ଥରିଲା କୋରାପୁଟ, ୪୫ ମିନିଟରେ ଏତିକି ଥର ହେଲା ବଜ୍ରପାତ..
Advertisement
Article Detail0/zeeodisha/odisha1705873

ଥରିଲା କୋରାପୁଟ, ୪୫ ମିନିଟରେ ଏତିକି ଥର ହେଲା ବଜ୍ରପାତ..

lightning strike in: କୋରାପୁଟରେ ପ୍ରକୃତିର ଭୟଙ୍କର ରୂପ । ବ୍ରଜପାତରେ ଥରିଲା ପୂରା ଜିଲ୍ଲା । ଥରେ କି ଦୁଇ ଥର ନୁହେଁ ୪୫ ମିନିଟ୍ ରେ ହେଲା ୨୧ ହଜାରରୁ ଅଧିକ ଥର ବ୍ରଜପାତ । ବୈପାରିଗୁଡ଼ା, ଲମତାପୁଟ, କୋରାପୁଟ, ବୋରିଗୁମ୍ମା, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଓ କୁନ୍ଦାରାରେ ରବିବାର ଦିନ ୪୫ ମିନିଟରେ ୨୧ ହଜାର ୯୧ ଥର ବ୍ରଜପାତ ହୋଇଥିଲା । 

ସୌ(ସୋସିଆଲ ମିଡିଆ)

lightning strike in koraput: କୋରାପୁଟ (koraput ) ଜିଲ୍ଲାରେ ପ୍ରକୃତିର ଭୟଙ୍କର ରୂପ । ବ୍ରଜପାତରେ (lightning strike) ଥରି ଉଠିଲା ପୂରା ଜିଲ୍ଲା । ଥରେ କି ଦୁଇ ଥର ନୁହେଁ ୪୫ ମିନିଟ୍ ରେ ହେଲା ୨୧ ହଜାରରୁ ଅଧିକ ଥର ବ୍ରଜପାତ । ବୈପାରିଗୁଡ଼ା, ଲମତାପୁଟ, କୋରାପୁଟ, ବୋରିଗୁମ୍ମା, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଓ କୁନ୍ଦାରାରେ ରବିବାର ଦିନ ୪୫ ମିନିଟରେ ୨୧ ହଜାର ୯୧ ଥର ବ୍ରଜପାତ ହୋଇଥିଲା । ତେବେ ଏହି ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରବିବାର ଦିନ ମଧ୍ଯାହ୍ନ ସମୟରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଥିଲା । ଅପରାହ୍ନ ୩ଟା ପରେ ବର୍ଷା ପବନ ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରାୟ ୪୫ ମିନିଟ୍ ଧରି ଜିଲ୍ଲାରେ ଲଗାତର ୨୧ ହଜାରରୁ ଅଧିକ ଥର ବ୍ରଜପାତ ହୋଇଥିବା ନେଇ ଦାମିନୀ ଆପ ରେକର୍ଡ଼ କରିଛି । ତେବେ ଚଳିତ ବର୍ଷ ବଢି ଚାଲିଥିବା ବଜ୍ରପାତ ଯୋଗୁଁ ଜଳବାୟୁରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆକଳନ କରାଯାଉଛି । ସେପଟେ ଏନେଇ ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି  । ରବିବାର ଦିନ ଜିଲ୍ଲାରେ ୩୬ରୁ ୩୮ ଡିଗ୍ରୀ ତାପମାତ୍ରା ରହିଥିଲା । ଏହି କାରଣରୁ ବାୟୁ ମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଥିଲା । ଯାହାଫଳରେ ବ୍ରଜପାତ ହୋଇଥିଲା । ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ତହସିଲଦାରଙ୍କୁ ଏଭଳି ପରିସ୍ଥିତିରେ ମୁକାବିଲା ନିମନ୍ତେ ସତର୍କ କରାଯାଇଥିଲା ।  

ପ୍ରକାଶ ଥାଉ କି, ଗତ ଏପ୍ରିଲ ମାସରେ ମଧ୍ଯ କୋରାପୁଟ ଜିଲ୍ଲାରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅପରାହ୍ନରେ ହଠାତ୍ ପାଗରେ ପରିବର୍ତ୍ତନ ଆସିବା ପରେ ପ୍ରବଳ ବର୍ଷା ସାଙ୍ଗଙ୍କୁ ପବନ ଓ ବଜ୍ରପାତ ହୋଇଥିଲା । ଧିରି ଧିରେ ବର୍ଷା ସାଙ୍ଗଙ୍କୁ ବଜ୍ରପାତର (lightning strike) ପରିମାଣ ମଧ୍ଯ ବଢିବାରେ ଲାଗିଥିଲା। ମାତ୍ର ଅଧ ଘଣ୍ଟା ମଧ୍ଯରେ ଜିଲ୍ଲାରେ ୩୭୬୨ ଥର ବ୍ରଜପାତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ଦାମିନୀ ଆପ ରେକର୍ଡ଼ କରିଥିଲା । ବୈପାରିଗୁଡ଼ା, ଲମତାପୁଟ, କୋରାପୁଟ, ନନ୍ଦପୁର ଆଦି ଅଞ୍ଚଳରେ ୩ ହଜାରରୁ ଅଧିକ ବଜ୍ରପାତ ହୋଇଥିଲା । ପୂର୍ବରୁ ଓଡି଼ଶାରେ ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫୦୦୦ରୁ ଅଧିକ ବଜ୍ରପାତ (lightning strike) ହୋଇଥିବା ସର୍ବକାଳୀନ ରେର୍କଡ଼ ରହିଛି। ଏହାପରେ ପାଣିପାଗ ବିଭାଗ ପକ୍ଷରୁ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।

Also Read-Vande Bharat Express: ଆଜି ପାଇଁ ବାତିଲ ହେଲା ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍

ସେପଟେ ରବିବାର ଦିନ ବ୍ରଜପାତରେ ବାଲେଶ୍ବର ଜିଲ୍ଲା ନୀଳଗିରି (Balasore Nilagiri) ବ୍ଲକ ଅଧିନ ଧରମପୁର ଅଞ୍ଚଳର ଶ୍ରୀନିବାସଙ୍କ ଘର ପାଖ ତାଳ ଗଛ ଜଳିଯିବା ସହ ଏକ କୁଟା ପୁଞ୍ଜିରେ ନିଆଁ ଲାଗିଯାଇଥିଲା। ଖାଲି ଏତିକି ନୁହେଁ ଏହି ବଜ୍ରପାତ ଏତେ ଭୟଙ୍କର ଥିଲା ଯେ ଘରର କାନ୍ଥ ଫାଟିବା ସହ ଝରକା କାଚ ମଧ୍ଯ ଫାଟି ଯାଇଥିଲା । ଏହାସହ ଚନ୍ଦ୍ରମୋହନ ବେହେରାଙ୍କ ବାଡ଼ିରେ ଥିବା ନଡିଆ ଗଛ ମଧ୍ଯ ବ୍ରଜପାତରେ ପୋଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Also Read- Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....

Also Read-Bhubaneswar News: ମୁଖ୍ୟମନ୍ତ୍ରୀଙ୍କ ସମତେ ସମସ୍ତ ମନ୍ତ୍ରୀ ଘୋଷଣା କଲେ ସମ୍ପତ୍ତି ତାଲିକା, ଏକ ନମ୍ବରରେ ଅଛନ୍ତି....