କେବେ ସୁଧୁରିବ କୃଷକଙ୍କ ସ୍ଥିତି? ଟୋକନ ସମସ୍ୟାରୁ ନେଲେ ଆତ୍ମାହୁତି ନିଷ୍ପତ୍ତି
Advertisement

କେବେ ସୁଧୁରିବ କୃଷକଙ୍କ ସ୍ଥିତି? ଟୋକନ ସମସ୍ୟାରୁ ନେଲେ ଆତ୍ମାହୁତି ନିଷ୍ପତ୍ତି

ଟୋକନ ସମସ୍ୟା ସମାଧାନ ପାଇଁ ପ୍ରଶାସନର ପ୍ରତିଶ୍ରୁତି ବାରମ୍ବାର ଫେଲ ମାରିବା ପରେ ହତୋତ୍ସାହିତ ଚାଷୀ ଶେଷରେ ଆତ୍ମାହୁତି ଧମକ ଦେଇଛନ୍ତି ।

କେବେ ସୁଧୁରିବ କୃଷକଙ୍କ ସ୍ଥିତି? ଟୋକନ ସମସ୍ୟାରୁ ନେଲେ ଆତ୍ମାହୁତି ନିଷ୍ପତ୍ତି

ସମ୍ବଲପୁର: ଚଳିତବର୍ଷ ରବି ଋତୁ ଫସଲ ଅମଳ ହେବା ପରେ ଏବେ ସମ୍ବଲପୁର ଜିଲ୍ଲାର ଚାଷୀ ଧାନବିକ୍ରି ପାଇଁ ଟୋକନ ଓ ଅଦିନିଆ ବର୍ଷା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ବିଶେଷ କରି ଟୋକନ ସମସ୍ୟା ସମାଧାନ ପାଇଁ ପ୍ରଶାସନର ପ୍ରତିଶ୍ରୁତି ବାରମ୍ବାର ଫେଲ ମାରିବା ପରେ ହତୋତ୍ସାହିତ ଚାଷୀ ଶେଷରେ ଆତ୍ମାହୁତି ଧମକ ଦେଇଛନ୍ତି ।

ସମ୍ବଲପୁର (Sambalpur) ଜିଲ୍ଲାରେ ଚଳିତବର୍ଷର ଧାନ (Paddy) ସଂଗ୍ରହ କାଯ୍ୟ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନାହିଁ। ଗତବର୍ଷ ପରି ଏଥର ମଧ୍ୟ ଜିଲ୍ଲାରେ ଟୋକନ ସମସ୍ୟା ଲାଗିରହିଛି। ଚାଷୀଙ୍କୁ ଟୋକନ ଇସୁ ହେବା ପରେ ଏହାର ଅବଧି ୧୫ ଦିନ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଚାଷୀ (Farmer) ଙ୍କ ଟୋକନ ୧୨ ଦିନରେ ଅବଧି ସରିଯାଉଛି। 

Also Read: ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ଟୋକନ (Token) ଅବଧି ବୄଦ୍ଧି ପାଇଁ ବାରମ୍ବାର ଯୋଗାଣ ବିଭାଗ ସହ ପ୍ରଶାସନର ପ୍ରତିଶ୍ରୁତି ଫେଲ ମାରୁଛି। ଜୁଜୁମୁରା ବ୍ଳକର ବାହାମ ସୋସାଇଟି ଅଧିନରେ ଥିବା ବିଭିନ୍ନ ମାର୍କେଟ ୟାର୍ଡରେ ଏହି ଟୋକନ ସମସ୍ୟା ପାଇଁ ଚାଷୀ (Sambalpur Farmers) ହତାଶ ହୋଇ ଜିଲ୍ଲା ଯୋଗାଣ ଅଧିକାରୀ (Supply Officer) ନିକଟରେ ଟୋକନ ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।

fallback

ଅପରପକ୍ଷରେ ସମ୍ବଲପୁର ଜିଲ୍ଲାରେ ଯୋଗାଣ ବିଭାଗ ଓ ମିଲରମାନଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ଶୋଷିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ। ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୄତ୍ତ୍ୱରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରାଉ କରିବା ସହ ଚାଷୀଙ୍କ ଟୋକନ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛି ଦଳ। ଏନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଯୋଗାଣ ଯୋଗାଣ ଅଧିକାରୀ, ସୁବୋଧ ମଲ୍ଲିକ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଜଣାଯାଇଛି। ତେବେ ଟୋକନ ସମସ୍ୟା ସମାଧାନ ଖୁବଶୀଘ୍ର ହେବା ସହ ସବୁ ଚାଷୀଙ୍କ ଧାନ ଯେଭଳି ଭାବରେ ବିକ୍ରି ହେବ ସେନେଇ ପଦକ୍ଷେପ ନିଆଯାଉଛି।

Also Read: ସମ୍ବଲପୁରରେ ଲାଗିଲା ଆମ୍ବ ପସରା

ସମ୍ବଲପୁର ଜିଲ୍ଲାରେ ଟୋକନ ସମସ୍ୟା ନେଇ ଚାଷୀ ଆତ୍ମାହୁତି ପାଇଁ ଚେତାବନୀ ଦେଇଥିବା ବେଳେ ଚାଷୀ ଟୋକନ ସମସ୍ୟା ସମାଧାନ ପ୍ରଶାସନ ପାଇଁ ଏକ ଚେଲେଞ୍ଚ ହୋଇଛି। ତେବେ ଦେଖିବାକୁ ବାକି ରହିଲା, କେବେ ଚାଷୀ ଟୋକନ ପାଇବେ ଓ ନିଜ ଧାନ ବିକ୍ରି କରିବେ। ଆଗକୁ ବର୍ଷା ତେଣୁ ମଣ୍ଡିରେ ଧାନ ଗଜା ହେବାର ସମ୍ଭାବନା ମଧ୍ୟ ରହିଛି।