ସମ୍ବଲପୁରରେ ଲାଗିଲା ଆମ୍ବ ପସରା
Advertisement
Article Detail0/zeeodisha/odisha912232

ସମ୍ବଲପୁରରେ ଲାଗିଲା ଆମ୍ବ ପସରା

ସମ୍ବଲପୁର (Sambalpur) ମହାନଗର ନିଗମ ଅଧୀନରେ ୫ଟି ସ୍ଥାନରେ ୧୦ଟି ଆମ୍ବ ପସରା (Amba Pasara) ବସିଛି। ପ୍ରତେକ ସ୍ଥାନରେ ଦୁଇଟି ଲେଖାଏଁ ଷ୍ଟଲ ରହିଛି।

ସମ୍ବଲପୁରରେ ଲାଗିଲା ଆମ୍ବ ପସରା

ସମ୍ବଲପୁର: ପଲ୍ଲୀଶ୍ରୀ, ଓରମାସ, ମିଶନ ଶକ୍ତି ଓ ଜ଼ିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସମ୍ବଲପୁରରେ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା। ଗ୍ରାମାଞ୍ଚଳର ବ୍ୟବସାୟୀଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଏଭଳି ଉଦ୍ୟମ କରାଯାଉଥିବା କହିଛନ୍ତି ଅଧିକାରୀ।

ସମ୍ବଲପୁର (Sambalpur) ମହାନଗର ନିଗମ ଅଧୀନରେ ୫ଟି ସ୍ଥାନରେ ୧୦ଟି ଆମ୍ବ ପସରା (Amba Pasara) ବସିଛି। ପ୍ରତେକ ସ୍ଥାନରେ ଦୁଇଟି ଲେଖାଏଁ ଷ୍ଟଲ ରହିଛି। ଅଇଁଠାପାଲି ପିଏଚଡି ପଡିଆ, ଶାନ୍ତିନଗର, ମହିଳା ଥାନା ସମ୍ମୁଖ, ଟାଉନହଲ ସମ୍ମୁଖ ଓ ଗୋବିନ୍ଦତୋଳା ଠାରେ ଏହି ଆମ୍ବ ପସରା ଖୋଲିଛି। 

Also Read: ଗ୍ରାମାଞ୍ଚଳରେ Covid19 Test କରୁଛି Solar Power Covid Testing Van

ଷ୍ଟଲ ଗୁଡିକରେ ଆମ୍ବରପଲି, ଦସେରି, ମଳିକା, ବାଇଗଣପଲେଇ, ସୁନ୍ଦରୀ, ବମ୍ବେଗ୍ରୀନ, ଲେଙ୍ଗଡା ଭଳି ଆମ୍ବ (Mango) ମିଳୁଛି। ଏହି ଆମ୍ବ ପସରା ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓରମାସ (ORMAS) ପକ୍ଷରୁ କୁହାଯାଇଛି।

fallback