ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ବ୍ୟାଣ୍ଡେଜ କନା ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା।
Advertisement

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ବ୍ୟାଣ୍ଡେଜ କନା ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା।

ଡାକ୍ତରଙ୍କ ଚିକତ୍ସା ଅବହେଳା କ୍ରମେ ରୋଗୀଙ୍କ ପ୍ରସବ ଦ୍ୱାରରେ ବ୍ୟାଣ୍ଡେଜ କପଡା ଛାଡ଼ିଦେବା ଭଳି ଏକ ସଂଗୀନ ଅଭିଯୋଗରେ ରୋଗୀର ପରାଇବାର ଲୋକେ ବିକ୍ଷୋପ ପଦର୍ଶନ କରିଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କସ୍ତୁରୀ ମିଶ୍ର ତଦନ୍ତ ରିପୋର୍ଟ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

 

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ବ୍ୟାଣ୍ଡେଜ କନା ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଅବହେଳା ଅଭିଯୋଗ ରେ ଡାକ୍ତର ଖାନାରେ ପରିବାର ଲୋକଙ୍କ ବିକ୍ଷୋଭ।କଳାହାଣ୍ଡି ଜିଲ୍ଲା ଡୁମେରଗୁଡା ଗାଁର ବିଶେକ ବେହେରାଙ୍କ ସ୍ତ୍ରୀ  ଦେବନ୍ତି ବେହରାଙ୍କୁ ମେ ମାସ ୧୭ ତାରିଖ ଦିନ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଦେବନ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମେଡିକାଲ ରେ ଠିକ ସମୟରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବା ସହ ସେହି ଦିନ ହିଁ ଦେବନ୍ତିଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ପ୍ରସବ ସରିବା ପରେ ପ୍ରସବ ଦ୍ୱାରରେ ବ୍ୟାଣ୍ଡେଜ କନା ଛାଡି ଦେଇଥିଲେ।ପରେ ଦେବନ୍ତିଙ୍କୁ ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ଦିନ ଡିସଚାର୍ଜ ମେଡିକାଲ କର୍ତ୍ତୃପକ୍ଷ କରିଦେଇଥିଲେ ।କିନ୍ତୁ  ପ୍ରସବ ଦ୍ୱାରା ରେ ବ୍ୟାଣ୍ଡେଜ କନା ଦେଇଥିବା ନେଇ ଦେବନ୍ତିଙ୍କ ପରିବାର କୁ କୌଣସି ସୂଚନା ଦେଇନଥିଲେ।

କିଛି ଦିନ ପରେ ଦେବନ୍ତିଙ୍କ ପେଟ ଯନ୍ତ୍ରଣା ହୋଇଥିଲା ପରେ ପରିବାର ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ,ସେଠାରେ ଡାକ୍ତର ଦେବନ୍ତିଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ।ପରେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଦେବନ୍ତିଙ୍କ ପ୍ରସବ ଦ୍ୱାରଭିତରେ ବ୍ୟାଣ୍ଡେଜ କନା ରହିଛି। ପରେ ଧର୍ମଗଡ଼ ମେଡ଼ିକାଲ ରେ ଦେବନ୍ତି ଙ୍କ ପ୍ରସବ ଦ୍ୱାରରୁ ବ୍ୟାଣ୍ଡେଜ କନାକି ଡାକ୍ତର କାଢ଼ିଥିଲେ। ଏନେଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇ ଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦେବନ୍ତି ଙ୍କ ପରିବାର।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କସ୍ତୁରୀ ମିଶ୍ର ଙ୍କୁ ପଚାରୁ ଏହି ବିଷୟର ସେ ତଦନ୍ତ ନିର୍ଦେଶ ଡଦିଆଯାଇଥିବା ତଥା  ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୁତରାଂ ଏହି ଭଳି ଡାକ୍ତର ମାନଙ୍କ ଅବେହଳା ଯୋଗୁଁ ରୋଗୀ ମାନେ ଆନେକ ସମସ୍ୟାର ଶିକାର ହେଉଛନ୍ତି।କେତେବେଳେ ରୋଗୀର ପେଟରେ କଇଁଚି ଛାଡି  ସିଲାଇ ହେଇ ଯାଉଛି ତ କେତେବେଳେ ରୋଗୀ ପେଟରେ ବ୍ୟାଣ୍ଡେଜ କପଡା ଛାଡି ସିଲାଇ କରି ଦେଉଛନ୍ତି।ଏହା ଏକ ନୀତିଦିଆ ଖବର ଭାବରେ ଆମ ନିକଟରେ ସର୍ବଦା ଉଭା ହେଲେ ବି ଏହାର କୌଣସି ସମାଧାନ ହେଇ ପାରୁନି।