Koraput: ଆଦିବାସୀ ମାନ୍ୟତା ନେଇ ପୁଣି ଗର୍ଜିଲା ଦୋରା ସମାଜ, ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ନେଇ ଚେତାବନୀ
Advertisement
Article Detail0/zeeodisha/odisha1572755

Koraput: ଆଦିବାସୀ ମାନ୍ୟତା ନେଇ ପୁଣି ଗର୍ଜିଲା ଦୋରା ସମାଜ, ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ନେଇ ଚେତାବନୀ

 Koraput Dora Society Strike: ଦୀର୍ଘ ବର୍ଷ ଧରି ଆନ୍ଦୋଳନ ପରେ ମଧ୍ୟ ଆଦିବାସୀ ମାନ୍ୟତା ମିଳି ନ ଥିବାରୁ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଦୋରା ସମାଜ। ପଟାଙ୍ଗୀରେ ଶୋଭାଯାତ୍ରା ପରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ଯାଏଁ ଧାରଣାରେ ବସିବା ସହ ଆଗାମୀ ନିର୍ବାଚନରେ ପୁଣିଥରେ ଭୋଟ ବର୍ଜନ ନେଇ ଚେତାବନୀ ଦିଆଯାଇଛି ।

Koraput: ଆଦିବାସୀ ମାନ୍ୟତା ନେଇ ପୁଣି ଗର୍ଜିଲା ଦୋରା ସମାଜ, ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ନେଇ ଚେତାବନୀ

 Koraput: ଆଜି କାଲି ନୁହେଁ ଦୀର୍ଘ ୫୦ ବର୍ଷ ଧରି ଆନ୍ଦୋଳନ କରିଆସୁଥିଲେ ମଧ୍ଯ ଏଯାଏଁ ଦୋରା ଜାତିକୁ ମିଳିପାରିନି ଆଦିବାସୀ ମାନ୍ୟତା । ନିର୍ବାଚନ ସମୟରେ ନେତାଙ୍କ ବଡ଼ ବଡ଼ ପ୍ରତିଶ୍ରୃତି ନିର୍ବାଚନ ସରିବା ପରେ ପାଣି ଫୋଟକା ପରି ଉଭେଇ ଯାଇଥାଏ । ଭୋଟ ପୂର୍ବରୁ ଗଦା ଗଦା ପ୍ରତିଶ୍ରୁତି ନେଇ ଲୋକଙ୍କ ପାଖକୁ ଆସିଥାଆନ୍ତି ନେତା, କିନ୍ତୁ ନିର୍ବାଚନ ନେତାଙ୍କ ଦେଖା ମିଳିନଥାଏ । ତେବେ ବାରମ୍ବାର ମିଥ୍ୟା ପ୍ରତିଶ୍ରୃତିରେ ଅତିଷ୍ଠ ହୋଇ ଆନ୍ଦୋଳନର ପନ୍ଥା ବାଛି ନେଇଛନ୍ତି ଦୋରା ଜାତିର ଲୋକେ । ଏନେଇ ଆଜି ଦୋରା ସମାଜ ପକ୍ଷରୁ ଶୋଭାଯାତ୍ରା ସହ ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ସୁଚନା ଅନୁଯାୟୀ, ଆଦିବାସୀ ମାନ୍ୟତା ଦାବି ନେଇ କୋରାପୁଟ ଜିଲ୍ଲା ଦୋରା ସମାଜ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ ମୁଣ୍ତ ଟେକିଛି । ୧୯୭୮ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୧୯୯୨, ୧୯୯୮, ୨୦୦୨ ମସିହାରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ୨୦୦୮ ମସିହାରୁ ଅନବରତ ଭାବେ ଆଦିବାସୀ ମାନ୍ୟତା ପାଇଁ ଦୋରା ସମାଜ ପକ୍ଷରୁ ଲଢେଇ ଜାରି ରହିଛି। ତେବେ ନେଇ ଗତ ୨୦୦୯ ମସିହାରେ ସାଧାରଣ ନିର୍ବାଚନ ଓ ୨୦୧୨ ମସିହାରେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭୋଟ ବର୍ଜନ କରିଥିଲେ ଦୋରା ସମାଜ । ପରବର୍ତ୍ତୀ ସମୟରେ ଗତ ୨୦୧୪ ମସିହାରେ ପୂର୍ବତନ ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ୨୦୧୯ରେ ପଟାଙ୍ଗି ବିଧାୟକ ପିତମ ପାଢ଼ୀ ଆଦିବାସୀ ମାନ୍ୟତା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ ସବୁ କିଛି ପାଣି ଫୋଟକା  ପରି ଥିଲା।  ଏନେଇ ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ଯ ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନଥିଲା । ଜିଲ୍ଲାରେ ମୁକା ଦୋରା, ନୁକା ଦୋରା, ନୌକା ଦୋରା, କ୍ଷତ୍ରି ଦୋରା, ସମ୍ପ୍ରଦାୟର ଲୋକେ ବସବାସ କରିଥିବାବେଳେ ଜିଲ୍ଲାରେ କେବଳ ମୁକା ଦୋରା ସମ୍ପ୍ରଦାୟର ଲୋକଙ୍କୁ ଓବିସି ମାନ୍ୟତା ଦିଆଯାଇଥିବା ବେଳେ ଅନ୍ୟ ସମସ୍ତେ ସାଧାରଣ ବର୍ଗରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ କୋଟିଆ ଅଂଚଳରେ ରହୁଥିବା ମୁକା ଓ ନୁକା ଦୋରା ବର୍ଗର ଲୋକଙ୍କୁ ଆନ୍ଧ୍ର ପକ୍ଷରୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଓଡିଶା ତରଫରୁ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି।

ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଆଦିବାସୀ ମାନ୍ୟତା ମିଳି ନ ଥିବାରୁ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଦୋରା ସମାଜ। ପଟାଙ୍ଗୀରେ ଶୋଭାଯାତ୍ରା ପରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ଯାଏଁ ଧାରଣାରେ ବସିବା ସହ ଆଗାମୀ ନିର୍ବାଚନରେ ପୁଣିଥରେ ଭୋଟ ବର୍ଜନ ନେଇ ଚେତାବନୀ ଦିଆଯାଇଛି ।

Also Read- Odisha Accident News: ଯାତ୍ରା ବେଳେ ଫାଟିଲା ବସ ଟାୟର, ୩୦ ଆହତ