ଗଙ୍ଗାବାଡର ବିକାଶରେ ବାଡ଼ ସାଜିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ!
Advertisement

ଗଙ୍ଗାବାଡର ବିକାଶରେ ବାଡ଼ ସାଜିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ!

ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଗଜପତିର ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ସର୍ବଦା ଚର୍ଚ୍ଚାରେ ଥାଏ। ସୀମାକୁ ନେଇ ବିବାଦ ଯୋଗୁଁ ଆନ୍ଧ୍ର ସହିତ ପଞ୍ଚାୟତ ବାସୀ ଲଢେଇ କରୁଥିବା ବେଳେ ଏବେ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତରେ ଅର୍ନ୍ତଦ୍ୱନ୍ଦ ଦେଖା ଦେଇଛି। 

ଡିଜାଇନ୍ ଫଟୋ

ଗଜପତି: ସରପଞ୍ଚ ପ୍ରାର୍ଥୀ ହାରିବା ପରେ ରାସ୍ତା କାଟି ଅବରୋଧ କରିଥିବା ଅଭିଯୋଗ ହୋଇ। ପାଞ୍ଚଗୋଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେଉଁଠି ରାସ୍ତାକୁ କାଟି ବିଚ୍ଛିନ୍ନ କରାଯାଇଛି ତ ଆଉ କେଉଁଠି ପଥର ରଖି ଅବରୋଧ କରିଛନ୍ତି। ଗଜପତିର ବିବାଦୀୟ ଗଙ୍ଗାବାଡ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଗଜପତିର ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ସର୍ବଦା ଚର୍ଚ୍ଚାରେ ଥାଏ। ସୀମାକୁ ନେଇ ବିବାଦ ଯୋଗୁଁ ଆନ୍ଧ୍ର ସହିତ ପଞ୍ଚାୟତ ବାସୀ ଲଢେଇ କରୁଥିବା ବେଳେ ଏବେ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତରେ ଅର୍ନ୍ତଦ୍ୱନ୍ଦ ଦେଖା ଦେଇଛି। ଜଣେ ନିର୍ବାଚନରେ ଜିତିଥିବା ବେଳେ ପରାଜିତ ପ୍ରାର୍ଥୀ ଆକ୍ରୋଶମୂଳକ ଭାବେ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟରେ ରୋକ ଲଗାଇବା ପାଇଁ ରାତି ଅଧିଆ ରାସ୍ତାରେ ଟ୍ରେଞ୍ଜ ଖୋଳିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ପକାଇ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନିର୍ବାଚିତ ପ୍ରତିନିଧି ନିନ୍ଦା କରିବା ସହ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

Also Read: ଆଜିଠୁ ରାଜ୍ୟରେ କୋହଳ ହେଲା କୋରୋନା କଟକଣା, ଉତ୍ସବରେ ବଢ଼ିଲା ଲୋକ ସଂଖ୍ୟା

ରାୟଗଡା ବ୍ଳକର ଆନ୍ଧ୍ର ସୀମାନ୍ତ ପଞ୍ଚାୟତ ହେଉଛି ଗଙ୍ଗାବାଡ। ଏଠାରେ ଗତ ନିର୍ବାଚନରେ ବାରିକ ଶବର ଏବଂ ହରିବନ୍ଧୁ କାର୍ଯୀ ଉଭୟ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। ବାରିକ ଶବର ନିର୍ବାଚନରେ ହାରିବା ପରେ ଆନ୍ଧ୍ରର କିଛି ନେତାଙ୍କ ପ୍ରଲୋଚନାରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ କରାଇନଦେବାକୁ ହୀନ ଚକ୍ରାନ୍ତ ଆରମ୍ଭ କରିଛନ୍ତି। ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁ ବଡ ପାଚିଡିଆ, ଶଗଡିଆ, ଲଭା, ମୋଟାସାହି, କଣ୍ଟାକୁମ୍ଭ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ପକାଇ ଅବରୋଧ କରିଛନ୍ତି ତ ଆଉ କେଉଁଠି ରାସ୍ତା ଖୋଳି ଦିଆଯାଇଛି ବୋଲି ସରପଞ୍ଚ ହରିବନ୍ଧୁ କାର୍ଯୀ, ଗାରାବନ୍ଧ ଥାନାରେ ଅଭିଯୋଗ କରିଛନ୍ତି। 

fallback

ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ର ହସ୍ତକ୍ଷେପ କରି ନପାରି ପରାଜିତ ପ୍ରାର୍ଥୀକୁ ଅସ୍ତ୍ର କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପଞ୍ଚାୟତ ବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ତଦନ୍ତ ପାଇଁ ଘଟଣା ସ୍ଥଳରେ ଗାରାବନ୍ଧ ପୋଲିସ ପହଞ୍ଚିଥିଲା। ସେହି ସମୟରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ପୋଲିସକୁ ଗାଳି ଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ଵର ସାମନ୍ତରାୟ କହିଛନ୍ତି।

Also Read: ବଙ୍ଗୋପସାଗରରେ ଲଘୁଚାପ; ଆଜିଠୁ ପାଞ୍ଚ ଦିନ ବର୍ଷା ସହ ବଜ୍ରପାତ

ଆନ୍ଧ୍ର ହାତରେ ନପାରି ଭାତରେ ମାରିବା ପ୍ରୟାସ ଆରମ୍ଭ କରିଛି ଯାହା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଆଗକୁ ଏ ଘଟଣା କେଉଁ ମୋଡ ନେଉଛି ତାହା ସମୟ କହିବ। ସୀମାନ୍ତରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପ୍ରୟାସ ବିଫଳ ହେବା ପରେ ଆନ୍ଧ୍ର ପ୍ରଲୋଚନାରେ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ବିବାଦ ମୁଣ୍ଡ ଟେକିଛି। ପରାଜିତ ପ୍ରାର୍ଥୀ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଲା ଭଳି ରାସ୍ତାଘାଟ ଖୋଳି ବିବାଦ ସୃଷ୍ଟି କରିଛନ୍ତି ନା ବାରିକ ଶବର କାନ୍ଧରେ ବନ୍ଧୁକ ରଖି ଆନ୍ଧ୍ର ସରକାର ଗୁଳି ଚଳାଉଛନ୍ତି?