ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ରୁଜୁ ହେଲା ମାମଲା
Advertisement

ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ରୁଜୁ ହେଲା ମାମଲା

ମାନବାଧିକାର କର୍ମୀ ବିଶ୍ଵନାଥ ପାତ୍ରଙ୍କ ପରିବାରକୁ ଗତ ମାର୍ଚ୍ଚ ୧୭, ୧୯, ୩୧ ତାରିଖରେ ମରଣାନ୍ତକ ହୋଇଥିଲା। 

ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ରୁଜୁ ହେଲା ମାମଲା

ଯାଜପୁର: ଜିଲ୍ଲାର ସୁକିନ୍ଦା ବ୍ଳକ କୁହିକା ପଞ୍ଚାୟତ ମୁଳଖମ୍ବ ଗ୍ରାମର ଶଚି ପାତ୍ରଙ୍କ ପରିବାରକୁ ବାରମ୍ବାର ଆକ୍ରମଣ ପରେ ଗାଁରୁ ବିତାଡିତ କରି ହତ୍ୟା କରିବାକୁ ଯୋଜନା କରାଯାଇଥିବା ଘଟଣାର ମାସେ ପରେ ପୁଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମାନବାଧିକାର କମିଶନର ହସ୍ତକ୍ଷେପ କରିଛନ୍ତି। ଯାହା ଫଳରେ କେସ୍‌ ନଂ. ୭୦୩/୨୨ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଶଚି ପାତ୍ର ଏବଂ ପୁଅ ମାନବାଧିକାର କର୍ମୀ ବିଶ୍ଵନାଥ ପାତ୍ରଙ୍କ ପରିବାରକୁ ଗତ ମାର୍ଚ୍ଚ ୧୭, ୧୯, ୩୧ ତାରିଖରେ ମରଣାନ୍ତକ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ପକ୍ଷରୁ ଆକ୍ରମଣ କରାଯାଇ ଗାଁରୁ ବଳପୂର୍ବକ ତଡ଼ିଦେବା ଘଟଣାରେ ପରିବାର ଲୋକ ସୁକିନ୍ଦା ଥାନାର ଦ୍ଵାରସ୍ଥ ହୋଇଥିଲେ। 

ହେଲେ ପୁଲିସ ଏତଲା ନରଖିବାରୁ ପୀଡ଼ିତ ପରିବାର ଯାଜପୁର ଏସ୍‌ପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ପରିବାର ପକ୍ଷରୁ ଏପ୍ରିଲ ୨୨ ତାରିଖରେ ଜିଲ୍ଲା ସୂଚନା ଅଧିକାର ଅଭିଯାନ ସଭାପତି ଜିତେନ୍ଦ୍ର ସାହୁଙ୍କ ଜରିଆରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଥିଲେ। କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ସମ୍ପୃକ୍ତ ପରିବାରକୁ ଆଶ୍ବାସନା ଦେବା ସହ ଯାଜପୁର ଏସ୍‌ପିଙ୍କୁ ତତକ୍ଷଣାତ୍ ରିପୋର୍ଟ ମାଗିଥିଲେ। ଏହି କ୍ରମରେ ଯାଜପୁର ଏସ୍‌ପି ସୁକିନ୍ଦା ଥାନାକୁ ରିପୋର୍ଟ ମାଗିଥିଲେ। ପରେ ସୁକିନ୍ଦା ଆଇଆଇସି ଶଚି ପାତ୍ର ଦେଇଥିବା ଏପ୍ରିଲ ୨ ତାରିଖର ଏତଲାକୁ ଚତୁରତାର ସହ ୨୨ ଏପ୍ରିଲ୍‌ରେ ରୁଜୁ କରିଥିଲେ। 

ଅଭିଯୁକ୍ତ ମହାଗିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭୟ ପାତ୍ରଙ୍କ ସହ ବିଷ୍ଣୁ ପ୍ରସାଦ ପାତ୍ର, ସନାତନ ପାତ୍ର, ବିଜୟ ପାତ୍ରଙ୍କ ସହ ୭ ଜଣଙ୍କ ନାମରେ ମାମଲା ରୁଜୁ କରି ଏହାର ତଦନ୍ତ ଭାର ସୁକିନ୍ଦା ଏଏସଆଇ ଶୈଳେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଦେଇଥିଲେ। ଅନ୍ୟ ଅଭିଯୋଗ ମୁତାବକ କୁହିକା ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ କୁମାର ପାତ୍ର ଏବଂ ଶିକ୍ଷକ ଅଭୟ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ସମ୍ପର୍କୀୟ ବିଜୟ ପାତ୍ର, ବିଷ୍ଣୁ ପ୍ରସାଦ ପାତ୍ର ଉକ୍ତ ପରିବାରକୁ ବାରମ୍ବାର ଆକ୍ରମଣ କରି ଗାଁରୁ ବଳପୂର୍ବକ ବିତାଡ଼ିତ ପରେ ହତ୍ୟା କରିବାକୁ ଯୋଜନା କରି ଘରର ସମସ୍ତ ଆସବାବପତ୍ର ଲୁଟି ନେଇଯାଇଛନ୍ତି। ହେଲେ ଉକ୍ତ ଘଟଣାକୁ ପୁଲିସ ଚାପିଦେବାକୁ ବସିଥିବା ସମ୍ପର୍କରେ ଶଚି ପାତ୍ର ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଯାଜପୁରର ସାମାଜିକ କର୍ମୀ ସର୍ବେଶ୍ବର ବେହୁରା, ଜିତେନ୍ଦ୍ର ସାହୁ, ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ସହଯୋଗରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେବା ପରେ କେସ୍ ନଂ. ୭୦୩୦୨୨ରେ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡିଛି। ଏହି ଘଟଣାରେ ସୁକିନ୍ଦା ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ଆସୁଥିବାବେଳେ ରାଜ୍ୟ ମାନବାଧିକାର କମିଶନ ଏବଂ ପୋଲିସ ମହାନିର୍ଦେଶକଙ୍କ ହସ୍ତକ୍ଷେପ ପରେ ମଧ୍ୟ ଅଭିଯୁକ୍ତ ମାନେ ଖୁଲମ ଖୁଲା ବୁଲୁଥିବା ଦେଖିବାକୁ ମିଳିଛି। ଯାହା ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।