ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ
Advertisement
Article Detail0/zeeodisha/odisha880900

ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

କଟକ ଏସସିବି ମେଡିକାଲସ୍ଥିତ ମେଣ୍ଟାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ନାଗାବାବା। 

ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

ପୁରୀ: ଏବେ ମଧ୍ୟ ଚର୍ଚ୍ଚାରୁ ବାଦ ପଡିନାହାଁନ୍ତି ଶ୍ରୀକ୍ଷେତ୍ରର ନାଗାବାବା ବୈଷ୍ଣବ ପୁରୀ ଓରଫ ତମ୍ବୁନାଥ ସୁବୁଦ୍ଧି। କେତେବେଳେ ସୁରକ୍ଷାକର୍ମୀଙ୍କ ଆଖିରେ ଧୁଳିଦେଇ ଶ୍ରୀମନ୍ଦିର ଭିତରକୁ ଧଷେଇ ପଶିଛନ୍ତି ତ ଆଉ କେତେବେଳେ ଅନର୍ଗଳ ଇଂରାଜୀ କହି ଆସିଥିଲେ ଚର୍ଚ୍ଚାର ପରିସରକୁ। ସବୁଠାରୁ ଚର୍ଚ୍ଚାକୁ ଆସିଥିଲେ ସେତେବେଳେ, ଯେତେବେଳେ ଏକ ଲୋକାଲ ଚ୍ଯାନେଲରେ ବନିଯାଇଥିଲେ ରିପୋର୍ଟର। ବେକରେ ଆଇକାର୍ଡ ପକାଇ ବୁଲିଲେ। ପୁଲିସ ଆଉ ପ୍ରଶାସନ ପାଇଁ ଏହି ନାଗାସାଧୁ ପାଲଟି ଯାଇଥିଲେ ଚିନ୍ତାର କାରଣ।                    

ହାତରେ ଡମ୍ବୁରୁ ବଜାଇ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ପରିକ୍ରମା କରିବା ସହ ସହର ତମାମ ସବୁବେଳେ ଘୁରି ବୁଲୁଥାନ୍ତି। ନାଗାସାଧୁଙ୍କ ଟାର୍ଗେଟରେ ସବୁବେଳେ ରହିଥାଏ ପୋଲିସ ଆଉ ପ୍ରଶାସନ। କୌଣସି ନା କୌଣସି ତ୍ରୁଟି ବାହାର କରି ଗଣମାଧ୍ୟମ ଆଗରେ ନିଜକୁ ପ୍ରତିଷ୍ଠିତ କରିଥାନ୍ତି। ଆଉ ସମ୍ପୃକ୍ତ ନାଗାସାଧୁ ବୈଷ୍ଣବ ପୁରୀ ଏବେ ନ୍ୟାୟିକ ହେପାଜତରେ ଥାଇ କଟକ ଏସସିବି ହସ୍ପିଟାଲର ମେଣ୍ଟାଲ ୱାର୍ଡରେ ହୋଇଛନ୍ତି ଭର୍ତ୍ତି।

ଶୀକ୍ଷେତ୍ରରେ ବୈଷ୍ଣବ ପୁରୀ ସବୁବେଳେ ଶ୍ରୀମନ୍ଦିରର ବିଭିନ୍ନ ସମସ୍ଯାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରି ପ୍ରଶାସନକୁ ଅଡୁଆରେ ପକାଇ ଆସୁଥିଲେ। କେବଳ ପୁରୀରେ ଦୁଇ ଦୁଇ ଥର ଗିରଫ କରି ଜେଲରେ ଭର୍ତ୍ତି କରିଥିଲେ ମଧ୍ୟ ପୁନର୍ବାର ଜେଲକୁ ପଠାଇବା ପାଇଁ ନଥିଲା ନିର୍ଦ୍ଦିଷ୍ଟ କାରଣ। ହେଲେ ଗତ ମାର୍ଚ୍ଚ ୧୪ ତାରିଖରେ ଶ୍ରୀମନ୍ଦିର ଭିତରେ ଥିବା ତୀର୍ଥ ପୁଷ୍କରିଣୀ ରୋହିଣୀ କୁଣ୍ଡକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲିବା ଦାବିରେ ଯେଉଁ କାଣ୍ଡ ଭିଆଇଲେ ତାହା ପୁଲିସ ସହ ପ୍ରଶାସନ ପାଇଁ ସୁଯୋଗ ସୃଷ୍ଟି କରିଥିଲା। 

Also Read: କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ

 

କୋଭିଡ୍ ଯୋଗୁଁ ବନ୍ଦ ରହିଥିବା ପବିତ୍ର ରୋହିଣୀ କୁଣ୍ଡକୁ ଘୋଡାଯାଇଥିବା ପଟ୍ଟାକୁ ଫିଙ୍ଗାଫିଙ୍ଗି କରିବା ସହ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିଲେ ସେ। ତାଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ କେଶ ନମ୍ବର ୨୪/୨୧ ଆଧାରରେ ଏକ ମାମଲା ରୁଜୁ ହେବା ସହ ଲଗାଯାଇଥିଲା 294(DA)352, 353, 427, 506, 295, 295(A), 296, 298, SRI JAGANATH TEMPLE ACT 30(A) (3)(4)(C)(5)C ଭଳି ସାଂଘାତିକ ଦଫା। 

ଶ୍ରୀମନ୍ଦିର ଆସିଷ୍ଟାଣ୍ଟ ସୁପରଭାଇଜର ପ୍ରତାପ ନନ୍ଦଙ୍କ ଏତଲା କ୍ରମେ ନାଗାବାବା ବୈଷ୍ଣବ ପୁରୀକୁ ଗିରଫ କରାଯିବା ସହ ପୁରୀ ଜେଲକୁ ପଠାଯାଇଥିଲା। ପରେ ସେଠାରେ ଅନଶନ କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ହେବାରୁ ତାଙ୍କୁ ମାନସିକ ବିକାରଗ୍ରସ୍ତ ଦର୍ଶାଇ କଟକ ଏସସିବି ମେଡିକାଲସ୍ଥିତ (Cuttack SCB Medical) ମେଣ୍ଟାଲ ୱାର୍ଡକୁ (Mental Ward) ପଠାଇ ଦିଆଯାଇଛି।

Also Read: ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ?

 ନ୍ଯାୟିକ ବ୍ଯବସ୍ଥା ଅନୁଯାୟୀ ତାଙ୍କୁ ଦଣ୍ଡବିଧାନ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। ସେପଟେ ଜେଲ ନିୟମ ଅନୁଯାୟୀ ତାଙ୍କର ଚିକିତ୍ସା କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ଅନ୍ଯପଟେ ନାଗାସାଧୁଙ୍କୁ ପାଗଳ ଆଖ୍ଯା ଦିଆଯିବାକୁ ନେଇ ବହୁ ସାଧୁସନ୍ଥ ଏବଂ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେପଟେ ସୋସିଆଲ ମିଡିଆରେ ଘୁରିବୁଲୁଛି ପୁଲିସ ହେପାଜତରେ ଥିବା ସମୟରେ ନାଗାସାଧୁଙ୍କ କିଛି ଭିଡିଓ। ଏଥିରେ ନାଗାସାଧୁଙ୍କ ଅଣ୍ଟା ଆଉ ହାତରେ ପଡିଛି ବେଢି। ଜଣେ ହାର୍ଡକୋର ଅପାରଧି ଭଳି କରାଯାଉଛି ବ୍ଯବହାର। ଜଣେ ସାଧୁଙ୍କୁ ଏଭଳି ସମ୍ମାନ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।