Jaleswar News: ସବୁ ଥାଇ କଚ୍ଛପ କାହିଁକି ଭୋଗରାଇ?
Advertisement
Article Detail0/zeeodisha/odisha1327673

Jaleswar News: ସବୁ ଥାଇ କଚ୍ଛପ କାହିଁକି ଭୋଗରାଇ?

Minister Bhograi Visit: ବାଲେଶ୍ଵର (Balasore) ଜିଲ୍ଳା ଓ ପଶ୍ଚିମବଙ୍ଗ ସୀମାନ୍ତ (West Bengal Border)ରେ ଥିବା ଭୋଗରାଇ ବ୍ଲକ (Bhograi Block) ଧାନ, ପାନ, ମୀନ ଏବଂ ଜ୍ଞାନ ସହିତ ଶିକ୍ଷା ସାହିତ୍ୟ ସଂସ୍କ୍ରୁତି ଓ ପ୍ରାକୃତିକ ବିଭବରେ ଭରପୁର।

Jaleswar News: ସବୁ ଥାଇ କଚ୍ଛପ କାହିଁକି ଭୋଗରାଇ?

Minister Bhograi Visit: ବାଲେଶ୍ଵର (Balasore) ଜିଲ୍ଳା ଓ ପଶ୍ଚିମବଙ୍ଗ ସୀମାନ୍ତ (West Bengal Border)ରେ ଥିବା ଭୋଗରାଇ ବ୍ଲକ (Bhograi Block) ଧାନ, ପାନ, ମୀନ ଏବଂ ଜ୍ଞାନ ସହିତ ଶିକ୍ଷା ସାହିତ୍ୟ ସଂସ୍କ୍ରୁତି ଓ ପ୍ରାକୃତିକ ବିଭବରେ ଭରପୁର। କେବଳ ସେତିକି ନୁହେଁ, ଏହି ଅଞ୍ଚଳଟି ମଧ୍ୟ ପର୍ଯ୍ୟଟନ (Tourism)ର ଗନ୍ତାଘର। କୋଡ଼ିଏ କି.ମି ରହିଛି ଉନ୍ନତ ତଥା ମନୋରମ ସମୁଦ୍ର ବେଳାଭୂମି (Sea Beach)। ଏଠାରେ ଉଦୟପୁର, ତାଳସାରି, କୀର୍ତ୍ତନୀଆ ପରି ବିଶ୍ଵସ୍ତରୀୟ ସୁବର୍ଣ୍ଣ ସାମୁଦ୍ରିକ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଚିତ୍ର ପୁର ପରି ଜୈବ ବିବିଧତା, ଆକର୍ଷଣୀୟ ଇକୋ ଟୁରିଜିମ ସହିତ ଏସିଆର ପ୍ରସିଦ୍ଧ ବିଶାଳ ଶୈବଲିଙ୍ଗ ପୀଠ 'ବାବା ଭୂଷଣ୍ଡେଶ୍ଵର', ପୂର୍ବ ଭାରତର ଅନନ୍ୟ ଶୈବପୀଠ 'ବାବା ଚନ୍ଦନେଶ୍ଵର', ଭାରତର ସବୁଠୁ ବିଶାଳ କାଠ ନିର୍ମିତ ଦେବୀପୀଠ 'ମାଆ ବିଜୟ ବାସୁଳୀ' ସହିତ ରହିଛି ବହୁ ଆକର୍ଷଣୀୟ ଓ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ମାତ୍ର ଏସବୁର ସଠିକ ବିକାଶ ହୋଇ ନଥିବାରୁ ଭିତ୍ତିଭୂମି ଥାଇ ବି ଭୋଗରାଇ ପର୍ଯ୍ୟଟନ ବିଭାଗ ଦ୍ଵାରା ଅବହେଳିତ। 

ଦୀର୍ଘ ବର୍ଷ ଧରି ଭୋଗରାଇକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମେତ 5-T ସଚିବ ମଧ୍ୟ ଗସ୍ତ କରିଛନ୍ତି। ହେଲେ ଭୋଗରାଇ ବ୍ଲକରେ ପର୍ଯ୍ୟଟନର ବିକାଶ (Tourism Development) ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଛି। ଅତି ଦୁଃଖ ଓ ପରିତାପର ବିଷୟ, ପଡୋଶୀ ପଶ୍ଚିମବଙ୍ଗ ଯେଉଁଠାରେ ସମାନ କାର୍ଯ୍ୟ ପାଇଁ ମାତ୍ର ସାତ ମାସ ନେଇ ସମ୍ପୂର୍ଣ୍ଣ କରାଯାଉଛି। ହେଲେ ଓଡ଼ିଶାର ବିଭାଗୀୟ ଅଧିକାରୀ ମାନେ ସେହି ସମାନ କାର୍ଯ୍ୟକୁ ଆଠ ବର୍ଷ ହେଲା ଶେଷ କରିପାରୁ ନାହାନ୍ତି। ଆଜି ପର୍ଯ୍ୟଟନ ତଥା ସଂସ୍କୃତି ମନ୍ତ୍ରୀ ମାନ୍ୟବର ଅଶ୍ଵିନୀ କୁମାର ପାତ୍ରଙ୍କ ଭୋଗରାଇ ଗସ୍ତ ବେଳେ ପର୍ଯ୍ୟଟନର ମନ୍ଥର ବିକାଶକୁ ନେଇ ଅନେକ ପ୍ରଶ୍ନ ଉଠିଛି। ମାନ୍ୟବର ମନ୍ତ୍ରୀ ତାଳସାରି ଉଦୟପୁର ଗସ୍ତ କରି ପର୍ଯ୍ୟଟନ ବିକାଶ ସମ୍ପର୍କରେ ସମୀକ୍ଷା କରିବା ସହିତ ଉଦୟପୁର ତାଳସାରି ସାମୁଦ୍ରିକ ପଥର ବନ୍ଧର ସ୍ଥିତି ଅନୁଧ୍ୟାନ କରଛନ୍ତି। 

ଦୀର୍ଘ ଆଠ ବର୍ଷ ଧରି ଏହି ୨ କି.ମି ୮୦୦ ମିଟର ପଥର ବନ୍ଧ ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ସମୁଦ୍ର କୂଳ ଲଂଘିବା ସହିତ ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖାଯାଇଥିଲା। ବାରମ୍ବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ସ୍ଵତ୍ତ୍ବେ ପ୍ରଶାସନ ତଥା ସରକାର ନୀରବଦ୍ରଷ୍ଟା ହୋଇଥିବା ଅଭିଯୋଗ ହୋଇ ଆସୁଛି। ଆଜି ପର୍ଯଟନ ମନ୍ତ୍ରୀ ବିଭାଗୀୟ ସଚିବ ମଧୁସୂଦନ ପାଢୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ସହିତ ସ୍ଥାନୀୟ ପ୍ରଶାସନ ଏବଂ ନେତୃ ମଣ୍ଡଳୀ ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ତାଳସାରି ପର୍ଯ୍ୟଟନ ବଳୟରେ ପଥର ବନ୍ଧ ନିର୍ମାଣର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଳସାରି ପାନ୍ଥ ନିବାସରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କୁ ନେଇ ରୁଦ୍ଧଦ୍ଵାର ସମୀକ୍ଷା ବୈଠକ କରିଥିଲେ।  କାର୍ଯ୍ୟରେ ବିଳମ୍ବ ପାଇଁ ଅଧିକାରୀଙ୍କୁ ମନ୍ତ୍ରୀ ତାଗିତ କରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଥିଲେ ମଧ୍ୟ ମନ୍ତ୍ରୀ ଖୁବଶୀଘ୍ର କାର୍ଯ୍ୟ ସମାପନ ହେବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।