ବନ୍ଦ ହୋଇଥିବା ବିଦ୍ୟାଳୟରେ ଆଡ଼ମିଶନ ଏବଂ ଶିକ୍ଷକ ନିଯୁକ୍ତି କରିବାକୁ ଦାବି
Advertisement
Article Detail0/zeeodisha/odisha1211717

ବନ୍ଦ ହୋଇଥିବା ବିଦ୍ୟାଳୟରେ ଆଡ଼ମିଶନ ଏବଂ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ବିଦ୍ୟାଳୟରେ ପିଲା ସଂଖ୍ୟା କମ ଦର୍ଶାଇ କ'ଣ ପାଇଁ ଗୋଟିଏ ବିଦ୍ୟାଳୟକୁ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦିଆଯାଉଛି ବୋଲି ଅବିଭାବକ, ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠର ସଦସ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। 

ବନ୍ଦ ହୋଇଥିବା ବିଦ୍ୟାଳୟରେ ଆଡ଼ମିଶନ ଏବଂ ଶିକ୍ଷକ ନିଯୁକ୍ତି କରିବାକୁ  ଦାବି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ବନ୍ଦ ହୋଇଥିବା ୧୯ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟ ସୁରକ୍ଷା କମିଟି ଏବଂ ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ମିଳିତ ହୋଇ ବନ୍ଦ ହୋଇଥିବା ବିଦ୍ୟାଳୟକୁ ତୁରନ୍ତ ଚାଲୁ କରି ପିଲାଙ୍କୁ ଆଡ଼ମିଶନ ଦେବା ସହିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛି। ଏନେଇ ସୋମବାର ପୂର୍ବାହ୍ନରେ ବାଲିଆପାଳ ବସ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜାମକୁଣ୍ଡା ଛକ,ପାରୁଲିଆ ଛକ ଦେଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। 

ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ କୁ କିଛି ସମୟ ପାଇଁ ଆନ୍ଦୋଳନକାରୀ ବନ୍ଦ କରିଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତି ଗ୍ରାମରେ ସ୍କୁଲ କରାଯାଇ ଶିକ୍ଷାକୁ ବ୍ୟାପକ କରାଯାଉଥିଲା ହେଲେ ପୁଣି କାହିଁକି ଛାତ୍ରୀଛାତ୍ରଙ୍କ ଜୀବନ ସହିତ ଖେଳା ଯାଉଛି। ବିଦ୍ୟାଳୟରେ ପିଲା ସଂଖ୍ୟା କମ ଦର୍ଶାଇ କ'ଣ ପାଇଁ ଗୋଟିଏ ବିଦ୍ୟାଳୟକୁ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦିଆଯାଉଛି ବୋଲି ଅବିଭାବକ, ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠର ସଦସ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। 

ଖୁବ ଶୀଘ୍ର ଏହି ସମାଧାନ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନାରୀ ଚେତାବନୀ ଦେଇଛନ୍ତି। ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠନ ଜିଲ୍ଲା ଆବାହକ କ୍ରିଷ୍ଣା ରାଣୀ ସାହୁଙ୍କ ସହିତ ସଙ୍ଗଠନର ସମସ୍ତ ସଦସ୍ୟଙ୍କ ଅଭିଭାବକ ଏହି ସମସ୍ୟାର ସମାଧାନ କରିବା ଦାବିରେ  ଏକ ବିରାଟ ଶୋଭାଯାତ୍ରା ଆସି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ବିଭିନ୍ନ ପ୍ରକାରର ନାରାବାଜି କରିବା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।