ଟିକାକରଣ କେନ୍ଦ୍ରରେ ଟିକା ଅଭାବକୁ ନେଇ ରାଜନୈତିକ ବାକ ଯୁଦ୍ଧ
Advertisement

ଟିକାକରଣ କେନ୍ଦ୍ରରେ ଟିକା ଅଭାବକୁ ନେଇ ରାଜନୈତିକ ବାକ ଯୁଦ୍ଧ

ଟିକାକେନ୍ଦ୍ରରେ ଦିଆଯାଉଥିବା ଚିରିକୁଟିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବାକୁ ନେଇ ତେଜିଥିଲା ରାଜନୀତି।

 

 

ଟିକାକରଣ କେନ୍ଦ୍ରରେ ଟିକା ଅଭାବକୁ ନେଇ ରାଜନୈତିକ ବାକ ଯୁଦ୍ଧ

କନ୍ଧମାଳ: ଗତ ସୋମବାର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଟିକାକରଣ କରି ପ୍ରଶଂସା ସାଉଁଟିଥିଲେ ରାଜ୍ୟ ସରକାର। ହେଲେ ମଙ୍ଗଳବାର ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଗତ ଜୁନ ୨୧ ତାରିଖ ସୋମବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଶାସନ ଘୋଷଣା ଅନୁସାରେ କନ୍ଧମାଳ (Kandhamal) ଜିଲ୍ଲାର ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (Daringbadi Community Health Centre) ଏବଂ ସିମନବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ର (Simanbadi Health Centre) ଠାରେ କୋଭିଡ୧୯ ଟିକାକରଣ (Covid19 Vaccination) କରାଯାଇଥିଲା। ଗତକାଲି ଏହି ଟିକାକରଣ କେନ୍ଦ୍ରରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାପ୍ରଦାନ କରାଯାଇଥିଲେ।

Also Read: ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି

 

କେତେତ ଲୋକ ଟିକା ନେବା ଲାଗି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସେମାନଙ୍କ ଟିକାକରଣ ହୋଇ ପାରିନଥିଲା। ହେଲେ ସୋମବାର ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାର ଅଭାବ କାରଣରୁ ଗୋଟିଏ କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଅନ୍ୟ କେନ୍ଦ୍ରରେ ଅପରାହ୍ନ ପର୍ଯ୍ୟନ୍ତ ଟିକାକରଣ ହୋଇଥିଲା। ହେଲେ ଅଭାବ କାରଣରୁ ଟିକା ନେବା ପାଇଁ ଆସିଥିବା ଲୋକ ନିରାଶ ହୋଇ ଫେରିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମ ତନ୍ମୟ କୁମାର ପରିଡ଼ା କହିଛନ୍ତି ବ୍ଳକ ପାଇଁ ୬୫୭ ଡୋଜ ଟୀକା ଆସିଥିଲା। ସୋମବାର ଦୁଇଟି କେନ୍ଦ୍ରରେ ୩୬୨ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର  ଦାରିଙ୍ଗବାଡ଼ି କେନ୍ଦ୍ରରେ ବଳକା ୨୯୫ ଜଣଙ୍କୁ ଟିକା ଦିଆଯାଇଛି। 

Also Read: ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!

 

ଟିକା ଅଭାବନକୁ ନେଇ ସରଗରମ ହୋଇଉଠିଛି ସ୍ଥାନୀୟ ରାଜନୀତି। ରବିବାର ଦାରିଙ୍ଗବାଡିର ଟିକାକେନ୍ଦ୍ରରେ ଦିଆଯାଉଥିବା ଚିରିକୁଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବାକୁ ନେଇ ଦାରିଙ୍ଗବାଡି ବିଜେପି ମଣ୍ଡଳ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ଚିରିକୁଟି ନଦେବା ପାଇଁ ଜନସ୍ଵାସ୍ଥ୍ୟ ଅଧିକାରୀ ସହ ବିପିଏମଙ୍କୁ କୁହାଯାଇଥିଲା। ହେଲେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ସରିଯିବା କେନ୍ଦ୍ର ସରକାରଙ୍କ ଅବହେଳା ବୋଲି ଉଭୟ ବିଜେଡି-କଂଗ୍ରେସ ପକ୍ଷରୁ କୁହାଯାଇଥିଲା।

Also Read: Corona Pandemic ବେଳେ ବଢୁଛି ସଂକ୍ରମଣ; ଏବେ ମଧ୍ୟ ଚାଲିଛି ଚେରମୂଳ ସହ ଝଡା ଫୁଙ୍କା ଚିକିତ୍ସା

 

ଟିକାକରଣକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧକୁ ନେଇ ସରଗରମ ହୋଇଉଠିଛି ସ୍ଥାନୀୟ ରାଜନୀତି। ଅନ୍ୟପଟେ ଦାରିଙ୍ଗବାଡି ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିବା ୮ଟି ପଞ୍ଚାୟତର ଲୋକଙ୍କ ପାଇଁ ବ୍ରାହ୍ମଣୀଗାଁ ଠାରେ କାହିଁକି ଟିକାକରଣ କେନ୍ଦ୍ର ଖୋଲା ନଯିବା ଫଳରେ ଦେଖାଦେଇଛି ଅସନ୍ତୋଷ।