ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ
Advertisement
Article Detail0/zeeodisha/odisha904761

ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା। 

ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ବ୍ରହ୍ମପୁର: ବାହା ବେଦୀରେ ବର କୋରୋନା ପଜିଟିଭ୍। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାହା ବେଦୀରୁ ବରକୁ ପୋଲିସ ଉଠେଇ ନେବା ସହ ସଙ୍ଗରୋଧରେ ରଖିଛି। ଏଭଳି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା। ହେଲେ ସେ ପୂର୍ବରୁ କୋରୋନା ଟେଷ୍ଟ କରିଥିବା ବେଳେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ସତ୍ତ୍ୱେ ଘରଲୋକ ଜୋର ଜବରଦସ୍ତ ବାହାଘର କରାଉଥିଲେ। ବୈଦିକ ରୀତି ନୀତି ମୁତାବକ ବାହା ବେଦିରେ ଉଭୟ ବର କନ୍ୟାଙ୍କ ବିବାହ ଉତ୍ସବ ଚାଲିଥିଲା। 

Also Read: ଛେଳିଗଡ ଆକ୍ରମଣ ଘଟଣା; ଅଦୃଶ୍ୟ ରାଜନୈତିକ ଚାପକୁ ନେଇ ଚର୍ଚ୍ଚା

ଏନେଇ ପ୍ରଶାସନ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଦସେଇପୁର ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିଲେ। ଏପରିକି ଉଭୟ ବର କନ୍ୟାକୁ ବେଦି ରୁ ଉଠାଇ ନେଇ ଘରୋଇ ସଙ୍ଗରୋଧରେ ରଖା ଯାଇଛି। 

ଦିନକୁ ଦିନ କୋଭିଡ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧି ଜୁନ୍ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ଏହା ସହ ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। 

Also Read: କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

ସବୁଠୁ ବଡ଼ କଥା ହେଲା ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ, ଅତିଥିଙ୍କୁ ଘରେ ନ ପୁରାଇବା, ଗହଳି ଚହଳି ନକରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି। ତଥାପି ମାନୁ ନାହାଁନ୍ତି କେତେକ ଉଲଂଘନକାରୀ। ସଦ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।