Gajapati News: ସରକାରୀ ଯୋଜନାକୁ ଉପହାସ କରୁଛି ଭାଲିଆଗୁଡା ଗାଁ
Advertisement
Article Detail0/zeeodisha/odisha1647669

Gajapati News: ସରକାରୀ ଯୋଜନାକୁ ଉପହାସ କରୁଛି ଭାଲିଆଗୁଡା ଗାଁ

ଭାଲିଆଗୁଡା ଗ୍ରାମରେ ଲାଗିରହିଛି ପାନୀୟ ଜଳର ଉତ୍କଟ ପରିସ୍ଥିତି । ମଳାପପଦର ପଞ୍ଚାୟତ ଠାରୁ ୭ କିମି ଦୁରରେ ଅବସ୍ଥିତ ଏହି ଗାଁରେ ତିନି ପିଢିରୁ ଊର୍ଦ୍ଧ୍ୱ ହେବ ୨୫ଟି କୁଇ କନ୍ଧ ହିନ୍ଦୁ ସମ୍ପ୍ରଦାୟର ପରିବାର ଛାଟି ମାଟି ଘରେ ଟିଣ ପକାଇ ବସବାସ କରୁଆସୁଛନ୍ତି। ୧୦୦ରୁ ଜନସଂଖ୍ୟା ମଧ୍ୟରେ ମହିଳା ୫୯, ପୁରୁଷ ୩୮ ଏବଂ ପିଲା ସଂଖ୍ୟ ୨୨ ଅଛନ୍ତି।

Gajapati News: ସରକାରୀ ଯୋଜନାକୁ ଉପହାସ କରୁଛି ଭାଲିଆଗୁଡା ଗାଁ

Gajapati News : ଗଜପତି (ପ୍ରେମାନନ୍ଦ ପୂଜାରୀ): ଉପାନ୍ତ ଅଞ୍ଚଳରେ ଅପହଞ୍ଚ ଯୋଜନା ସରକାରୀ । ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାର (Gajapati) ଅନେକ ଅଞ୍ଚଳର ସମସ୍ୟା ଘେରରେ ରହିଥିବାବେଳେ ସରକାରୀ ଯୋଜନାରୁ (Government Scheme) ବଞ୍ଚିତ ହେଉଛନ୍ତି ଆଦୀମ ଜନଜାତି ସମ୍ପ୍ରଦାୟର ଗ୍ରାମବାସୀ । ବିଶେଷ କରି ଗ୍ରାମର ସମସ୍ତ ଗରିବ ପରିବାର ପାଇଁ ଆଜି ପର୍ଯ୍ୟନ୍ତ ଆବାସ ଗୃହ ଖଣ୍ଡିଏ ମିଳିନଥିବା ବେଳେ ପାନୀୟ ଜଳ ପାଇଁ ପରିତକ୍ତ ଝରଣା ପାଣିରୁ ମେଣ୍ଟୁଛି ଶୋଷ । ଦିନେ ଏହି ଗାଁ ନିକଟ ପାହଡରେ ମାଓବାଦୀଙ୍କ ଆଡ୍ଡାସ୍ଥଳୀ ରହିଥିଲା ଏବଂ ପୋଲିସ ଓ ମାଓବାଦୀଙ୍କ ଗୁଳିବିନିମୟ ଯୁଦ୍ଧରେ ପାଞ୍ଚଜଣ ମାଓବାଦୀଙ୍କ ପ୍ରାଣ ଯାଇଥିଲା । ତଥାପି ସରକାରଙ୍କ ଅବହେଳାର ଶିକାର ହୋଇଆସୁଛନ୍ତି ଏହି ଗ୍ରାମବାସୀ । ଆମେ କହୁଛୁ ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ମୋହନା ବ୍ଲକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଥିବା ମଳାସପଦର ପଞ୍ଚାୟତର ପାଞ୍ଚ ନମ୍ବର ୱାର୍ଡ ଭାଲିଆଗୁଡା ଗ୍ରାମବାସୀଙ୍କ ସମସ୍ୟା ।

ଭାଲିଆଗୁଡା ଗ୍ରାମରେ ଲାଗିରହିଛି ପାନୀୟ ଜଳର ଉତ୍କଟ ପରିସ୍ଥିତି । ମଳାପପଦର ପଞ୍ଚାୟତ ଠାରୁ ୭ କିମି ଦୁରରେ ଅବସ୍ଥିତ ଏହି ଗାଁରେ ତିନି ପିଢିରୁ ଊର୍ଦ୍ଧ୍ୱ ହେବ ୨୫ଟି କୁଇ କନ୍ଧ ହିନ୍ଦୁ ସମ୍ପ୍ରଦାୟର ପରିବାର ଛାଟି ମାଟି ଘରେ ଟିଣ ପକାଇ ବସବାସ କରୁଆସୁଛନ୍ତି। ୧୦୦ରୁ ଜନସଂଖ୍ୟା ମଧ୍ୟରେ ମହିଳା ୫୯, ପୁରୁଷ ୩୮ ଏବଂ ପିଲା ସଂଖ୍ୟ ୨୨ ଅଛନ୍ତି। ବାପା ଜେଜେବାପା ଅମଳରୁ ସମାନ୍ୟ କମ ଚାଷ ଜମିରେ ଚାଷ ବାସ କରିବା ସହ ବାଡ ବଗଡ, ପାହାଡ ରୁ ଆଦାୟ ହେଉଥିବା ଜଙ୍ଗଲଜାତ ଜିନିଷରୁ ବିକ୍ରୀବଟା କରି ଜୀବିକା ନିର୍ବାହ କରିଆସୁଛନ୍ତି। ପିଲାଙ୍କ ପାଇଁ ଗ୍ରାମରେ ସ୍ଥାପିତ ହୋଇଥିଲା ପ୍ରାଥମିକ ବିଦ୍ୟାଳୟ ହେଲେ ପିଲାସଂଖ୍ୟା କମିଯିବାରୁ ଗତ ଦୁଇ ବର୍ଷ ତଳେ ସରକାର ବିଦ୍ୟାଳୟକୁ ଉଠେଇ ୩ କିମି ଦୁର କେସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇଦେଲେ। 

ଫଳରେ ଗ୍ରାମର ପିଲାଙ୍କ ପାଠପଢା ପାଇଁ ନିଜ ଖର୍ଚ୍ଚରେ ଅଟୋ ସାହାଯ୍ୟରେ ଦୁର ବିଦ୍ୟାଳୟ ପଠାଉଛନ୍ତି। ପାଣି ସମସ୍ୟା ଦୁର ପାଇଁ ୨୦୧୫ ମସିହାରେ ପାହାଡ ଉପରେ ଥିବା ଝରଣା ପାଣିକୁ ମହଜୁଦ ରଖି ସୁବିନିଯୋଗ ପାଇଁ ଏକ ସିମେଣ୍ଟ କୁଣ୍ଡ ନିର୍ମାଣ ହୋଇଥିଲା। କିନ୍ତୁ ତାହା କ୍ରମଶଃ ଭାଙ୍ଗିରୁଜି ଯିବାରୁ ପାଣି ମହଜୁଦ ହୋଇପାରୁନାହିଁ। ଗ୍ରାମରେ ଦୁଇଟି ନଳକୁପ ଥିଲେ ମଧ୍ୟ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଖରାପ ହୋଇରହିଛି । ଯାହା ଫଳରେ ଗାଁ ତଳେ ପ୍ରବାହିତ ଝରଣାର ପାହାଡିଆ ଗୁଳିଆ ଓ ଅପରିଷ୍କାର ପାଣିକୁ ଛାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଯାଫଳରେ ମାସ ମାସ ଧରି ଅଧିକାଂଶ ପରିବାର ବିଭିନ୍ନ ରୋଗରେ ପଡି ଅସୁସ୍ଥ ହେଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ବହୁବାର ସ୍ଥାନୀୟ ସରପଞ୍ଚ, ପିଇଓ, ବିଡିଓଙ୍କୁ ଜଣାଇଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ୱାର୍ଡମେମ୍ବର ଲାଲା ମଲ୍ଲିକ। ପ୍ଲ୍ୟୁବେଦର (କୁଇ କନ୍ଧ ଭାଷାରେ – ପିଲି ପଦର) ନାମକ ପାହାଡ ତଳେ ମାଟି ଓ ପଥର ସାହାଯ୍ୟରେ ଘର ତିଆରି କରି ରହିଆସୁଛନ୍ଚି ସମସ୍ତ ପରିବାର । ହେଲେ 60 ବର୍ଷ ତଳେ ସମତଳ ଥିବା ଉକ୍ତ ସ୍ଥାନଟି ବର୍ଷାରେ ବାରମ୍ବାର ଧୋଇ ହୋଇ ପଥୁରିଆ ଖାଲଖମା ହୋଇପଡିଛି । ଯାଫଳରେ ଦାଣ୍ଡ ବିହିନ ଗାଁ ହୋଇ ରହିଛି ।

ଗାଁକୁ ଭଲ ରାସ୍ତା ନଥିବା ହେତୁ ୨୦୧୩ ମସିହାରେ ତତ୍କାଳୀନ ବିଧାୟିକା ସୁଶ୍ରୀ ବାସନ୍ତି ମଲ୍ଲିକଙ୍କ ସାହାଯ୍ୟରେ ପାହାଡ କାଟି ରାସ୍ତା ନିର୍ମାଣ ହେବା ସହ ବିଦ୍ୟୁତୀକରଣ, ଓ ସ୍କୁଲଘର କୁ ଶୁଭଉଦ୍ଘାଟନ ହୋଇଥିଲା । ହେଲେ ପାଣି ସମସ୍ୟା ଓ ଆବାସ ଯୋଜନା ପାଇଁ କୌଣସି ବିଡ଼ିଓ , ସରପଞ୍ଚ କିମ୍ବା ପିଇଓ ଗୁହାରି ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ଜୟ ମଲ୍ଲିକ, ଜଳନ୍ଧର ମଲ୍ଲିକ, ମନୋଜ କୁମାର ମଲ୍ଲିକ, ବୁଲୁ ମଲ୍ଲିକ । ପ୍ରତି ନିର୍ବାଚନରେ ଗାଁର ସଭିଏଁ ଭୋଟ ଦେଇଆସୁଥିଲେ ମଧ୍ୟ କାହିଁକି ଆମେ ଅବହେଳିତ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର ଆଦିବାସୀ ମହିଳା ମାନେ । ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଲାଗିରହିଥିବା ସମସ୍ୟା ସୁଧାରିବାକୁ ସମୁହ ଗ୍ରାମବାସୀ ଦାବୀ ଜଣାଇଛନ୍ତି । ସମସ୍ୟା ସମ୍ପର୍କରେ ଆମେ ମୋହନା ବିଡିଓ ତପସ୍ମିନି ହାଁସଦାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠେନଥିଲେ । ସମସ୍ୟା ବିଷୟରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ଆଲୋଚନା କରିବାରେ ପାନୀୟ ଜଳ ପାଇଁ ନଳକୂପ ବ୍ୟବସ୍ଥା ଓ ଆନୁସାଙ୍ଗିକ ବ୍ୟବସ୍ଥା ତୁରନ୍ତ ଯୋଗାଇଦେବାକୁ ବିଭାଗୀୟ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦେବି ବୋଲି କହିବା ସହ ଆବାସ ଯୋଜନାରେ ସାମିଲ କରିବା ଦିଗରେ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Also Read: Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ

Also Read: Weather Update: ଏଥର କଲବଲ କରିବ ଖରା, ଜାଣନ୍ତୁ ଆଜି କେତେ ରହିଛି କେଉଁ ଜିଲ୍ଲାର ତାପମାତ୍ରା?