ହାଟରେ ନାଟ କରୁଛି ବଣୁଆ ହାତୀ
Advertisement
Article Detail0/zeeodisha/odisha1177455

ହାଟରେ ନାଟ କରୁଛି ବଣୁଆ ହାତୀ

ପଣସାପଡ଼ା ହାଟ ସପ୍ତାହରେ ଦୁଇ ଦିନ ବସେ। ଗୋଟିଏ ବଣୁଆ ଦନ୍ତା ହାତୀ (Elephant) ପାଇଁ ଏବେ ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ହଇରାଣ ହେଉଛନ୍ତି। ଗୋଠ ଛଡା ହାତୀଟି ଠିକ ହାଟବାରରେ ଦୋକାନ ମେଲା ହେବା ପରେ ହାଟ ଭିତରେ ପଶୁଛି ଆଉ ମନ ଇଛା ଖାଉଛି, ଭାଙ୍ଗୁଛି।

ଡିଜାଇନ୍ ଫଟୋ

ବାଲେଶ୍ଵର: ଜିଲ୍ଳାର ବସ୍ତା ବ୍ଲକ, ପଣସାପଡ଼ା ହାଟରେ ଏବେ ହାତୀ ଆତଙ୍କ ଖେଳିଯାଇଛି। ସପ୍ତାହକୁ ଦୁଇ ଦିନ ଦିନ ବସୁଥିବା ହାଟକୁ ଗୋଟିଏ ଦନ୍ତା ଛାରଖାର କରିଦେଉଛି। ପ୍ରତି ହାଟବାରରେ ହାତୀ ଜଙ୍ଗଲରୁ ଆସି ପଣସାପଡ଼ା ହାଟରେ ଉତ୍ପାତ ମଚାଇଛି। ରବିବାର ପୁଣି ଥରେ ସେହି ସମାନ ଘଟଣା ଘଟିଛି। ଗୋଟିଏ ଦନ୍ତା ହାଟରେ ପସି ଦୋକାନ ବଜାର ଭାଙ୍ଗିବା ସହ ଲୋକଙ୍କ ଜିନିଷ ପତ୍ରକୁ ନଷ୍ଟ କରିଛି।

ପଣସାପଡ଼ା ହାଟ ସପ୍ତାହରେ ଦୁଇ ଦିନ ବସେ। ଗୋଟିଏ ବଣୁଆ ଦନ୍ତା ହାତୀ (Elephant) ପାଇଁ ଏବେ ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ହଇରାଣ ହେଉଛନ୍ତି। ଗୋଠ ଛଡା ହାତୀଟି ଠିକ ହାଟବାରରେ ଦୋକାନ ମେଲା ହେବା ପରେ ହାଟ ଭିତରେ ପଶୁଛି ଆଉ ମନ ଇଛା ଖାଉଛି, ଭାଙ୍ଗୁଛି। ନିଜ ଇଚ୍ଛାରେ ଆସୁଛି ପୁଣି ଉପଦ୍ରବ କରି ପାଖ ଜଙ୍ଗଲ (Jungle) କୁ ଫେରୁଛି। ଲାଗୁଛି ସତେ ଯେମିତି ବଣୁଆ ହାତୀଟି ହାଟ ପାଳିକୁ ଜଗି ବସିଛି। ଏହି ରୋଚକ ଘଟଣା ଲୋକଙ୍କୁ କୌତୁହଳ କରୁଥିବା ବେଳେ ହାଟର ବେପାରୀ ଓ ଗ୍ରାହକ ପାଇଁ କାଳ ସାଜିଛି। 

Also Read: ପଞ୍ଜାବ ପୋଲିସକୁ ଝଟକା! ହାଇକୋର୍ଟରେ ନିଷ୍ପ୍ରଭ ମୋହାଲି କୋର୍ଟ ଆଦେଶ, ମଙ୍ଗଳବାର ପର୍ଯ୍ୟନ୍ତ Tajin

ଏପର୍ଯ୍ୟନ୍ତ ହାତୀଟି କେବଳ ହାଟରେ ଉତ୍ପାତ କରୁଥିବା ବେଳେ କୌଣସି ଅଘଟଣ ଘଟି ନାଁହି। କିନ୍ତୁ ଲୋକେ ଭୟଭୀତ ଅଛନ୍ତି। ଘଟଣା ସମ୍ପର୍କରେ ଜାଣି ମଝ୍ୟ ପ୍ରଶାସନ ଓ ବନ ବିଭାଗ ନିରବ ରହିଛି। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାରେ ଝାଡ଼ଖଣ୍ଡ ଓ ଶିମିଳିପାଳ ଜଙ୍ଗଲରୁ ହାତୀ ଆସି ବାଲେଶ୍ଵର (Balasore) ରେ ଉତ୍ପାତ କରୁଛନ୍ତି। ବିଶେଷ କରି ଜିଲ୍ଲାର ଜଳେଶ୍ଵର ଓ ବସ୍ତା ବ୍ଲକରେ ବର୍ଷର ଛଅ ମାସ ହାତୀ ଉତ୍ପାତ ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ହାତୀ ଗୁଡିକ ଲୋକଙ୍କ ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଓ ପରିବା କ୍ଷେତ ଉଜାଡ଼ି ଦେଉଛନ୍ତି। ବାଡ଼ିରେ ପଶି ଅମାରରେ ଥିବା ଗୋଛିତ ଧାନ ଖାଇବା ସହିତ କଦଳୀ ଗଛ ଓ ଅନ୍ୟାନ୍ୟ ଗଛ ନଷ୍ଟ କରୁଛନ୍ତି। 

 

ବର୍ଷର ଅଧିକାଂଶ ଦିନ ହାତୀ ପାଇଁ ଏହିସବୁ ଅଞ୍ଚଳରେ ବିଜୁଳି କାଟ (Power Cut) ହେଉଛି। ଫଳରେ ଖାରାଦିନେ ମଧ୍ୟ ବିଜୁଳି ନଥିବାରୁ ଲୋକଙ୍କୁ ପ୍ରବଳ ଗରମରେ ରହିବାକୁ ପଡୁଛି। ଏମିତିକି ପାନୀୟଜଳ ଜଳ ପାଇଁ ମଧ୍ୟ ବିଜୁଳି ନ ମିଳିବାରୁ ଲୋକେ ହନ୍ତସନ୍ତ ହୁଅନ୍ତି। ଏଠାରେ ବର୍ଷ ବର୍ଷ ଧରି ବଞ୍ଚିବା ପାଇଁ ହାତୀ ଓ ମଣିଷର ଲଢେଇ ଲାଗିଛି। ଦିନକୁ ଦିନ ମଣିଷ ଜଙ୍ଗଲ ପଦା କରିଦେଉଛି ଆଉ ହାତୀ ଖାଦ୍ୟ ଓ ପାଣି ଖୋଜି ଖୋଜି ଏବେ ଜନବସତି ମୁହାଁ ହେଉଛି। ସରକାର ଏହି ବିଶାଳ ପ୍ରାଣୀର ସୁରକ୍ଷା କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମଧ୍ୟ ହାତୀ ଦାଉରୁ ସୁରକ୍ଷା ଦେବାକୁ ଦାବି ହେଉଛି।