ପୁଣି ସିଲ୍ ହେବ ସୀମା
Advertisement
Article Detail0/zeeodisha/odisha881949

ପୁଣି ସିଲ୍ ହେବ ସୀମା

ସଂକ୍ରମିତଙ୍କ ସଂଖ୍ୟା ଗଜପତି ଜିଲ୍ଲାରେ ବେଶି ବଢିନାହିଁ ତଥାପି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରାଯାଇଛି। ଯେଭଳି ଗତବର୍ଷ କୋରୋନା ଜିଲ୍ଲାକୁ ହୁଲସ୍ତୁଲ  କରିରଖିଥିଲା ଏହାକୁ ଦୃଷ୍ଟିରେ ରଖି ଗଜପତି ପ୍ରଶାସନ ସବୁଦିଗରୁ ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ପ୍ରତିକାତ୍ମକ ଫଟୋ

ଗଜପତି: କୋରୋନା ସଂକ୍ରମଣ ଦ୍ଵିତୀୟ ଲହରୀ ରାଜ୍ୟ ତଥା ଦେଶରେ ଅତି ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଯଦିଓ ସଂକ୍ରମିତଙ୍କ ସଂଖ୍ୟା ଗଜପତି ଜିଲ୍ଲାରେ ବେଶି ବଢିନାହିଁ ତଥାପି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରାଯାଇଛି। ଯେଭଳି ଗତବର୍ଷ କୋରୋନା ଜିଲ୍ଲାକୁ ହୁଲସ୍ତୁଲ  କରିରଖିଥିଲା ଏହାକୁ ଦୃଷ୍ଟିରେ ରଖି ଗଜପତି ପ୍ରଶାସନ ସବୁଦିଗରୁ ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ରାଜ୍ୟ ତଥା ଦେଶରେ କୋରୋନା ସଂକ୍ରମଣ (Coronavirus) ର ଦ୍ଵିତୀୟ ଲହରୀ ଯେତେ କ୍ଷୀପ୍ର ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି (Gajapati) ଜିଲ୍ଲା ପ୍ରଶାସନର ତତ୍ପରତା ସେତିକି ବଢି ଯାଇଛି। ଯଦିଓ ଗଜପତିରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି, ତଥାପି SRCଙ୍କ ନିର୍ଦ୍ଦେଶ କ୍ରମେ ପଡୋଶୀ ଆନ୍ଧ୍ର (Andra Pradesh) ରୁ ଆସୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଆସନ୍ତା ୧୨ ତାରିଖରୁ ସୀମାରେ କୋରୋନା କଟକଣା ସମ୍ପୂର୍ଣ୍ଣ କଡା କଡି କରାଯିବ। 

Also Read: Covid19 Guidelines: ଅମାନିଆଙ୍କ ପକେଟ୍ ଖାଲି, DL ବାତିଲ୍

ଜିଲ୍ଲାକୁ ସଂଯୋଗ କରୁଥିବା ୨୨ଟି ପ୍ରବେଶ ପଥରେ ପୁନର୍ବାର ପୋଲିସ (Gajapati Police) ପକ୍ଷରୁ ନାକା ପଏଣ୍ଟ କରାଯିବ। ଆସନ୍ତା ୧୨ ତାରିଖରୁ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖାଯିବ। ବାହାରୁ ଆସୁଥିବା ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି (Travel History) ରଖାଯିବା ସହ ଯାତ୍ରୀଙ୍କ ୭୨ ଘଣ୍ଟା ପୂର୍ବର RTPCR ରିପୋର୍ଟ କିମ୍ବା ଭେକ୍ସିନ ଦ୍ୱିତୀୟ ଡୋଜ ନେଇଥିବା ରିପୋର୍ଟ ରହିଥିବା ବାଧ୍ୟତାମୂଳକ। ନଚେତ କୌଣସି ଯାତ୍ରୀଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ କରାଯିବନାହିଁ। 

ଜିଲ୍ଲାରେ ପୌରାଞ୍ଚଳଠୁ ଆରମ୍ଭ କରି ପଂଚାୟତ ଏବଂ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କୁ ବାହାରୁ ଆସୁଥିବା ଯାତ୍ରୀଙ୍କ ସୂଚନା ତୁରନ୍ତ ପ୍ରଶାସନକୁ ଜଣେଇବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ରଖିବା ସହ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ସମସ୍ତ କୋଭିଡ ନିୟମକୁ ମାନିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ପ୍ରଶାସନର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ପୌରାଞ୍ଚଳ ପକ୍ଷରୁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରହିବା ଇତ୍ୟାଦି କୋଭିଡ ସଚେତନତା କରାଯାଉଛି।

Also Read: ନିୟମ ଭାଙ୍ଗିବାରେ ମାହିର ଓଡିଶାବାସୀ!

 

ସେପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ତଣ୍ଡ ଆଦାୟ କରିବା ସହ ସାମାଜିକ ଦୂରତା ରଖିବା ପାଇଁ ଜନଗହଳି ସ୍ଥାନରେ ବାରମ୍ବାର ପେଟ୍ରୋଲିଂ କରୁଛି । ଅମାନିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦ୍ଵିତୀୟ ପର୍ଯ୍ୟୟ  ସଂକ୍ରମଣ ହାର ଅତି କ୍ଷୀପ୍ର ହେଲେ ମଧ୍ୟ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ବ୍ରେକ ଲାଗାଇବା ପାଇଁ ପ୍ରଚେଷ୍ଟା ଚଳାଛି।