ସେବାରେ ଲାଗିଛନ୍ତି Sambalpur Circle Jail କଏଦୀ; ଅଭିଯୋଗକୁ ଖଣ୍ଡନ କଲେ DIG
Advertisement

ସେବାରେ ଲାଗିଛନ୍ତି Sambalpur Circle Jail କଏଦୀ; ଅଭିଯୋଗକୁ ଖଣ୍ଡନ କଲେ DIG

ସର୍କଲ ଜେଲ କଏଦୀ ଘରୋଇ କାର୍ଯ୍ୟରେ ନିୟୋଜିତ ହୋଇଥିବାର ଅଭିଯୋଗ ହୋଇଛି। 

 

ସେବାରେ ଲାଗିଛନ୍ତି Sambalpur Circle Jail କଏଦୀ; ଅଭିଯୋଗକୁ ଖଣ୍ଡନ କଲେ DIG

ସମ୍ବଲପୁର: ପୁଣି ଥରେ ଚର୍ଚ୍ଚାର ପରିସରକୁ ସମ୍ବଲପୁର ସର୍କଲ ଜେଲ। ବିଗତ କିଛି ଦିନ ତଳେ ଏଠାରୁ କଟକକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବଲପୁର ସର୍କଲ ଜେଲ ଡିଆଇଜି (Sambalpur Circle Jail DIG) ଙ୍କ ସରକାରୀ ବାସଭବନରୁ (DIG Govt Quarter) ଆସିଛି ଏଭଳି ଚିତ୍ର। ଏହି ଜେଲର କେତେକ କଏଦୀ (Sambalpur Circle Jail Prisoner) ଡ଼ିଆଇଜିଙ୍କ ସରକାରୀ ଆବାସକୁ ଯାଇ ତାଙ୍କ ଘରେ କଂସା ବାସନ ମାଜିବା ସହ ଝାଡୁ ମାରିବା, ଚଟାଣ ସଫା କରିବା ସହ ଖୋଦ ଡିଆଇଜିଙ୍କ ମାଲିସ କରିବା ଚିତ୍ର ଏବେ ପଦାକୁ ଆସିଛି। ଏଭଳି ଘଟଣା ଜେଲ ମାନୁଏଲକୁ (Jail Manual) ଉଲଂଘନ କରିବା ସହ କଏଦୀଙ୍କ ମାନବାଧିକାରକୁ (Human Right) ଉଲଂଘନ କରୁଥିବା ଅଭିଯୋଗ ହେଉଛି। 

Also Read: ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର

ଜେଲ ଭିତରେ କଏଦୀ ଯେ କୌଣସି କାର୍ଯ୍ୟ କରୁଥିବା ସମୟରେ ୨ ଜଣ ୱାର୍ଡର (Jail Warder) ତଦାରଖ କରିବାର ନିୟମ ରହିଥିବା ବେଳେ ଏଭଳି ଘଟଣା କେମିତି ଘଟୁଛି ତାହା ଜେଲ ପ୍ରଶାସନର (Jail Administration) କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଅଭିଯୋଗକୁ ଜେଲ ଡିଆଇଜି ରାଜକିଶୋର ସାହୁ ଖଣ୍ଡନ କରିଛନ୍ତି।