, କେଉଁଠି କିଏ ମଦ ପିଇ ସ୍କୁଲରେ ଶୋଇଲେଣି ତ ଆଉ କେଉଁଠି କିଏ ପିଲାଙ୍କୁ ମାଡ ମାରି ପଚାରିଲେ କହୁଛନ୍ତି, ମଦ ପିଇ ନିଶାରେ ଥିଲି। ତେଣୁ, କାହାକୁ ବାଡ଼େଇଲି ଜାଣି ପାରିଲିନି। ଏହା କି ପ୍ରକାର ଶିକ୍ଷା ବ୍ୟବସ୍ଥା ତାହା ବୁଝିବା ବଡ ମୁସ୍କିଲ ହୋଇପଡିଛି। କେତେବେଳେ ଘର କଜିଆ ସ୍କୁଲକୁ ଆଣି ସ୍କୁଲରେ ମାରପିଟ ଲାଗିଲେଣି, ତ କେଉଁଠି ଶିକ୍ଷକଙ୍କ ମଧ୍ୟରେ ଗଣ୍ଡଗୋଳ। ଏହିପରି ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। 

ଏପରି ଏକ ଘଟଣା ବାଲେଶ୍ୱର (Balasore)ର ଏକ ସ୍କୁଲରୁ ସାମ୍ନାକୁ ଆସିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ସମସ୍ୟାକୁ ନେଇ ବ୍ରୁତ୍ତି ଉପରେ ପ୍ରଭାବ ପଡିଛି। ଅଣସାମ୍ବିଧାନିକ ଭାଷାରେ କମ୍ପିଲା ବିଦ୍ୟାଳୟ ପରିସର। ହୋଇଥିବା ହାତାହାତୀରେ ଚଷମା ଭାଙ୍ଗିବା ଦେଖି ଛାତ୍ର-ଛାତ୍ରୀ ଓ ଗ୍ରାମବାସୀ ଆବାକ ହୋଇ ଦେଖିଥିଲେ। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଦୁଇ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରିବା ସହ ସୋମାନଙ୍କୁ ବଦଳି କରିବା ଦାବିରେ ଗ୍ରାମବାସୀ ତାଲା ପକାଇଛନ୍ତି। ଏହା ହେଉଛି ଆମ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା। ତେବେ ଘଟଣା କଣ ପାଇଁ ଘଟିଲା ଆସନ୍ତୁ ସେ ବିଷୟରେ ଜାଣିବା। 
 

ଘଟଣାଟି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ପଞ୍ଚାୟତ ଉଲୁଡ଼ା ଗ୍ରାମରେ ଥିବା ବନମାଳୀ ମାଝୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଆଜି ସକାଳେ ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ ବିଳମ୍ୱରେ ବିଦ୍ୟାଳୟ ଆସିବାରୁ ଆଉ ଜଣେ ଶିକ୍ଷୟିତ୍ରୀ ମୋବାଇଲରେ ଭିଡିଓ ଉଠାଇ ନେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ପରିସ୍ଥିତି ଏପରି ହେଲା ଯେ, ଯେଉଁ ପରିସ୍ଥିତି ସେଠାରେ ଉପୁଜିଲା ଦେଖିଲେ ଲାଗୁଥିଲା ପାଞ୍ଚ ବର୍ଷ ପିଲାଙ୍କ ମଧ୍ୟରେ ବାଡ଼ାପିଟା ଚାଲିଛି।

ବିଦ୍ୟାଳୟ ପରିସର କିଛି ସମୟ ରଣକ୍ଷେତ୍ର ପାଲଟିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହିତ ଗ୍ରାମବାସୀ ବେଶ କୌତୁହଳ ସହିତ ଉପଭୋଗ କରିଥିଲେ। ମଣିଷ ତିଆରି କାରଖାନାର ଏହି ଦୁଇ ବିନ୍ଧାଣିଙ୍କ ଆଚରଣକୁ ଖୁବ ସୁନ୍ଦର ଭାବରେ ଲେକମାନେ ଉପଭୋଗ କରିଥିଲେ । ଲାଗୁଥିଲା ସତେ ଯେମିତି ଏମାନେ ଅଶ୍ଳିଳ ଭାଷାରେ ବହୁ ପାରଙ୍ଗମ। ଏହି ଘଟଣାରେ ଶିକ୍ଷୟିତ୍ରୀ ସୀତାରାଣୀ ଧଳ ଓ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା  କମର୍ଦ୍ଦା  ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ବିଦ୍ୟାଳୟ ପରି ଏକ ମଣିଷ ଗଢା କାରଖାନାରେ ଏପରି ବିବେକ ହୀନ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି। ତେବେ ଜଣାପଡିଛି ଯେ, ନିଜର ପାରିବାରିକ ଝଗଡାକୁ ନେଇ ନେଇ ଦୁଇ ଜଣକ ମଧ୍ୟରେ ତିକ୍ତତା ଲାଗିଥିଲା ପରେ ଏହା ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା